ମୋଦିଙ୍କୁ ସମର୍ଥନ କରି ଏବେ ଅମର ସିଂହ ହେଲେ ‘ଚୌକିଦାର’

ନୂଆଦିଲ୍ଲୀ,୨୩।୩: ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂହ ଏବେ ବିଜେପି ପକ୍ଷରୁ ଚାଲିଥିବା ’ମେଁ ଭି ଚୌକିଦାର’ କ୍ୟାମ୍ପେନରେ ନିଜକୁ ସାମିଲ କରିଛନ୍ତି। ରାଜ୍ୟସଭାର ସ୍ୱାଧୀନ ସାଂସଦ ଅମର ସିଂହ ନିଜ ଟ୍ୱିଟରରେ ହାଣ୍ଡେଲରେ ନିଜ ନାମ ପୂର୍ବରୁ ‘ଚୌକିଦାର’ ଲଗାଇଛନ୍ତି। ଏଥିସହ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ସେ ସିରିଜ ଟ୍ୱିଟ କରିଛନ୍ତି। ମହାମେଣ୍ଟ ଯେଉଁସବୁ ପ୍ରସଙ୍ଗକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଜବାବ ମାଗୁଥିଲେ, ସେଗୁଡ଼ିକର ଜବାବ ମଧ୍ୟ ଅମର ସିଂହ ଟ୍ୱିଟ କରି ଦେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀଙ୍କୁ।

ଉଲ୍ଲେଖନୀୟ ଯେ, ଚଳିତ ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦି ‘ମେଁ ଭି ଚୌକିଦାର’ ନାମରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଏଥିରେ ଦଳୀୟ ନେତାଠୁ ଆରମ୍ଭ କରି ସାଧାରଣ ଲୋକ ଏବେ ନିଜ ନାମ ପୂର୍ବରୁ ସୋଶାଲ ମିଡିଆରେ ‘ଚୌକିଦାର’ ଲଗାଇ ମୋଦିଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଯାହାର ପ୍ରଭାବ ଏବେ ଅମର ସିଂହଙ୍କ ନିକଟରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଡିଲକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ‘ଚୌକିଦାର ଚୋର ହୈ’ ବୋଲି କଟାକ୍ଷ କରୁଥିବା ବେଳେ ଏହାର ଜବାବରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ମେଁ ଭି ଚୌକିଦାର ହୁଁ’ ନାମରେ କ୍ୟାମ୍ପେନ ଆରମ୍ଭ କରିଛି। ସୋଶାଲ ମିଡିଆରେ ଏହାକୁ ନେଇ ରାହୁଲ ଓ ମୋଦି ସମର୍ଥକ ମୁହାଁମୁହିଁ ହେଉଥିବାବେଳେ ଉତ୍ତର ପ୍ରଦେଶରେ ଅମର ସିଂହ ନିଜ ଟ୍ୱିଟର ଆକାଉଣ୍ଟରେ ନିଜ ନାମ ପୂର୍ବରୁ ‘ଚୌକିଦାର’ ଲେଖି ମେଦିଙ୍କୁ ସମର୍ଥନ ଜଣାଇଛନ୍ତି। ଏହା ପୂର୍ବରୁ ଗତ ବର୍ଷ ସେ ଘୋଷଣା କରିଥିଲେ ଯେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀଙ୍କ ବଦଳରେ ମୋଦିଙ୍କୁ ସମର୍ଥନ ଦେବେ। ଉଲ୍ଳେଖନୀୟ ଯେ ସମାଜବାଦୀ ପାର୍ଟିରୁ ବହିଷ୍କାର ହେବାପରେ  ଅମର କୌଣସି ଦଳରେ ଯୋଗଦେଇନଥିଲେ ମଧ୍ୟ ଏବେ ବିଜେପିକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଜିଏସଟି, ନୋଟବନ୍ଦୀ ସମୟରେ ସେ ମୋଦି ସରକାରଙ୍କୁ ଖୋଲାଖୋଲି ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା।

   ସମ୍ବନ୍ଧିତ ଖବର


ଆପଲ ଆପ୍‌ ଷ୍ଟୋରରୁ‌ ହଟିଲା ‘ଗୁଗୁଲ ପେ’

ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ