ଆମାଜନ୍‌ର ଧମାକା ସେଲ୍‌ – ଫୋନ୍‌ , ହେଡ୍‌ଫୋନ୍‌ , ଲ୍ୟାପ୍‌ଟପ୍‌ ସବୁଥିରେ ଡିସ୍‌କାଉଣ୍ଟ ଅଫର

ନୂଆଦିଲ୍ଲୀ – ଆମାଜନରେ  ୬ ଓ ୭ ଅଗଷ୍ଟରେ ପ୍ରାଇମ୍‌ ଡେ ସେଲ୍‌ର ଆୟୋଜନ କରାଯାଇଥିଲା । ଏବେ ଏହି ସେଲ୍‌ ସରିବା ପରେ ଉକ୍ତ କମ୍ପାନୀ ଆଉ ଏକ ଫ୍ରିଡମ୍‌  ସେଲ୍‌ ୨୦୨୦ର ଆରମ୍ଭ କରିଦେଇଛି । ଆପଣଙ୍କୁ କହି ରଖୁଛି କି  ଯେଉଁଠି ଗୋଟେପଟେ  ପ୍ରାଇମ୍‌  ଡେ ସେଲ୍‌  ପ୍ରାଇମ୍‌ ମେମ୍ୱରଙ୍କ ପାଇଁ ଏକ୍ସକ୍ଲୁସିଭ୍ ଥିଲା , ସେପଟେ ଆମାଜନର ଫ୍ରିଡମ ଡେ ସେଲ୍‌  ସମସ୍ତଙ୍କ ପାଇଁ ଖୋଲା ।  ଏହି ସେଲ୍‌ର ଆରମ୍ଭ ଆଜି ଅର୍ଥାତ୍‌ ୮ ଅଗଷ୍ଟରେ  ହୋଇଛି ଏହା ୧୧ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ।

ଏହି ସମୟରେ  ସ୍ମାର୍ଟଫୋନ୍ , ଲ୍ୟାପଟପ୍‌ ଓ ଟିଭି ମଡେଲ ସମେତ ଅନେକ  ପ୍ରଡକ୍ଟରେ ଡିଲ୍ସ ଓ ଡିସକାଉଣ୍ଟର ଲାଭ ଗ୍ରାହକମାନେ ପାଇ ପାରିବେ । ଫ୍ରିଡମ୍‌‌ ଡେ ସେଲ୍ ସମୟରେ  ଆମାଜନ  ଦ୍ୱାରା ଏସ୍‌ବିଆଇ  କ୍ରେଡିଟ୍‌ କାର୍ଡ ହୋଲଡରଙ୍କୁ ୫,୦୦୦ଟଙ୍କାର ମିନିମମ  କ୍ରୟ ଉପରେ ୧୫ ୦୦ ଟଙ୍କା ଯାଏ  ୧୦ ପ୍ରତିଶତ  ଇନଷ୍ଟେଟ୍‌ ଡିସ୍‌କାଉଣ୍ଟ ମଧ୍ୟ ଦିଆଯାଉଛି । ଏହା ସହ ଆମାଜନ ଦ୍ୱାରା ଅନେକ No Cost EMI  ଅପ୍‌ସନ୍‌ ମଧ୍ୟ ଦିଆଯାଉଛି ।

ସେଲ୍‌ ସମୟରେ  ଆମାଜନ  Samsung , OnePlus , Xiaomi , Realme  ଓ  Vivo ଭଳି ଟପ୍‌ କମ୍ପାନୀଗୁଡ଼ିକର ସ୍ମାର୍ଟଫୋନ୍‌ ଉପରେ ୪୦ ପ୍ରତିଶତ ଯାଏ ଡିସ୍‌କାଉଣ୍ଟ ଦେଉଛି । କମ୍ପାନୀ  ୱାନପ୍ଲସ୍‌ ଫୋନ୍‌ ଉପରେ ୪୦୦୦ଟଙ୍କା ଯାଏ  ଡିସ୍‌କାଉଣ୍ଟ , ସାଓମିର ସ୍ମାର୍ଟଫୋନ୍‌ ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ  ଡିସ୍‌କାଉଣ୍ଟ , ସାମସଙ୍ଗର  ଏମ୍‌ ସିରିଜ୍‌ର କିଛି ସ୍ମାର୍ଟଫୋନ୍‌  ଉପରେ  ୬ ମାସ ଯାଏ   ନୋ-କଷ୍ଟ ଇଏମ୍‌ଆଇ  ଏବଂ  ସାମସଙ୍ଗର ଫ୍ଲାଗସିପ୍‌ ସାର୍ଟଫୋନ୍‌ ଉପରେ ୨୫,୦୦୦ଟଙ୍କା ଯାଏ ଡିସ୍‌କାଉଣ୍ଟ ଦେଉଛି । ଏହା ସହ  ଆପଲ୍‌ ପ୍ରଡକ୍ଟ ଉପରେ ମଧ୍ୟ ୧୦ ହଜାର ଟଙ୍କା ଯାଏ ଡିସ୍‌କାଉଣ୍ଟ ଦିଆଯାଉଛି ।