ମିଶନ୍ ଶକ୍ତି ପରୀକ୍ଷଣ: ମହାକାଶ ଆର୍ବଜନା ପାଇଁ ଚିନ୍ତା ପ୍ରକାଶ କଲା ଆମେରିକା

ଓ୍ବାଶିଂଟନ୍, ୨୮।୩: ଭାରତର ଉପଗ୍ରହ ଭେଦୀ ମିଶାଇଲ  ଆଣ୍ଟି-ସ୍ୟାଟେଲାଇଟ୍‌ (ଏ-ସ୍ୟାଟ)ର ସଫଳ ପରୀକ୍ଷଣକୁ ନେଇ ଆମେରିକା  ଆଜି ପ୍ରତିକ୍ରିୟା ପ୍ରକାଶ କରିଛି। ଆମେରିକା କହିଛି ଭାରତ ଭାରତ ସହ ସୁସମ୍ପର୍କ ସ୍ଥାପନ ପାଇଁ ଆମେରିକା ସର୍ବଦା ଚେଷ୍ଟିତ । ଜାତୀୟ ସୁରକ୍ଷା ପାଇଁ ଆମେରିକା ସର୍ବଦା ଭାରତ ସହ ରହିଛି ଏବଂ ଆଗକୁ ମଧ୍ୟ ମହାକାଶରେ ଭାରତକୁ ସହଯୋଗ କରିବ। ଦୁଇ ଦେଶ ସହଯୋଗ ଦିଗରେ ମିଳିତ ଭାବରେ କାମ କରିବ। କିନ୍ତୁ ନଷ୍ଟ ହେଉଥିବା ସ୍ୟାଟେଲାଇଟ୍‌ ଗୁଡ଼ିକ ମହାକାଶରେ ଆବର୍ଜନା ସୃଷ୍ଟି କରିବ ବୋଲି ଚିନ୍ତା ପ୍ରକାଶ କରିଛି ଆମେରିକା। ଏହା ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଉପଗ୍ରହ ଗୁଡ଼ିକ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଆମେରିକା ପକ୍ଷରୁ ସତର୍କ କରାଯାଇଛି।

source: https://www.patrika.com

ଆମେରିକାର କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ପ୍ୟାଟ୍ରିକ୍‌ ଶାହାନାହାନ ଫ୍ଲୋରିଡା ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମହାକାଶରେ ପରୀକ୍ଷଣ ହୋଇଥିବା ଏ-ସ୍ୟାଟ୍  ମିସାଇଲ୍‌ର କୁପ୍ରଭାବ କ’ଣ ପଡ଼ିବ, ସେ ସମ୍ପର୍କରେ ଆମେରିକା ତର୍ଜମା କରୁଛି। ତେବେ ମୁଁ ସମଗ୍ର ବିଶ୍ୱକୁ ଗୋଟିଏ କଥା କହିବାକୁ ଚାହେଁ,  ଆମେ ସବୁ ମହାକାଶରେ ରହୁଛୁ, ଯେଉଁଠାକୁ ଯିବାକୁ ସମସ୍ତୁ ଲୋକଙ୍କର ସ୍ବାଧୀନତା ରହିଛି, ତେଣୁ ମହାକାଶକୁ ଅଳିଆ କରିବାକୁ କେହି ଚେଷ୍ଟା କରନ୍ତୁ ନାହିଁ। ମହାକାଶ ଏମିତି ଏକ ସ୍ଥାନ ଯେଉଁଠାରେ ଆମେ ଅନେକ କାର୍ଯ୍ୟ କରିପାରିବା। ଭାରତର ନାମ ନନେଇ ସେ କହିଥିଲେ ଏ-ସ୍ୟାଟ୍ ନଷ୍ଟ କରିଥିବା ସ୍ୟାଟେଲାଇଟ୍‌ର ଧ୍ୱଂସାବଶେଷ ମହାକାଶରେ ଯଦି ରହୁଛି, ତେବେ ଏହା କେତେବେଳେ ଯେ ପୃଥିବୀ ଉପରେ ପଡ଼ିବ, ସେକଥା କେହି କହିପାରିବେ ନାହିଁ।  

source: http://news.mit.edu

ଆମେରିକାର ଏହି ଆଶଙ୍କାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ମହାକାଶରେ କୌଣସି ପ୍ରକାର ଆବର୍ଜନା ସୃଷ୍ଟି ହୋଇନାହିଁ। ଏହି ପରୀକ୍ଷଣ ମହାକାଶର ନିମ୍ନ ସ୍ତରରେ କରାଯାଇଛି। ଏହାର ଯାହା ଅବଶେଷ ରହିବ ତାହା ଏକ ସପ୍ତାହ ଭିତରେ ନିଜକୁ ନିଜେ ପୃଥିବି ପୃଷ୍ଠକୁ ଚାଲିଆସିବ।

   ସମ୍ବନ୍ଧିତ ଖବର


ବାଇକକୁ ଧକ୍କା ଦେଇ ହଠାତ୍ ମଝି ରାସ୍ତରେ ହୁତୁ ହୁତୁ ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌