‘ଗ୍ରେଟ୍ ଇଣ୍ଡିଆନ୍ ସେଲ୍’ର ଘୋଷଣା କଲା ଆମାଜନ୍, ୪ ଅକ୍ଟୋବର ପର୍ଯ୍ଯନ୍ତ ଉଠାଇପାରିବେ ଫାଇଦା

ନୁଆଦିଲ୍ଲୀ ୧୬/୯: ଇ-କମର୍ସ ୱେବସାଇଟ୍ ଆମାଜନ୍ ଆସୁଥିବା ଫେଷ୍ଟିଭାଲ୍ ସିଜନ ପାଇଁ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍ ଘୋଷଣା କରିଛି । ଏହି ଫେଷ୍ଟିଭାଲ୍ ସେଲ୍ ୨୯ ସେପ୍ଟେମ୍ବର ରାତି ୧୨ଟାରୁ ଆରମ୍ଭ ହେବ ଏବଂ ୪ ଅକ୍ଟୋବର ରାତି ୧୧.୫୯ ପର୍ଯ୍ଯନ୍ତ ଚାଲିବ । ପ୍ରତି ବର୍ଷ  ଭଳି ଏଥର ମଧ୍ଯ ଏହି ଫେଷ୍ଚିଭ୍ ସିଜନରେ ଆମାଜନ୍ ନିଜ ଗ୍ରାହକଙ୍କ ପାଇଁ ଅନେକ ଖାସ୍ ଅଫର ନେଇ ଆସିଛି । ଏଥିରେ ଆପଣ ସ୍ମାର୍ଟଫୋନ୍, ଟିଭି, ହୋମ୍ ଅପଲାଇସେନ୍ସ, କିଚନ ସାମଗ୍ରୀ, ଫ୍ୟାଶନ, ବ୍ୟୁଟିରୁ ଆରମ୍ଭ କରି ସମସ୍ତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ମଧ୍ୟ ପାଇପାରିବେ ।

ଯଦି ଆପଣ ଆମାଜନର ପ୍ରାଇମ୍ ମେମ୍ବର ଅଛନ୍ତି ତେବେ ଆପଣ ଏହି ସେଲର ଫାଇଦା ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର ଉଠାଇପାରିବେ । ପ୍ରାଇମ୍ ମେମ୍ବର୍ସଙ୍କୁ ୨୮ ସେପ୍ଟେମ୍ବର ଦ୍ୱିପ୍ରହର ୧୨ ଟାରୁ ଏକ୍ସଲୁସିଭ୍ ଅର୍ଲି ଅଫର୍ସ ମିଳୁଛି । ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ଆମାଜନ୍ ଫେଷ୍ଟିଭ୍ ଯାତ୍ରା ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ଯାତ୍ରୀ ୧୩ ସହର ମଧ୍ୟ ଦେଇ ୬ ହଜାର କିମି ଯାତ୍ରା କରିବ । ଏହି ସ୍ପେଶାଲ ଯାତ୍ରାରେ ‘ହାଉସ୍ ଅନ୍ ହ୍ୱିଲ୍ସ’ ପ୍ରସ୍ତୁତ କରାଯାଇଛି ।

ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ଆମାଜନ୍ ଫେଷ୍ଟିଭ୍ ଯାତ୍ରା ପାଇଁ ୩ ଟ୍ରକକୁ ଯୋଡି ଗୋଟିଏ ଘର ପ୍ରସ୍ତୁତ କରାଯାଇଛି । ଏଥିରେ ଆମାଜନରୁ କିଣାଯାଇଥିବା ସାମଗ୍ରୀରେ ସମ୍ପୂର୍ଣ୍ଣ ଘରକୁ ଡିଜାଇନ୍ କରାଯାଇଛି । ଏଥିରେ ଡ୍ରଇଂ ରୁମ୍, ବେଡ୍ ରୁମ୍, କିଚନ, କିଡ୍ସ ରୁମ୍, ବାଥରୁମ୍ ଆଦିରେ ବ୍ୟବହାର ହେଉଥିବା ସମସ୍ତ ପ୍ରଡକ୍ଟକୁ ସାମିଲ କରାଯାଇଛି । ଆମାଜନ ଫେଷ୍ଟିଭ୍ ଯାତ୍ରା ଦିଲ୍ଲୀରୁ ଆରମ୍ଭ ହୋଇ ଲକ୍ଷ୍ନୌ, ଅହମଦାବାଦ, ହାଇଦ୍ରାବାଦ ଦେଇ ବେଙ୍ଗାଲୁରୁରେ ପହଞ୍ଚିବ । ରାସ୍ତାରେ ଆଗ୍ରା, ଚେନ୍ନାଇ, ଇନ୍ଦୋର, କୋଲକାତା, କୋଚ୍ଚି, ମଥୁରା, ମୁମ୍ବାଇ ଓ ବିଶାଖାପାଟଣାରେ ମଧ୍ୟ ଲୋକଙ୍କ ପାଖକୁ ଯିବ ।

କହିରଖୁଛୁ ଏଥର ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲରେ ବଡ ବ୍ରାଣ୍ଡ୍ସ ସହିତ ଛୋଟ ଛୋଟ ବ୍ୟବସାୟୀଙ୍କ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ଦେଶର ଅଲଗା ଅଲଗା ଭାଗରେ ଥିବା କାରିଗର, ବୁଣାକାର  ଆଦିଙ୍କ ସମେତ ସମୁଦାୟ ୫ ଲକ୍ଷ ସେଲର୍ସ ଆମାଜନରେ ମିଶିଛନ୍ତି ।

   ସମ୍ବନ୍ଧିତ ଖବର


ଅସ୍ତ୍ରଶସ୍ତ୍ର ଧରି ଦୁଇଟି ଜେଲ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ,୨୦୦୦ କଏଦୀ ଫେରାର

ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ

ସିଏମ୍‌ଆଇଇ ରିପୋର୍ଟ: ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ…

ସ୍ବାମୀଙ୍କ ପାଇଁ ମାନସିକ ରଖିଥିଲେ, ପୂରଣ ହେବାରୁ ନିଜର ଜିଭ କାଟି ମା’କାଳୀଙ୍କ ପାଦ ତଳେ ଅର୍ପଣ କଲେ ମହିଳା

ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦ ହୋଇପାରନ୍ତି ଦେବାଳିଆ ଘୋଷିତ, ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୫୦୦ କୋଟି

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ