PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ବ୍ରିଟିଶ୍ ସଂସଦରେ ବିରଳ; ହାତରେ ‘ଭଗବତ ଗୀତା’ ଧରି ଶପଥ ନେଲେ ୨ ଭାରତୀୟ ବଂଶୋଦ୍ଭବ ସାଂସଦ

ଲଣ୍ଡନ, ୧୮|୧୨:   ବ୍ରିଟିଶ କ୍ୟାବିନେଟ୍ ମନ୍ତ୍ରୀ ଆଲୋକ ଶର୍ମା ଓ ମୁଖ୍ୟ ଆର୍ଥିକ ସଚ୍ଚିବ ରିଶି ସୁନାକ ସଂସଦର ସଦସ୍ୟ ଭାବେ ଭଗବତ ଗୀତାକୁ ସାକ୍ଷୀ ରଖି ଶପଥ ନେଇଛନ୍ତି। ଯାହାକୁ ବ୍ରିଟିଶ ସଂସଦରେ ବିରଳ ବୋଲି କୁହାଯାଉଛି।

ଆଗ୍ରାରେ ଜନ୍ମିତ ୫୨ ବର୍ଷିୟ ଆଲୋକ ଲଗାତାର ଚତୁର୍ଥ ଥର ପାଇଁ ରିଡିଂ ଓ୍ୱେଷ୍ଟରୁ ନିର୍ବାଚିତ ହୋଇଥିବା ବେଳେ ୩୯ ବର୍ଷିୟ ରିଶି ତୃତୀୟ ଥର ପାଇଁ ରିଚାମଣ୍ଡରୁ ନିର୍ବାଚିତ ହୋଇଛନ୍ତି। ସେ ଇନଫୋସିସର ପ୍ରତିଷ୍ଠାତା ଏନଆର୍ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଅଟନ୍ତି। ଉଭୟ ବ୍ରଟିଶ ସଂସଦରେ ହାତରେ ଭଗବତ ଗୀତା ଧରି ଶପଥ ନେଇଥିଲେ। ଏପରିକି ତାଙ୍ଗ କାର୍ଯ୍ୟରେ ଭଗବାନଙ୍କ ଆଶୀର୍ବାଦ ରହିବ ବୋଲି ଦୁହେଁ ଶପଥପାଠ ବେଳେ କହିଥିଲେ।

ସଂସଦର ସଦସ୍ୟମାନେ ସାଧାରଣତଃ ରାଣୀଙ୍କ ନାମରେ ଶପଥ ନେଇଥାନ୍ତି। ସେଠାରେ କୌଣସି ନିର୍ଦ୍ଦିଷ୍ଟ ବାକ୍ୟ ନଥାଏ। ପ୍ରଥମ ଥର ପାଇଁ ବ୍ରିଟିଶ ସଂସଦରେ ୬୫ ଜଣ କୃଷ୍ଣକାୟ ସାଂସଦ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫ଜଣ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ଏଠାକାର ଅନେକ ସାଂସଦ ହାତରେ ବାଇବେଲ୍ ଧରି ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର