PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ- କାଳବୈଶାଖୀର ତାଣ୍ଡଵ। ସେରଗଡ ବ୍ରାହ୍ମଣଛାଇ ଗାଁରେ ଗଛ ପଡି ଦୁଇ ମୃତ
  • ||
  • ବରିଷ୍ଠ ବିଜେଡି ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ବିଧାୟକା
  • ||
  • ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ଆକ୍ରମଣର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଉପବାସ
  • ||
  • ପଶ୍ଚିମବଙ୍ଗ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି
  • ||
  • କୋଭିଡ୍ ମୁକାବିଲା ପାଇଁ ୫୦ ହଜାର କୋଟି ଦେବ ଆର୍‌ବିଆଇ
  • ||
  • ବଲାଙ୍ଗୀର: ଡେଲିମାର୍କେଟରେ ସଂଘବଦ୍ଧ ଭାବେ ପରିବା ବିକ୍ରି କରିବାକୁ ପ୍ରଶାସନ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ପରିବା ଫିଙ୍ଗିଲେ ବେପାରୀ, ପୁଲିସ ଏବଂ ମ୍ୟୁନିସିପାଳିଟି ପକ୍ଷରୁ ବୁଝାମଣା ଜାରି
  • ||
  • ଗୁଡ଼ଭେଲା: ବିଦ୍ୟୁତ ଖୁଣ୍ଟକୁ ପଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ହାଇଦ୍ରାବଦରୁ ଫେରୁଥିଲେ ପ୍ରବାସୀ ଶ୍ରମିକଙ୍କ ୧୨ ବର୍ଷର ଝିଅ, ସୀମାନ୍ତ ମୋଟୁରେ ଚାଲିଗଲା ଜୀବନ
  • ||
  • ଉପକୂଳରେ ତାତି ଉଭାନ୍‌, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
  • ||
  • ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଓଡ଼ିଶାରେ ଚିହ୍ନଟ ହେଲେ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ, ଆଖିବୁଜିଲେ ୧୬ ଜଣ ସଂକ୍ରମିତ
  • ||
  • ଓଡ଼ିଶା: ଆଜିଠୁ ରାଜ୍ୟବ୍ୟାପୀ ୧୪ ଦିନିଆ ‘ଲକଡାଉନ୍‌,’୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
  • ||

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ

source:www.livemint.com

ଭୁବନେଶ୍ୱର,୨୨ ।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ରାଜ୍ୟର ସବୁ ପଞ୍ଚାୟତ ଓ ସବୁ ବ୍ଲକରେ ପହଞ୍ଚିଛି । ଓଡ଼ିଶା ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମ ନୂଆ ଇତିହାସ ସୃଷ୍ଟି କରିଛି । ୨୦୧୮ ମାର୍ଚ୍ଚ ୫ ବିଜୁ ଜୟନୀରେ ଆରମ୍ଭ ହୋଇଥିବା ଏ କାର୍ଯ୍ୟକ୍ରମ ୩୧୪ ଦିନରେ ସବୁ ଗାଁ ରେ ପହଞ୍ଚିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ୩୧୪ ବ୍ଲକର ୬୭୯୮ ପଞ୍ଚାୟତରେ ୬୨ ହଜାର ୮୫୭ ପ୍ରକଳ୍ପ ପାଇଁ ୧୫୫୪.୪୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏ କାର୍ଯ୍ୟକ୍ରମରେ ୮ ବ୍ଲକ ପାଇଁ ୩୯.୫୩ କୋଟି ଟଙ୍କାରେ ୧୭୧୫ ପ୍ରକଳ୍ପ ଅନୁମୋଦନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କର ଅଂଶଗ୍ରହଣ ଓ ଉତ୍ସାହରେ ସେ ବହୁତ ଖୁସି । ଯେ କୌଣସି ବିକାଶ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସ୍ୱଛତାର ସହ ଲୋକମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ ଓ ଟେକନୋଲୋଜିର ପ୍ରୟୋଗରେ ଏହି ବିକାଶ କାର୍ଯ୍ୟକ୍ରମ ଏକ ଶ୍ରେଷ୍ଠ ଉଦାହରଣ । ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସହ କଥା ହୋଇ, ଗାଁ ଲୋକମାନଙ୍କ ପାଇଁ କାମ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶରେ ୬ ଜିଲ୍ଲାର ୮ ବ୍ଲକ ପାଇଁ ୩୯.୫୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା ନୟାଗଡ଼ ଜିଲ୍ଲା ଦଶପଲ୍ଲା, ଜଗତସିଂହପୁରର ଜଗତସିଂହପୁର ସଦର ଓ ନୂଆଗଁ, ଝାରସୁଗୁଡ଼ାର ଲଖନପୁର, ବଲାଙ୍ଗୀରର ଖପ୍ରାଖୋଲ ଓ ବେଲପଡ଼ା, ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ ରାୟଗଡ଼ା ଜିଲ୍ଲାର ଗୁଣୁପୁର ବ୍ଲକ ।
ଦଶପଲ୍ଲା ବ୍ଲକର ୨୦ ପଞ୍ଚାୟତକୁ ୪.୭୫ କୋଟି ଟଙ୍କାରେ ୩୦୮ ପ୍ରକଳ୍ପ, ଜଗତସିଂହପୁର ସଦରର ୨୯ ପଞ୍ଚାୟତକୁ ୭.୨୫ କୋଟି ଟଙ୍କାରେ ୩୦୨, ନୂଆଗାଁ ବ୍ଲକର ୧୬ ପଞ୍ଚାୟତକୁ ୪ କୋଟି ଟଙ୍କାରେ ୧୫୪ ପ୍ରକଳ୍ପ, ଲଖନପୁରର ୩୨ ପଞ୍ଚାୟତ ପାଇଁ ୮ କୋଟିରେ ୨୬୨ ପ୍ରକଳ୍ପ ଅନୁମୋଦନ କରାଯାଇଛି । ସେହିଭଳି ଖପ୍ରାଖୋଲ ବ୍ଲକର ୨୧ ପଞ୍ଚାୟତକୁ ୩.୪୭ କୋଟିରେ ୧୯୭ ପ୍ରକଳ୍ପ, ବୋଲପଡ଼ାର ୨୫ ପଞ୍ଚାୟତ ପାଇଁ ୩.୮୬ କୋଟିରେ ୧୬୨ ପ୍ରକଳ୍ପ, ବାଲିପାଟଣାର ୧୬ ପଞ୍ଚାୟତକୁ ୪ କୋଟିରେ ୧୫୬ ଏବଂ ଗୁଣୁପୁରର ୧୯ଟି ପଞ୍ଚାୟତକୁ ୪.୨୦ କୋଟିରେ ୧୭୪ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦ ସଦସ୍ୟ, ବିରୋଧୀ ଦଳ ନେତା, ସାଂସଦ, ବିଧାୟକ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିିଧି ଉପସ୍ଥିତ ଥିଲେ ।