ପ୍ରତିଦିନ କୁକୁରର ମୂତ୍ର ପିଉଛନ୍ତି ଏହି ସୁନ୍ଦରୀ ଯୁବତୀ, କାରଣ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍ …

ନୂଆଦିଲ୍ଲୀ: ଦୁନିଆରେ ପ୍ରତ୍ୟକ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ସଚେତନ । ଏହାକୁ ବଜାୟ ରଖିବା ପାଇଁ ଦୈନନ୍ଦିନ ଜୀବନରେ କିଛି ନା କିଛି ବ୍ୟାୟାମ ହେଉ ଅବା ଖାଦ୍ୟସାମଗ୍ରୀ ନିଜ ଖାଦ୍ୟପେୟରେ ଯୋଡିଥାଏ । ଏକରୁ ବିଶେଷକରି ଯେତେବେଳେ ଝିଅମାନଙ୍କ କଥା ଆସେ, ସେମାନେ ନିଜ ଚର୍ମକୁ ଉଜ୍ଜ୍ୱଳ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । କିନ୍ତୁ ଏହି ରେସିପି ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବାସ୍ତବରେ ଜଣେ ବହୁତ ସୁନ୍ଦର ମହିଳା ନିଜର ସୌନ୍ଦର୍ୟ୍ୟ ରକ୍ଷା କରିବା ପାଇଁ ପ୍ରତିଦିନ କୁକୁର ପରିସ୍ରା ପିଅନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ, ନୁହେଁ କି ?

ଆମେରିକାର ଲିନା ନାମକ ଏହି ମହିଳା କୁକୁର ପରିସ୍ରା ପିଇ ନିଜର ସୌନ୍ଦର୍ଯ୍ୟ ଏବଂ ଚର୍ମର ଗ୍ଲୋ ବଜାୟ ରଖନ୍ତି । ଆମେରିକାର ଲିନା ନାମକ ଏହି ମହିଳା କୁହନ୍ତି ଯେ ଲୋକମାନେ ତାଙ୍କୁ ସବୁବେଳେ ଚମକୁଥିବା ଚର୍ମର ରହସ୍ୟ ପଚାରନ୍ତି । ସେ ଲୋକମାନଙ୍କୁ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ବିଷୟରେ କହିଥିଲେ ଯେ ସେ ପ୍ରତିଦିନ କୁକୁର ମୂତ୍ର ପିଅନ୍ତି, ଯାହାଫଳରେ ତାଙ୍କ ଚେହେରାରେ ଦାଗ ନଥାଏ ଏବଂ ଏହା ସର୍ବଦା ଚେହେରାକୁ ଚମକାଇଥାଏ । ପ୍ରଥମେ ଏହା ଶୁଣିବା ପରେ କେହି ବିଶ୍ୱାସ କରିନଥିଲେ ।

ଲୀନା କହିଛନ୍ତି ଯେ ସେ ନିୟମିତ ଭାବରେ ନିଜ କୁକୁରର ମୂତ୍ର ପିଇଥାନ୍ତି । ଏହାକୁ ନେଇ ସେ ଯୁକ୍ତି କରନ୍ତି ଯେ କୁକୁରର ମୂତ୍ରରେ ଭିଟାମିନ୍ ଏ, ଭିଟାମିନ୍ ଇ ଏବଂ କ୍ୟାଲସିୟମ୍ ର ଗୁଣ ଥାଏ, ଯାହା କର୍କଟ ରୋଗର ଚିକିତ୍ସାରେ ବହୁତ ସହାୟକ ହୋଇଥାଏ । ଲୀନା କହିଛନ୍ତି ଯେ କୁକୁରର ମୂତ୍ର ପିଇଲେ କର୍କଟ ରୋଗକୁ ବହୁ ପରିମାଣରେ ଏଡାଯାଇପାରିବ ।

କିଛି ସମୟ ପୂର୍ବରୁ ତାଙ୍କ ମୁହଁରେ ବହୁତ ପିମ୍ପଲ୍ସ ଥିଲା । ଯେତେବେଳେ ସେ ପ୍ରଥମେ କୁକୁରର ପରିସ୍ରା ପିଇଲେ, ସେତେବେଳେ ସେ ବହୁତ ଅଦ୍ଭୁତ ଅନୁଭବ କଲେ । କିନ୍ତୁ ପରେ ଧୀରେ ଧୀରେ ଏହା ଏକ ଅଭ୍ୟାସରେ ପରିଣତ ହେଲା ଏବଂ ଏହାର ସୁବିଧା ହେଲା ଯେ ତାଙ୍କ ପିମ୍ପଲ୍ ସଂପୂର୍ଣ୍ଣ ଭଲ ହୋଇଗଲା । ଲୀନାଙ୍କ ମୁହଁରେ ଏକ ଭିନ୍ନ ଉଜ୍ବଳତା ଆସିଛି । ବର୍ତ୍ତମାନ ଏହି ମହିଳା ନିଜର ସୌନ୍ଦର୍ଯ୍ୟ ଏବଂ ଏହା ପଛର ରହସ୍ୟ ଯୋଗୁଁ  ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।