ମହାଭିଯୋଗ ଯାଂଚ୍ ରିପୋର୍ଟରେ ଟ୍ରମ୍ପ ଦୋଷୀ, ରାଷ୍ଟ୍ରହିତ ସହ କରିଥିଲେ ସାଲିସ

ଓ୍ୱାଶିଂଟନ, ୦୪ ୧୨ ଡେମୋକ୍ରେଟିକ୍ ପାର୍ଟିର ବହୁମତ ଥିବା ଆମେରିକା ସଂସଦର ଜୁଡିସିଆରୀ କମିଟି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ମହାଭିଯୋଗ ତଦନ୍ତର ପ୍ରାଥମିକ ରିପୋର୍ଚ ପ୍ରଦାନ କରିଛି। ଏଥିରେ ଟ୍ରମ୍ପଙ୍କୁ ଦୋଷୀ କୁହାଯାଇଛି। ରିପୋର୍ଟ ଅନୁସାରେ, ଟ୍ରମ୍ପ ନିଜର ବ୍ୟକ୍ତିଗତ ଆଶାକୁ ପୂରଣ କରିବା ପାଇଁ ରାଷ୍ଟ୍ରହିତରେ ଥିବା ଅନେକ ପ୍ରସଙ୍ଗ ସହ ସାଲିସ କରିଛନ୍ତି। ଏପରିକି ସେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ନିଜ ପାଇଁ ବିଦେଶୀ ସାହାଯ୍ୟ ମାଗିଛନ୍ତି। ତେବେ ହ୍ୱାଇଟ ହାଉସ ଏହି ରିପୋର୍ଟକୁ ଖାରଜ କରିଦେଇଛି।

ହାଉସ ଜ୍ୟୁଡିସିଆରୀ କମିଟିର ରିପୋର୍ଟ ଅନୁସାରେ, ଟ୍ରମ୍ପ ୟୁକ୍ରେନକୁ ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍ ଓ ତାଙ୍କ ପୁତ୍ର ସହ ଜଡିତ ବିଭିନ୍ନ କମ୍ପାନୀର ଯାଂଚ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।  ଏହି ପ୍ରସ୍ତାବରେ ଟ୍ରମ୍ପ ଦ୍ୱିତୀୟ ଥର ନିର୍ବାଚିତ ହେବା ପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ହ୍ୱାଇଟ ହାଉସରେ ଅନୁଷ୍ଠିତ ଏକ ବୈଠକ କରିବା ସହ ସାମରିକ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗତ ଜୁଲାଇ ୨୫ରେ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେସ୍କିଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିଲା। ଏନେଇ ଟ୍ରମ୍ପଙ୍କ ଜଣେ ଅଧିକାରୀ ସୂଚନା ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟରେ ଆହୁରି ଉଲ୍ଲେଖ ହୋଇଛି ଯେ, ଆମେରିକା ଇତିହାସରେ ଟ୍ରମ୍ପଙ୍କୁ ଛାଡି ଅନ୍ୟ କୌଣସି ରାଷ୍ଟ୍ରପତି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସଂସଦରେ ସାକ୍ଷୀ ନଦେବା ପାଇଁ ସିଧାସଳଖ ନିର୍ଦ୍ଦେଶ ଦେଇନାହାନ୍ତି। ସେ ସଂସଦୀୟ ସାକ୍ଷୀଙ୍କୁ ଧମକ ମଧ୍ୟ ଦେଇଥିବା ଅଭଯୋଗ ଆସିଛି। ଯାହା ସଙ୍ଘୀୟ ଅପରାଧ ବୋଲି ବିବେଚନା କରାଯାଏ। ଆହୁରି ମଧ୍ୟ ମହାଭିଯୋଗ ତଦନ୍ତକୁ ବାଧା ଦେବା ପାଇଁ ଟ୍ରମ୍ପ ଚେଷ୍ଟା କରିଥିବା ରିପୋର୍ଟରେ ଲେଖାଯାଇଛି।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ନିଜର ପ୍ରତିଦ୍ୱନ୍ଦ୍ୱୀ ଜୋ ବୋଡେନ୍ ଓ ଅନ୍ୟ କେତେକଙ୍କ ଛବି ଖରାପ ପାଇଁ ବେଆଇନ ଭାବେ ୟୁକ୍ରେନର ସହାୟତା ମାଗିଥିଲେ। ହାଉସ ଅଫ ଜ୍ୟୁଡିସିଆରୀ ଏହା ଉପରେ ତଦନ୍ତ ଆରମ୍ଭ କରିଥିଲା। ଏହା ରାଜଦ୍ରୋହ ନା ଅନ୍ୟ ଅପରାଧ ସେନେଇ ଆଜି ଶୁଣାଣି ହେବ।

   ସମ୍ବନ୍ଧିତ ଖବର


ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?

ପୁଣି ସ୍ଥଳଭାଗ ମୁହାଁଇପାରେ ଆଉ ଏକ ବାତ୍ୟା, ସତର୍କ ସୂଚନା ଜାରି

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା