୧ ଟଙ୍କାରେ ଏବେ ଆପଣ ମଧ୍ୟ କିଣି ପାରିବେ ସୁନା, ଆମାଜନ୍‌ ପେ’ ଲଞ୍ଚ କଲା ଏକ ଜବରଦସ୍ତ ଫିଚର

ନୂଆଦିଲ୍ଲୀ ୨୧।୮ : ଇ-କମର୍ସର ଦିଗ୍ଗଜ କମ୍ପାନି ଆମାଜନ୍‌ ଇଣ୍ଡିଆର ପେମେଣ୍ଟ ସେବା ଆର୍ମ ଆମାଜନ ପେ ଗ୍ରାହକଙ୍କ ପାଇଁ ଏକ ଭଲ ଫିଚର ଲଞ୍ଚ କରିଛି। ଏହି ଫିଚର ନାମ ‘ଗୋଲ୍ଡ ଭାଲ୍ଟ’ (Gold Vault) ରଖାଯାଇଛି । ଏହା ଏମିତି ଏକ ଫିଚର ଯାହା ଗ୍ରାହକଙ୍କୁ ଡିଜିଟାଲ ସୁନା କିଣିବା ପାଇଁ ଅଫର ଦେଉଛି। ଆମାଜନ ଓ୍ବେବସାଇଟରେ ଦିଆଯାଇଥିବା ସୂଚନା ମୁତାବିକ ଏହି ଫିଚରରେ ଗ୍ରାହକ ୧ ଟଙ୍କାରେ ମଧ୍ୟ ସୁନା କିଣିପାରିବେ।

ଆମାଜନ୍‌ କମ୍ପାନି ଏଥିପାଇଁ ସେଫଗୋଲ୍ଡ ସହିତ ସହଭାଗୀ ହୋଇଛି । ସେଫ୍ ଗୋଲ୍ଡ ହେଉଛି ଡିଜିଟାଲ୍ ଗୋଲ୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଖୁଚୁରା ବ୍ରାଣ୍ଡ ଅଟେ। ଯାହା ୨୪ କ୍ୟାରେଟ ସୁନାକୁ ୯୯୫ ଶୁଦ୍ଧତା (୯୯.୫ ପ୍ରତିଶତ ଶୁଦ୍ଧ) ପ୍ରଦାନ କରିଥାଏ। କୁହାଯାଉଛି କି, ଏହି ଫିଚରକୁ ଲଞ୍ଚ କରି ଆମାଜନ୍‌ ଏକ ବଡ଼ ସଂଖ୍ୟାରେ ମଧ୍ୟମ ଏବଂ ଯୁବ ବର୍ଗର ଗ୍ରାହକ ମାନଙ୍କୁ ସାହାଯ୍ୟ କରୁଛି। ଯେମିତି କି Paytm, PhonePe, Google Pay, MobiKwik ଭଳି ପ୍ରତିଯୋଗୀ କମ୍ପାନୀଗୁଡିକ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରିବ ।

ଆମାଜନ୍ ମୁତାବିକ ଏହି ଫିଚର ମାଧ୍ୟମରେ ଗ୍ରାହକ ଡିଜିଟାଲ ବିକଳ୍ପ ଆଧାରରେ ଗୋଲ୍ଡରେ ୧ ଟଙ୍କା ମଧ୍ୟ ନିବେଶ କରିପାରିବେ ଏବଂ ଚାହିଁବେ ତ କୌଣସି ବି କେଓ୍ବାଇସି ବିନା ଆପଣ ୨ ଗ୍ରାମ ପର୍ଯ୍ୟନ୍ତ ସୁନା କିଣିପାରିବେ। ପ୍ରାରମ୍ଭରେ Gold Vault ଜରିଆରେ ଆପଣ ଅତି କମରେ ୫ ଟଙ୍କାରେ ଡିଜିଟାଲ ସୁନା କିଣିପାରିବେ।

   ସମ୍ବନ୍ଧିତ ଖବର


ବିଏସଏନଏଲର ଏହି ପ୍ରିପେଡ୍ ପ୍ଲାନରେ ୩୬୫ ଦିନର ବୈଧତା ସହିତ ପ୍ରତିଦିନ ମିଳୁଛି ୨ ଜିବି ଡାଟା

ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦାମ୍

ଆଗାମୀ ବର୍ଷ ଲଞ୍ଚ୍ ହେବ Samsungର ନୂଆ Galaxy Z Fold 3

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ଦଳ ସହ ଖିମ୍‌ଜୀର ସହଭାଗିତା

ଏହି ମହିଳାଙ୍କର ୩୦୦ ଟଙ୍କାରୁ ୭ କୋଟିର ଦୀର୍ଘ ଯାତ୍ରା