ସ୍ବାମୀକୁ ହତ୍ୟାକରି ବେଡ୍ ତଳେ ଦୁଇ ଦିନ ଲୁଚାଇ ରଖିଥିଲା ସ୍ତ୍ରୀ,ଦୁର୍ଗନ୍ଧ ହେବାରୁ ବାହାରକୁ ଆଣି ପୋଡିବା ପରେ ଏଭଳି ଧରାପଡିଲା

ଅଲଓ୍ବର,୨୧।୯: ରାଜସ୍ଥାନର ଅଲଓ୍ବର ଜିଲ୍ଲାର ଭିଓ୍ବଣ୍ଡି ଅନ୍ତର୍ଗତ ଫୁଲବାଗ ପୋଲିସ ଥାନା ଅନ୍ତର୍ଗତ ଖିଜୁରିଓ୍ବାସ ଗାଁରେ ଶନିବାର ସକାଳେ ଜଣେ ଯୁବକର ଅଧାଜଳା ମୃତଦେହ ଉଦ୍ଧାର କରିଥିଲା। ଯୁବକର ପରିବାର ଲୋକ ତା’ର ପତ୍ନୀ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ। କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ହତ୍ୟାର କାରଣ ସମ୍ପର୍କରେ ସୂଚନା ଦେଇନାହିଁ। ମୃତ ଯୁବକ ଜଣକ ହେଉଛି ଖିଜୁରିଓ୍ବାସର କୁଲଦୀପ ଯାଦବ।

ପୋଲିସର ସୂଚନା ଅନୁସାରେ, କୁଲଦୀପ ଯାବଦଙ୍କ ବାପା ଶମଶେର ଯାଦବ ଫୁଲବାଗ୍ ପୋଲିସ ଷ୍ଟେସନରେ ନିଜ ପୁଅର ନିଖୋଜ ସମ୍ପର୍କରେ ରିପୋର୍ଟ ଦେଇଥିଲେ, କିନ୍ତୁ ଶନିବାର ସକାଳେ ଘର ପଛ ପଟେ ତାଙ୍କର ମୃତଦେହ ଅଧାଜଳା ଅବସ୍ଥାରେ ପଡିରହିଥିଲା, ଯାହାକୁ ଦେଖି ଆଖପାଖର ଲୋକ ଭୟଭୀତ ହୋଇଯାଇଥିଲେ। ପୋଲିସ ମୃତକର ପତ୍ନୀ ନିତାଙ୍କୁ ଗିରଫ କରି ପଚରା ଉଚରା କରିବା ଆରମ୍ଭ କରିଛି।

ମିଳିଥିବା ଖବର ଅନୁସାରେ, କୁଲଦୀପ ଗତ ୩ ଦିନ ଧରି ଘରୁ ନିଖୋଜ ହୋଇଯାଇଥିଲେ। ଶନିବାର ସକାଳେ କୁଲଦୀପଙ୍କ ଖେତରେ ତିଆରି ହୋଇଥିବା ଘର ଭିତରେ ଶୋଇଥିବା ପରିବାର ଲୋକଙ୍କୁ କିଛି ଜଳିବାର ଗନ୍ଧ ହୋଇଥିଲା ପରିବାର ଲୋକ ଯେତେବେଳେ ଦେଖିଥିଲେ ପାଖରେ କୁଲଦୀପଙ୍କ ଅଧାଜଳା ଶବ ପଡିଥିଲା। ଏହି ଦେଖି ସେମାନେ ପୋଲିସକୁ ସୂଚନା ଦେଇଥିଲେ। ମୃତକଙ୍କ ବାପା ଏହି ହତ୍ୟା ପଛରେ ତାଙ୍କ ବୋହୂକୁ ସନ୍ଦେ କରିଥିଲେ ଓ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ।

କୁହାଯାଉଛି ଯେ, ଦୁଇ ଦିନ ତଳେ ନିତା ତାଙ୍କ ସ୍ବାମୀ କୁଳଦୀପଙ୍କୁ ହତ୍ୟା କରିଦେଇଥିଲେ। ଧରାପଡିଯିବା ଭୟରେ ଶବକୁ ନିଜ ବକ୍ସ ଖଟ ଭିତରେ ପୁରାଇକି ରଖିଥିଲେ। ତେବେ ଶୁକ୍ରବାର ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପରିବାର ଲୋକ ନିତାଙ୍କୁ ପଚାରିଥିଲେ। ସେତେବେଳେ ସେ କହିଥିଲେ, ଘରେ ମୂଷା ମରିଯାଇଛି। ସେହି ଦିନ ରାତିରେ ଧରା ପଡିବା ଭୟରେ ନିତା ତାଙ୍କର ସ୍ବାମୀଙ୍କ ମୃତଦେହକୁ ଘୋଷାରି ଘୋଷାରି ଘର ବାହାରେ ପୋଡି ଦେଇଥିଲେ। କିନ୍ତୁ ମୃତଦେହ ସମ୍ପୂର୍ଣ୍ଣ ଭାବରେ ପୋଡିନଥିଲା।  ପୋଲିସ ସାକ୍ଷୀ ଏବଂ ପ୍ରମାଣ ଏକାଠି କରିବା ପାଇଁ ଏଫଏସଏଲ ଟିମକୁ ଘଟଣାସ୍ଥଳକୁ ଡକାଇଥିଲା। ଏହାପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ନିତାଙ୍କୁ ଗିରଫ କରିଛି।

   ସମ୍ବନ୍ଧିତ ଖବର


ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗୁପ୍‌ଚୁପ୍‌ ଖୁଆଇବା ବାହାନାରେ ଦିବ୍ୟାଙ୍ଗ ଯୁବତୀକୁ ଘରୁ ଡାକି ନେଇ ଦୁଷ୍କର୍ମ, ମାମଲା ରୁଜୁ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ସମ୍ପର୍କୀୟ କକାଙ୍କ କାମନାର ଶିକାର ହେଲେ ଝିଆରୀ

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ବଲ୍ଲଭଗଡ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ତୋସିଫର ବୟାନ- ନିକିତା ଆଉ କାହାକୁ ବିବାହ କରୁଥିବାରୁ ମାରିଦେଲି…