PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ନାଗରିକତା ସଂଶୋଧନ ଆଇନକୁ ଆମେରିକାର ସମର୍ଥନ, ଭାରତୀୟ ଗଣତନ୍ତ୍ର ଉପରେ ବିଶ୍ୱାସ ରହିଥିବା କହିଲା ୟୁଏସ୍

ନୂଆଦିଲ୍ଲୀ, ୧୯|୧୨:  ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ହିଂସା ଆଦି ସୃଷ୍ଟି ହୋଇଛି। ତେବେ ଏହି ପ୍ରସଙ୍ଗରେ ଆମେରିକା ଭାରତର ଗଣତନ୍ତ୍ର ଉପରେ ବିଶ୍ୱାସ ସୃଷ୍ଟି କରିଛି। ଆମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଇକ ପାମ୍ପିଓ ସିଏଏ ବିରୋଧରେ କିଛି କହିବାକୁ ମନା କରିଛନ୍ତି।

ପାମ୍ପିଓ କହିଛନ୍ତି ଯେ, ଭାରତରେ ସିଏଏକୁ ନେଇ ଅନେକ ଆଲୋଚନା ହେଉଛି। ଦେଶରେ ଗଣତାନ୍ତ୍ରିକ ଉପାୟରେ ଯୁକ୍ତି ହେଉଛି। ଏହି ଆଲୋଚନା ସଠିକ ଭାବେ କରାଯାଇଛି। ଏହାସହ ଭାରତର ଗଣତନ୍ତ୍ର ଉପରେ ସେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି।

ଆମେରିକା କହିଛି ଯେ, ଦୁନିଆରେ ସମସ୍ତ ଅଲ୍ପସଂଖ୍ୟକଙ୍କ ଅଧିକାର ରକ୍ଷା କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଏହାସହ ସମସ୍ତ ଧର୍ମର ଧାର୍ମିକ ଅଧିକାର ପାଳନ କରିବାର ସ୍ବତନ୍ତ୍ରତାକୁ ଦେଶ ସମର୍ଥନ କରୁଛି। ଏହି ବୟାନରୁ ଆମେରିକା ହଟିବ ନାହିଁ ବୋଲି ପାମ୍ପିଓ କହିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ପରେ ଗଣମାଧ୍ୟମ ଆଗରେ ପାମ୍ପିଓ ଏହା ପ୍ରକାଶ କରିଛନ୍ତି।

ଏହି ଆଲୋଚନାରେ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଇସ୍ପର ଏଥିରେ ଭାଗ ନେଇଥିଲେ। ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଥିରେ ଅଂଶ ଗ୍ରହଣ କରିଥିଲେ।