ଆମ୍ବୁଲାନ୍ସ ଭିତରେ ରୋଗୀ ଓ ତାଙ୍କ ପରିବାରକୁ ତାଲା ପକାଇବା ଘଟଣା- ଡ୍ରାଇଭର ଓ ଗାଡି ମାଲିକ ଗିରଫ

ambulance

ସମ୍ବଲପୁର ମେ ୭ – ବୁର୍ଲାରେ ଆମ୍ବୁଲାନ୍ସ ଭିତରେ ରୋଗୀ, ରୋଗୀର ସ୍ତ୍ରୀ ଓ ତାର ୪ ବର୍ଷର ଛୋଟ ଛୁଆକୁ ରାତିସାରା ବନ୍ଦ ଘଟଣାରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ଗିରଫ । ଗାଡି ମାଲିକ ଛୋଟଲାଲ ପ୍ରସାଦ ଓ ଡ୍ରାଇଭର ପ୍ରଦୀପ ପଟ୍ଟନାୟକକୁ ଗିରଫ କରି ବୁର୍ଲା ପୋଲିସ କୋର୍ଟ ଚାଲାଣ କରିଛି । ଗତକାଲି ଆମ୍ବୁଲାନ୍ସକୁ ପୋଲିସ ଜବତ କରିଥିଲା ।

ଜବତ ହୋଇଥିବା ଆମ୍ବୁଲାନ୍ସ ନମ୍ବର ହେଉଛି ଓଡି ୧୫ ୦୨୨୩ । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ନୂଆପଡାର ଡଗରେଶ୍ବର ମାଝୀ ନାମକ ଜଣେ ରୋଗୀ ଏକ ବେସରକାରୀ ଆମ୍ବୁଲାନ୍ସ ଭଡା କରି ବୁର୍ଲାରୁ ନୂଆପଡା ଯାଇଥିଲେ । ସାଙ୍ଗରେ ତାଙ୍କର ୪ ବର୍ଷର ଛୋଟ ଶିଶୁ ପୁତ୍ର ଓ ସ୍ତ୍ରୀ ଥିଲେ ।

ନୂଆପଡା ପହଂଚିଲା ପରେ ଆମ୍ବୁଲାନ୍ସ ଡ୍ରାଇଭରକୁ ସବୁ ପଇସା ଦେଇନପାରିବାରୁ ସେ ପୁଣି ତାଙ୍କୁ ଗାଡିରେ ଲକ୍ କରି ୩୦୦ କିମି ବୁର୍ଲା ଫେରାଇ ଆଣିଥିଲେ । ଏପରିକି ରାତି ସାରା ଆମ୍ବୁଲାନ୍ସ ଗାଡିରେ ସମସ୍ତଙ୍କୁ ବନ୍ଦ କରି ଘରକୁ ପଳାଇଥିଲେ । ରାତିରେ ଡଗରେଶ୍ବର ନିଜର ସ୍ତ୍ରୀ ଓ ଛୋଟ ଛୁଆକୁ ଧରି ରାତି ସାରା ଆମ୍ବୁଲାନ୍ସରେ ଭୋକ ଉପାସରେ ରାତି କାଟିଲେ ।
ସକାଳୁ କିଛି ଲୋକ ଡଗରଶ୍ବରକୁ ଉଦ୍ଧାର କରିଥିଲେ । ଏ ଘଟଣା ନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

   ସମ୍ବନ୍ଧିତ ଖବର


ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଫଳ