PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଆଝାର ପ୍ରସଙ୍ଗରେ ଆମେରିକା-ଚୀନ ମୁହାଁମୁହିଁ, ଜାତିସଂଘରେ ଅଣାଯିବ ନୂଆ ପ୍ରସ୍ତାବ

ଓ୍ବାଶିଂଟନ୍, ୨୮।୩: ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ନେଇ  ଭାରତକୁ ଆମେରିକାର ସମର୍ଥନ ମିଳିଛି। ଏହି ପ୍ରସଙ୍ଗ ନେଇ ଏବେ ଆମେରିକା ଓ ଚୀନ ମୁହାଁମୁହିଁ ପରିସ୍ଥିତିରେ। ଏନେଇ ଆଜି ଆମେରିକା ପକ୍ଷରୁ ଚୀନକୁ ଚେତାବନୀ ଦିଆଯାଇଛି। ଆମେରିକା କହିଛି ମାସୁଦ ଆଝାର ପାଇଁ ଚୀନ ଢାଲ ନହେଉ। ଆଗକୁ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷିତ କରିବା ପାଇଁ ଆମେରିକା ଜାତିସଂଘର ସୁରଷା ପରିଷଦରେ ନୂଆ ପ୍ରସ୍ତାବ ଆଣିବ। ଆମେରିକାର ଏହି ପଦକ୍ଷେପକୁ ଚୀନ ବିରୋଧ କରିଛି। ଚୀନ କହିଛି ଆମେରିକା ଜାତିସଂଘର ଅଧିକାରକୁ କମ୍ କରୁଛି। ଏଭଳି କରିବା ଦ୍ବାରା ଏହି ପ୍ରସଙ୍ଗରେ ଆହୁରି ସମସ୍ୟା ସୃଷ୍ଟି ହୋଇପାରେ।

source: https://abpnews.abplive.in

ଆମେରିକା ଚୀନକୁ କଡା ନିନ୍ଦା କହିବା​‌ ସହ କହିଛ ଚୀନ ଦୋମୁହାଁ ନୀତିକୁ ବନ୍ଦ କରୁ। ଗୋଟିଏ ପଟେ ନିଜ ଦେଶରେ ଥିବା ଲକ୍ଷ ଲକ୍ଷ ମୁସଲମାନଙ୍କୁ ଉତ୍ପୀଡନ ଦେଉଛି ଓ ଅନ୍ୟପକ୍ଷେ ଆତଙ୍କବାଦୀଙ୍କୁ ଜାତିସଂଘରେ କଟକଣା ଲଗାଇବା ଉପରେ ପ୍ରତିବନ୍ଧକ ସାଜୁଛି ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି।

source: http://knowledge.wharton.upenn.edu

ଉଲ୍ଳେଖନୀୟ ଯେ ମାସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଆମେରିକା ସହିତ ଫ୍ରାନ୍ସ ଏବଂ ବ୍ରିଟେନ ମଧ୍ୟ ସମର୍ଥନ କରୁଛନ୍ତି। କିନ୍ତୁ ଚୀନ ନିଜର ଭିଟୋ ପାଓ୍ବାରକୁ ନେଇ ବାରମ୍ବାର ଆଝାରକୁ ବଞ୍ଚାଇବାରେ ସଫଳ ହୋଇଛି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପାଇଁ ଜୈଶ ନିଜକୁ ଦାୟୀ କରିବା ପରେ ସାରା ବିଶ୍ବ ଭାରତକୁ ସମର୍ଥନ କରିଥିଲା। ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ଜାତିସଂଘର ସୁରକ୍ଷା ପରିଷଦରେ ଆଝାର ବିରୋଧରେ ବିଶ୍ବ ଆତଙ୍କବାଦୀ ଘୋଷିତ କରିବା ନେଇ ପ୍ରସ୍ତାବ ଆଣିଥିଲେ। କିନ୍ତୁ ଚୀନ ପୁନର୍ବାର ତାକୁ ବଞ୍ଚାଇ ଦେଇଥିଲା।  

ସମ୍ବନ୍ଧିତ ଖବର