ଆମାଜନର ପ୍ୟାକେଟ୍‌ ଚୋରୀ ହେବାରୁ ମୁମ୍ୱାଇର ଏହି ବ୍ୟକ୍ତି ଇ-ମେଲ୍‌ କଲେ ସିଇଓଙ୍କୁ ..ବେଜୋସ୍‌ ଦେଲେ ଏମିତି ଉତ୍ତର

ମୁମ୍ୱାଇ – ଆମାଜନ ସିଇଓଙ୍କ ବଦାନ୍ୟତା । ଗାହକଙ୍କ ମେସେଜ୍‌ ପାଇଁ  ସମସ୍ୟାର ସମାଧାନ ପାଇଁ ତୁରନ୍ତ ନେଲେ ପଦକ୍ଷେପ । ଏମିତି ଏକ ଘଟଣା ଘଟିଛି ମୁମ୍ୱାଇରେ । ଜଣେ ବ୍ୟକ୍ତି ନିଜର ଜେଜୀ ମାଆଙ୍କ ପାଇଁ ଆମାଜନରୁ ଏକ ଫୋନ୍‌ ଅର୍ଡର କରିଥିଲେ ।କିନ୍ତୁ ତାଙ୍କୁ ପ୍ୟାକେଟ୍‌ ମିଳିନଥିଲା , ତାଙ୍କର  ସୋସାଇଟିର ଗେଟ୍‌ରୁ ଚୋରୀ ହୋଇଗଲା । ସେ ବହୁତ ବିରକ୍ତ ହୋଇଗଲେ ଏବଂ ସେ ସିଧା ଆମେରିକାରେ ରହୁଥିବା ଆମାଜନର ସିଇଓ ଜେଫ୍‌  ବେଜୋସଙ୍କୁ ଇ-ମେଲ୍‌  ଲେଖିଲେ ।  

ଭଲ କଥା ଏୟା ଯେ, ଜେଫ୍‌ ବେଜୋସ୍‌ ତୁରନ୍ତ  ସଂପୃକ୍ତ ବ୍ୟକ୍ତିଙ୍କ ମେଲ୍‌କୁ ଖାଲି ପଢ଼ିନଥିଲେ , ତାଙ୍କୁ ତତ୍କାଳ ଆମାଜନର ଟିମ୍‌କୁ ଏହି ସମସ୍ୟାକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆମାଜନର କର୍ମଚାରୀମାନେ କିଛି ଦିନରେ ଏହି  ବ୍ୟକ୍ତିଙ୍କୁ ସଂପର୍କ କରିଥିଲେ ଏବଂ ତାଙ୍କର ସମସ୍ୟା ଦୂର କରିଥିଲେ ।

ପୁରା ଘଟଣା ଏମିତି ଥିଲା –

ଏହି କଥା ମୁମ୍ୱାଇର ଓଙ୍କାର ହନୁମନ୍ତେଙ୍କର । ସେ ଆମାଜନର ୱେବସାଇଟ୍‌ରୁ ନିଜର  ଜେଜୀ ମାଆଙ୍କ ପାଇଁ ଏକ ଫୋନ୍‌ ଅର୍ଡର କରିଥିଲେ । ସେ ନୋକିଆର ଏକ ବେସିକ୍‌ ଫୋନ୍‌ ଅର୍ଡର କରିଥିଲେ ।  କିନ୍ତୁ  ତାଙ୍କୁ ବହୁତ ଦିନ ଯାଏ  ଡେଲିଭରୀ ମିଳିନଥିଲା , ହେଲେ  ୱେବସାଇଟ୍‌ର  ଷ୍ଟାଟସରେ ଦେଖା ଯାଉଥିଲା କି ଫୋନ୍‌ ଡେଲିଭର ହୋଇଯାଇଛି ।   

ଏହା ହେଉଛି ବୋଜୋସ୍‌ଙ୍କୁ ଲେଖା ହୋଇଥିବା ଚିଠିର ଅଂଶ । ଏହି ଚିଠିଟି  ଇଂରାଜୀରେ ଲେଖା ଯାଇଥିଲା , ହେଲେ ଏହାର କିଛି ଅଂଶ ଓଡ଼ିଆରେ ଆପଣଙ୍କୁ କହୁଛୁ ।

“ ହାଏ ,ଜେଫ୍‌ ,

ଆଶା କରୁଛି କି ଆପଣ କୁଶଳ ଥିବେ ।

ମୁଁ ଆପଣଙ୍କ ଗ୍ରାହକ ସେବା ଓ ଡେଲିଭରୀ ବ୍ୟବସ୍ଥାରେ ବହୁତ ନିରାଶ । ମୁଁ ଆମାଜନରୁ ଯେଉଁ ଫୋନ୍‌ ଅର୍ଡର କରିଥିଲି , ସେ ମୋତେ ଡେଲିଭରୀ କରିନାହାନ୍ତି  ଏବଂ ମୋ ସୋସାଇଟ୍‌ ଗେଟ୍‌ ପାଖରେ ରଖି ଦିଆଯାଇଥିଲା । ଯାହାକି ସେଠାରୁ ଚୋରୀ ହୋଇଗଲା । ମୋତେ ଏହି ଡେଲିଭରୀ ବିଷୟରେ କିଛି ଫୋନ୍‌ ବି ଆସିନାହିଁ ।   

ସବୁଠୁ ଉତ୍ସାହଜନକ କଥା ଏୟା ଯେ ,  ଆପଣଙ୍କ କଷ୍ଟମର  ସର୍ଭିସ୍‌ ଟିମ୍‌ ସବୁବେଳେ  କ୍ରୋଧିତ ଭାବେ ଜବାବ ଦେଉଛନ୍ତି କି  ଯାଞ୍ଚ ଚାଲିଛି । ମୁଁ ବଟ୍‌ ସହ କଥା ହେଉଛି ।

ଯେତେବେଳେ ଏହି ମାମଲାର ଯାଞ୍ଚ ହେଲା ସିସିଟିଭି ଫୁଟେଜ୍‌ରେ ଏହା ଦେଖାଯାଇଛି କି  ଡେଲିଭରୀ ମ୍ୟାନ୍‌ ଓଙ୍କାରଙ୍କୁ ଏହା ଦେବା ବଦଳରେ  ପ୍ରବେଶ ଗେଟ୍‌ରେ ପାର୍ସଲକୁ ରଖିଦେଇଥିଲେ । ଏହାପରେ ଜଣେ ବ୍ୟକ୍ତି ଏହି ଫୋନ୍‌କୁ ଚୋରେଇ ସେଠାରୁ ନେଇ ଯିବାର ନଜର ଆସୁଥିଲା ।

ଏହା ସତ ଯେ , ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଆମାଜନର ସଂସ୍ଥାପକ ଓ ସିଇଓ ଜେଫ୍‌ ବୋଜୋସ ନିଜେ ସବୁ ମେଲ୍ ଦେଖି ନପାରନ୍ତି , କିନ୍ତୁ ଭଲ କଥା ହେଲା ସେ ଏମିତି ଜରୁରୀ ମେଲ୍‌କୁ ଦେଖିଥାନ୍ତି ଏବଂ ଏହାର ଜବାବ ମଧ୍ୟ ଦେଇଥାନ୍ତି । ଜେଫ୍‌ ବେଜୋସ୍‌  ଏକ ସାକ୍ଷାତ୍‌କାରରେ କହିଥିଲେ କି  ସେ ନିଜର ଗ୍ରାହକଙ୍କ ମେଲ୍‌କୁ ଏବେବି ନିଜେ ପଢ଼ିଥାନ୍ତି । ଯଦି ସେ ସିଧା ଜବାବ ଦେଇପାରନ୍ତି ନାହିଁ , ଏହାକୁ ସଂପୃକ୍ତ ବିଭାଗକୁ ପଠେଇ ଦେଇଥାନ୍ତି ।

   ସମ୍ବନ୍ଧିତ ଖବର


ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ

ନେପାଳର କୁମାରୀ ଦେବୀଙ୍କ ରହସ୍ୟମୟ ଜୀବନ

କୁମାରୀ ଦେବୀ

୬ଦିନ ପର୍ଯ୍ୟନ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କଲେ ୧୫ ଦୁର୍ବୃତ୍ତ: ପୋଲିସ ଚୁପ୍, ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ