ଅନ୍‌ଲାଇନ୍‌ରେ ନିର୍ମାଲ୍ୟ: ଆମାଜନ୍‌ରେ ୫୫ ପ୍ରତିଶତ ରିହାତିରେ ହେଉଛି ବିକ୍ରି

ପୁରୀ,୨୦/୦୮: ହୋମ୍‌ ଡେଲିଭରି ବା ଘର ଦୁଆରେ ଜିନିଷ ପହଞ୍ଚାଉ ଥିବା ଆମଜନ ସମେତ କେତେକ ଅନ୍‌ଲାଇନ୍‌ ସଂସ୍ଥା ଏବେ ମହାପ୍ରସାଦ ବିକ୍ରି କରୁଥିବା ସୂଚନା ଆଲୋଚନାର ବିଷୟ ହୋଇଛି । ଆମାଜନ ନିର୍ମାଲ୍ୟକୁ ୫୫ ପ୍ରତିଶତ ରିହାତି ଦରରେ ଅନ୍‌ଲାଇନ୍‌ ଯୋଗେ ହୋମ୍‌ ଡେଲିଭରି ଦେଉଥିବାର ସ୍କିମ୍‌ ନଜରକୁ ଆସିଛି । ସେହିପରି ନିର୍ମାଲ୍ୟ ସମେତ ଶୁଖିଲା ମହାପ୍ରସାଦ ମଧ୍ୟ କେତେକ ସଂସ୍ଥା ଏଭଳି ଆକର୍ଷଣୀୟ ଅଫର ମାଧ୍ୟମରେ ହୋମ ଡେଲିଭରି ଦେଉଥିବା ସ୍କିମ୍‌ ଇଂଟରନେଟ୍‌ରୁ ଦେଖିବାକୁ ମିଳୁଛି ।

ଅନ୍‌ଲାଇନ୍‌ ମହାପ୍ରସାଦ ବିକ୍ରିକୁ ଶ୍ରୀମନ୍ଦିର ପ୍ରଶାସନ ବାରଣ କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୂର୍ବରୁ ନୋଟିସ୍‌ ଜାରି କରିଛି । ହେଲେ ଏହା ବୁମେରାଂ ପାଲଟିଛି । ମହାପ୍ରସାଦ ଅନ୍‌ଲାଇନ୍‌ ବିକ୍ରି ଦ୍ୱାରା ପ୍ରସାଦର ମହତ୍ତ୍ୱ ଓ ପବିତ୍ରତା ନଷ୍ଟ ହେବ ବୋଲି ବହୁ ଭକ୍ତ ଓ ବୁଦ୍ଧିଜୀବୀ ଅଭିଯୋଗ କରିଆସୁଛନ୍ତି ।

   ସମ୍ବନ୍ଧିତ ଖବର


ଓଡିଆ ଗୀତରେ ରାପ୍‌ ପରେ ଆଲ୍‌ବମ୍‌ ଭିଡିଓ ସୁଟିଂରେ ବ୍ୟସ୍ତ ସୁର ଭାଇନା: କୁଆଖିଆ ନଦୀ ପଠାରେ ଚାଲିଛି ମ୍ୟୁଜିକ୍‌ ଭିଡିଓ ସୁଟିଂ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

କଥା ଦେଇ କଥା ରଖିଲେ ସରକାର: ସାମ୍ବାଦିକଙ୍କ ପାଇଁ ମେଗା ଯୋଜନ; ମୃତ୍ୟୁ ହେଲେ ପରିବାରକୁ ୪ ଲକ୍ଷ, ଗୃହ ଋଣ ସହ ପିଲାଙ୍କୁ ପଢ଼ା ଖର୍ଚ୍ଚ ଦେବେ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ: ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରୁନି, ମାନସିକ ଚାପରୁ ଆତ୍ମହତ୍ୟା

ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…