ଆମେରିକାରେ ପ୍ରୋଟୋକଲ୍ ଭାଙ୍ଗି ଏଭଳି କାମ କଲେ ମୋଦି,ଉପସ୍ଥିତ ଲୋକ ଏବଂ ଅଧିକାରୀ କଲେ ପ୍ରଶଂସା

ନୂଆଦିଳ୍ଳୀ,୨୨।୯: ହାଉଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର ଟେକ୍ସସାସ ରାଜ୍ୟର ହୁଷ୍ଟନ ସହରରେ ପହଁଞ୍ଚି ସାରିଛନ୍ତି, ଯେଉଁଠି ତାଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ। କିନ୍ତୁ ଯେତେବେଳେ ମୋଦି ସେଠାରେ ଏୟାରପୋର୍ଟରେ ଓହ୍ଲାଇଥିଲେ, ସେ ସମୟରେ ଏଭଳି ଏକ ଘଟଣା ଘଟିଥିଲା ଯେ, ସେଠାରେ ଥିବା ଲୋକ ତାଙ୍କର ଆହୁରି ପ୍ରଶଂସା କରିବାରେ ଲାଗିଲେ।

କେବଳ ସେଠାରେ ଉପସ୍ଥିତ ଲୋକ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ମୋଦିଙ୍କୁ ଖୁବ୍ ପ୍ରଶଂସା କରାଯଇଛି। ଜଣେ ୟୁଜର ଖୁସି ହୋଇ ଲେଖିଛନ୍ତି, ଅଲ୍ ଦ ବେଷ୍ଟ ମୋଦିଜୀ, ଯଦି ଧ୍ୟାନ ଦେଇ ଦେଖିବା ତେବେ ସେ ଫୁଲତୋଡାରୁ ଗୋଟିଏ ଫୁଲ୍ ତଳେ ପଡିଥିବା ନେଇ ଜାଣିଗଲେ। ଏଥିରୁ ଜଣାପଡୁଛି ସେ ଖୁବ୍ ଛୋଟ ଛୋଟ କଥାକୁ ଧ୍ୟାନ ଦେଇଥାନ୍ତି। ଏହା ହେଉଛି ମହାନ ନେତାଙ୍କ ସାଧାପଣ। ଆଉ ଜଣେ ୟୁଜର ଲେଖିଛନ୍ତି, ମୋଦି ଆମେରିକାରେ ମଧ୍ୟ ସ୍ବଚ୍ଛତା ଅଭିଯାନ ଚଳାଇଛନ୍ତି।

 ତାହା ହେଲା ମୋଦି ହୁଷ୍ଟନରେ ଯେତେବେଳେ ପହଁଞ୍ଚିଥିଲେ ଏୟାରପୋର୍ଟରେ ଜଣେ ଆମେରିକୀୟ ମହିଳା ଅଧିକାରୀ ମୋଦିଙ୍କୁ ଫୁଲତୋଡା ଦେଇ ତାଙ୍କର ସ୍ବାଗତ କରିଥିଲେ। କିନ୍ତୁ ଫୁଲତୋଡାରୁ ଗୋଟିଏ ଫୁଲ୍ ତଳେ ପଡିଯାଇଥିଲା, ଏହାପରେ ମୋଦି ଏହି ଫୁଲଟିକୁ ତଳକୁ ଉଠାଇ ନେଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ପ୍ରୋଟୋକଲ୍ ଭାଙ୍ଗି ତଳକୁ ନଇଁ ଫୁଲ ଏବଂ ପତ୍ରକୁ ହାତରେ ଉଠାଇ ତାଙ୍କ ପାଖରେ ଠିଆ ହୋଇଥିବା ସହଯୋଗୀଙ୍କ ହାତକୁ ବଢାଇ ଦେଇଥିଲେ। ଏହା ଦେଖି ତାଙ୍କ ପାଖରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମୋଦି ଫୁଲତୋଡାର ଏକ ଛୋଟିଆ ଫୁଲକୁ ତଳୁ ଉଠାଇ ସମସ୍ତଙ୍କୁ ପୁଣିଥରେ ଏହି ବାର୍ତ୍ତା ଦେଇଛନ୍ତି ଯେ, ସେ ସ୍ବଚ୍ଛତାର ସଂକଳ୍ପକୁ କେତେ ଗଭୀରତାର ସହିତ ପାଳନ କରିଛନ୍ତି। ଉଲ୍ଲେଖନୀୟ ଯେ, ମୋଦି ପ୍ରତିଦିନ ଦେଶବାସୀ ଏବଂ ନିଜ ଆଖପାଖର ଲୋକଙ୍କୁ ପରିବେଶ ସ୍ବଚ୍ଛ ରଖିବାକୁ ପରାମର୍ଶ ଦେଇଥାନ୍ତି।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌