PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆମେରିକା – କାନାଡ଼ାରେ ଆତଙ୍କ ! ଏପଟେ କରୋନା , ସେପଟେ ବ୍ୟାପିଛି ରହସ୍ୟମୟୀ ରୋଗ

zeenews.india.com/

କାଲିଫର୍ଣ୍ଣିଆ –କରୋନା କବଳରେ ପଡ଼ିଥିବା ଆମେରିକା ଓ କାନାଡ଼ାରେ ଏହି ଭିତରେ ଆଉ ଏକ ରହସ୍ୟମୟ ରୋଗ ବ୍ୟାପି ସାରିଛି। ଦୁଇ ଦେଶରେ ପାଖାପାଖି ୫୦୦ରୁ ଅଧିକ ଲୋକ ‘ସାଲମୋନେଲା’ ନାମକ ରୋଗରେ ପୀଡ଼ିତ ହେଉଥିବା ଜଣାପଡ଼ିଛି । ଆମେରିକାର Centers for Disease Control and Prevention ( CDC) ଅନୁସାରେ କାଲିଫର୍ଣ୍ଣିଆରେ ଲଗାଯାଇଥିବା ଲାଲ୍‌ ପିଆଜ ଏହି ରୋଗର ଏକ ବଡ଼ କାରଣ ହୋଇପାରେ ବୋଲି କୁହାଯାଉଛି ।

CDC ମୁତାବିକ୍ ଏବେସୁଦ୍ଧା ଆମେରିକାର ୫୦ ରୁ ୩୪ଟି ରାଜ୍ୟ ଗୁଡ଼ିକରେ ଏହି ରୋଗରୁ ୩୯୬ ଜଣ ପୀଡ଼ିତ ସାମନାକୁ ଆସିଛନ୍ତି । ଯେଉଁଥିରେ ୫୯ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଶାସନର ତଦନ୍ତ ମୁତାବିକ୍‌ ଏଥିରେ ଅଧିକାଂଶ ଲୋକ ଲାଲ୍, ହଳଦିଆ ଓ ଧଳା ପିଆଜ ସେବନ କରିଥିଲେ । ଏହି ଦୂଷିତ ପିଆଜର ସପ୍ଲାଇ ଥମସନ ଇଣ୍ଟରନ୍ୟାସନାଲ କମ୍ପାନୀ ଦ୍ୱାରା ହୋଇଥିଲା ।

ଥମସନ ଇଣ୍ଟରନ୍ୟାସନାଲ କମ୍ପାନୀର କୌଣସି ବି ପିଆଜକୁ ସେବନ ନକରିବାକୁ ୟୁଏସ୍‌ ଫୁଡ୍‌ ଏଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ ଓ ସିଡିସି ଲୋକଙ୍କୁ ସୂଚିତ କରିଛି । ଯଦି କିଏ ସେବନ କରି ଦେଇଛନ୍ତି ଏବଂ ଏହାକୁ ରୋଗର ଲକ୍ଷଣ ଦେଖାଯାଉଛି , ତୁରନ୍ତ ନିଜର ନିକଟତର ଡାକ୍ତର ବା ହସ୍ପିଟାଲ ସହ ସଂପର୍କ କରନ୍ତୁ। ସିଡିସି ଟ୍ୱିଟ୍‌ କରି କହିଛନ୍ତି କି ଲୋକେ ଏହି ରୋଗରୁ ରକ୍ଷା ପାଇବା ପାଇଁ ନିଜର ରୋଷେଇରୁ ଥମ୍‌ସନ୍‌ ଇଣ୍ଟରନ୍ୟାସନାଲର ଲାଲ୍‌ , ହଳଦିଆ , ଧଳା ଓ ମିଠା ହଳଦିଆ ପିଆଜକୁ ବାହାର କରିଦିଅନ୍ତୁ।

ସିଡିସି କହିଛି କି ‘ସାଲମୋନେଲା’ ବ୍ୟାକ୍ଟେରିଆ ଅନେକ ପଶୁଙ୍କ ଅନ୍ତନଳୀରେ ରହିଥାଏ ଏବଂ ଆମେରିକାରେ ପ୍ରତି ବର୍ଷ ପାଖାପାଖି ୪୨୦ ଲୋକଙ୍କ ମୃତ୍ୟୁର କାରଣ ହୋଇଥାଏ । ଏହି ବ୍ୟାକ୍ଟେରିଆ କାରଣରୁ ପ୍ରତିବର୍ଷ ଆମେରିକା ଓ କାନାଡ଼ାରେ ପାଖାପାଖି ୧.୩୫ ମିଲିୟନ ଲୋକଙ୍କ ପେଟ ସଂକ୍ରମଣର ଶିକାର ହୋଇଥାଏ । ଯେଉଁଥିରେ ୨୬,୫୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥାଏ ।

‘ସାଲମୋନେଲା’ ବ୍ୟାକ୍ଟେରିଆ କଣ ?

ଡାକ୍ତରଙ୍କ ମୁତାବିକ୍ ‘ସାଲମୋନେଲା’ ଏକ ବ୍ୟାକ୍ଟେରିଆ । ଯାହା ମଣିଷର ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ । ଏହି ବ୍ୟାକ୍ଟେରିଆର ସଂପର୍କରେ ଆସିବାର ୬ ଘଣ୍ଟାରୁ ନେଇ ୬ଦିନ ଯାଏ ମଣିଷ ଡାଇରିଆ , ଜର ଓ ପେଟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଅନେକ ଥର ସ୍ଥିତି ଗୁରୁତର ହୋଇଥାଏ ଏବଂ ସଂକ୍ରମଣ ପାଚନ ତନ୍ତ୍ରରୁ ହୋଇ ମୂତ୍ର , ରକ୍ତ , ହାଡ଼ , ଗଣ୍ଠି ଓ ମସ୍ତିଷ୍କ ଯାଏ ବ୍ୟାପିପାରେ । ଯେଉଁଥିରେ ମଣିଷର ଜୀବନ ମଧ୍ୟ ଯାଇପାରେ ।

 

 

ସମ୍ବନ୍ଧିତ ଖବର