ଏହି ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳିଙ୍କ ପତ୍ନୀ ଭାଙ୍ଗିଲେ ଧୋନିଙ୍କ ଓ୍ବାର୍ଲ୍ଡ ରେକର୍ଡ

ନୂଆଦିଲ୍ଲୀଳ୨୭।୯: ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଟିମ୍ ଏବେ ନିଜ ଦେଶରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଇଣ୍ଟରନ୍ୟାସନାଲ ସିରିଜ୍ ଖେଳୁଛି। ତିନୋଟି ମ୍ୟାଚର ସିରିଜର ଦ୍ବିତୀୟ ମ୍ୟାଚରେ ଆୟୋଜକ ଟିମ୍ ବିଜୟୀ ହୋଇ ସିରିଜ ୨-୦ ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ୧୬.୪ ଓଭରରେ ୧୨୯/୨ ରନ୍ କରିବା ସହ ୮ ଓ୍ବିକେଟ୍ ଜିତିଛି। ରବିବାର ବ୍ରିସବେନର ଏଲନ୍ ବର୍ଡର ଷ୍ଟାଡିମର ଖେଳା ଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓ୍ବିକେଟ କପିର ଏଲିସା ହେଲି ଓ୍ବାର୍ଲ୍ଡ ରେକର୍ଡ କାରଣରୁ ସ୍ମରଣୀୟ ହୋଇଯାଇଛି।

୩୦ ବର୍ଷୀୟ ଏଲିସା ହେଲି ଏହି ମ୍ୟାଚରେ ଓ୍ବିକେଟ୍ ପଛରେ ଦୁଇଟି କ୍ୟାଚ୍ ନେଇ ମହେନ୍ଦ୍ର ସିଂ ଧୋନିଙ୍କ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଆଉଟ୍ କରିବା ବିଶ୍ବରେକର୍ଡ(୯୧)କୁ ଭାଙ୍ଗି ଦେଇଛନ୍ତି। ଧୋନି  ୯୧ଟି ଆଉଟ୍ କରିବା ଭିତରେ ୫୭ଟି କ୍ୟାଚ ଓ ୩୪ଟି ଷ୍ଟମ୍ପିଂ ରହିଛି। ହେଲି ନ୍ୟୁଜିଲାଣ୍ଡ କ୍ରିକେଟର ଲରେନ୍ ଡନଙ୍କ କ୍ୟାଚ ନେଇ ମହିଳା ଟି-୨୦ ଇଣ୍ଟର ନ୍ୟାସନାଲରେ ​‌ଧୋନିଙ୍କୁ ପଛରେ ପକାଇ ନିଜେ ୯୨ ଟି ଓ୍ବକେଟ୍ ନେଇଛନ୍ତି, ଯାହା ଭିତରେ ୪୨ଟି କ୍ୟାଚ୍ ଓ ୫୦ ଟି ଷ୍ଟମ୍ପିଂ ରହିଛି।  କେବଳ ମହିଳା ଟି-୨୦ ଇଣ୍ଟରନ୍ୟାସନାଲ କଥା ଯଦି ହେବା, ତେବେ ଇଂଲଣ୍ଡର ସାରା ଟେଲର ୭୪ଟି ଓ୍ବିକେଟ୍ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

କେବଳ ସେତିକି ନୁହେଁ, ହେଲି ଓ୍ବିକେଟକିପର ଭାବରେ ସର୍ବାଇକ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଥିବା ଧୋନିଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ହେଲିଙ୍କର ଏହା ୯୯ ତମ ମ୍ୟାଚ୍ ଥିଲା। ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ୟାସ ନେଇସାରିଥିବା ଧୋନି ୯୮ ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତର ପ୍ରତିନିଧିତ୍ବ କରିସାରିଛନ୍ତି। ଉଲ୍ଲେଖନୀୟ ଯେ, ହେଲି ଅଷ୍ଟ୍ରେଲିଆର ଷ୍ଟାର ଦ୍ରୁତ ବୋଲର ମାଇକେଲ୍ ଷ୍ଟାର୍କଙ୍କର ହେଉଛନ୍ତି ପତ୍ନୀ। ଦୁହେଁ ୨୦୧୬ରେ ବିବାହ କରିଥିଲେ। କେବଳ ସେତିକି ନୁହେଁ ଏଲିସା ଅଷ୍ଟ୍ରେଲିଆର ପୂର୍ବତନ ଓ୍ବିକେଟ୍ କିପର ଇୟାନ୍ ହେଲିଙ୍କର ହେଉଛନ୍ତି ଝିଆରୀ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ରୋହିତ ଶର୍ମା ବାଦ୍, ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ‌

ଭାଷଣ ଦେଲା ପରେ ମଞ୍ଚରୁ ଡେଇଁ ପଳାଇଲେ ତେଜସ୍ବୀ, କ’ଣ ପାଇଁ ଏମିତି କଲେ ଜାଣନ୍ତୁ

ରେଲଓ୍ବେରେ ମହିଳାଙ୍କୁ ସୁରକ୍ଷା ଦେବ ‘ମେରି ସହେଲି’

ପ୍ଲେ-ଅଫ୍‌ରୁ ବାଦ ପଡ଼ିଲା CSK, ସାକ୍ଷୀ ଲେଖିଲେ ଆବେଗଭରା କବିତା