ଭାରତର ଏ-ସାଟ ମିସାଇଲ ପରୀକ୍ଷଣ, ଆମେରିକା ଅପପ୍ରଚାର କରୁଛି: ଭାରତୀୟ ପ୍ରତିରକ୍ଷା ବୈଜ୍ଞାନିକ

source:nationalpost.com
ନୂଆଦିଲ୍ଲୀ,୨ ।୪(ଏଜେନ୍ସି): ଭାରତ ଦ୍ୱାରା ଉପଗ୍ରହ ବିଧ୍ୱଂସୀ ମିସାଇଲର ପରୀକ୍ଷଣ କରାଯିବା ବିରୋଧରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା( ନାସା) ଦ୍ୱାରା ଦିଆଯାଇଥିବା ଏକ ବୟାନକୁ ଭାରତର ପ୍ରତିରକ୍ଷା ଏବଂ ମହାକାଶ ବିଜ୍ଞାନୀମାନେ ବିରୋଧ କରିଛନ୍ତି । ଭାରତର ସଫଳତାକୁ ଆମେରିକା ସହ୍ୟ କରିପାରୁନି । ତେଣୁ ସିଏ ଚିରାଚରିତ ଢଙ୍ଗରେ ଏଭଳି ବୟାନ ଦେଉଛି ବୋଲି ସେମାନେ କହିଛନ୍ତି । ନିକଟରେ ନାସାର ମୁଖ୍ୟ ଜିମ୍ ବ୍ରିଡେନଷ୍ଟିନ ନିଜ ସଂସ୍ଥାର କର୍ମଚାରୀମାନଙ୍କୁ ସମ୍ବୋଧନ କରି କହିଥିଲେ କି ଭାରତର ପରୀକ୍ଷଣ ଯୋଗୁ ମହାକାଶରେ ୪୦୦ ବର୍ଜ୍ୟ ସୃଷ୍ଟି ହୋଇଛି । ସେଥିମଧ୍ୟରୁ ୨୪ଟି ଆନ୍ତର୍ଜାତିକ ସ୍ପେସ ଷ୍ଟେସନର ଉପରେ ଗତି କରୁଛନ୍ତି । ପ୍ରତିଟି ବର୍ଜ୍ୟ ବସ୍ତୁ ଉପରେ ନଜର ରଖାଯିବା ସମ୍ଭବ ନୁହେଁ । ମାତ୍ର ୧୦ ସେମିରୁ ଅଧିକ ଲମ୍ବା ହୋଇଥିବା ୬୦ଟି ବର୍ଜ୍ୟ ଉପରେ ଆମେ ନଜର ରଖୁଛୁ । ଭାରତ ୩୦୦ କିମି ଉଚ୍ଚରେ ଏହି ପରୀକ୍ଷଣ କରିଛି କିନ୍ତୁ ସେଇ ଠାରେ ଆନ୍ତର୍ଜାତିକ ସ୍ପେସ ଷ୍ଟେସନ ବି ରହିଛି । ଯଦିଓ ଆମେ ଆନ୍ତର୍ଜାତିକ ସ୍ପେସ ଷ୍ଟେସନର ଅବସ୍ଥିତି ବଦଳାଇପାରିବୁ ଏବଂ ବର୍ଜ୍ୟ ଯୋଗୁ ତା’ର କିଛି କ୍ଷତି ହେବାର ଆଶଙ୍କା ନାହିଁ³ ମାତ୍ର ଭବିଷ୍ୟତରେ ମହାକାଶଚାରୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବ ।
ଏହା ଉପରେ ପ୍ରତିକ୍ରିୟା ଦେଇ ଡିଆରଡିଓର ପୂର୍ବତନ ମୁଖ୍ୟ ଭି କେ ସାରସ୍ୱତ କହିଛନ୍ତି କି ତାଙ୍କର ବୟାନ ଅତି କଳ୍ପନାପ୍ରସୂତ ବୋଲି ମନେ ହେଉଛି । ଭାରତର ସଫଳତାକୁ ନେଇ ଆମେରିକା ଗତାନୁଗତିକ ଧାରାରେ ପ୍ରତିକ୍ରିୟା ଦେଇଛି । ଭାରତର ପରୀକ୍ଷଣ ଦ୍ୱାରା ଯେତିକି ବର୍ଜ୍ୟ ସୃଷ୍ଟି ହୋଇଛନ୍ତି, ସେଗୁଡିକର ବେଗ କ୍ରମଶଃ ହ୍ରାସ ପାଇବ । କାରଣ ସେଗୁଡିକୁ କୌଣସି ସ୍ରୋତରୁ ଶକ୍ତି ମିଳିବ ନାହିଁ । ତେଣୁ ସେଗୁଡିକ ଧୀରେ ଧୀରେ
ପୃଥିବୀ ଆଡକୁ ଖସି ନଷ୍ଟ ହୋଇଯିବେ । ଆନ୍ତର୍ଜାତିକ ସ୍ପେସ ଷ୍ଟେସନ ଏସବୁ ଯୋଗୁ କ୍ଷତିଗ୍ରସ୍ତ ହେବ ନାହିଁ । ସେ ପୁଣି କହିଛନ୍ତି କି ମହାକାଶରେ ଲକ୍ଷ ଲକ୍ଷ ବର୍ଜ୍ୟ ଘୂରି ବୁଲୁଛି । କାହିଁକି ତା’ଯୋଗୁ ତ ଆନ୍ତର୍ଜାତିକ ସ୍ପେସ ଷ୍ଟେସନ କେବେ କ୍ଷତିଗ୍ରସ୍ତ ହୋଇନି? ସେହିପରି ପ୍ରତିବର୍ଷ ବିଭିନ୍ନ ଦେଶ ଦ୍ୱାରା ୧୯୦ଟି ଉପଗ୍ରହ ମହାକାଶରେ ଅବସ୍ଥାପିତ କରାଯାଉଛି । ଏହାଯୋଗୁ ବିପୁଳ ବର୍ଜ୍ୟ ସୃଷ୍ଟି ହେଉଛି ।
ଏସବୁ କଥା ତ କେବେ ଆମେରିକା କହୁନାହିଁ । ତେଣୁ ଭାରତର ପରୀକ୍ଷଣରୁ ସୃଷ୍ଟ ବର୍ଜ୍ୟ ଯୋଗୁ ମହାକାଶଚାରୀଙ୍କ ପ୍ରତି ବିପଦ ସୃଷ୍ଟି ହେବା କହିବା ଯଥାର୍ଥ ନୁହେଁ । ଡିଆରଡିଓର ପୂର୍ବତନ ବୈଜ୍ଞାନିକ ରବି ଗୁପ୍ତା କହିଛନ୍ତି କି ଭାରତ ୩୦୦ କିମି ଉଚ୍ଚରେ ଅବସ୍ଥିତ କକ୍ଷରେ ପରୀକ୍ଷଣ କରିଛି । ଆନ୍ତର୍ଜାତିକ ସ୍ପେସ ଷ୍ଟେସନ ଏହା ଠାରୁ ଆହୁରି ଉଚ୍ଚ କକ୍ଷରେ ଅବସ୍ଥିତ । ତେଣୁ ଭାରତର ପରୀକ୍ଷଣ ଦ୍ୱାରା ସୃଷ୍ଟ ବର୍ଜ୍ୟ ଏତେ ଉପରକୁ ଯିବ କେମିତି? ଯଦି ବି କିଛି ଯାଇଥାଏ, ତାହାହେଲେ ସେଗୁଡିକର ବେଗ କମିଯିବ ଏବଂ ସେଗୁଡିକ ପୃଥିବୀ ଆଡକୁ ଖସି ନଷ୍ଟ ହୋଇଯିବେ । ଦ୍ୱିତୀୟରେ ଆମେରିକା ନିଜେ ବହୁଥର ଏପରି ପରୀକ୍ଷଣ କରିଛି ଯାହାଯୋଗୁ ହଜାର ହଜାର ବର୍ଜ୍ୟ ସୃଷ୍ଟି ହୋଇଛି । ଏହାଯୋଗୁ ଭାରତ ସମେତ ସମସ୍ତ ଦେଶଙ୍କ ଉପଗ୍ରହ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ କେବଳ ଭାରତକୁ ଦୋଷ ଦେଇ ଆମେରିକା ଠିକ୍ କରୁନାହିଁ । ଏହା କେବଳ ଆମେରିକା ଦ୍ୱାରା ଭାରତ ବିରୋଧରେ ଅପପ୍ରଚାର