ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

କୃଷକଙ୍କ ପ୍ରେମରେ ପଡ଼ିଲେ ଆମେରିକା ଝିଅ, ହୋଲିରେ କଲେ ବିବାହ

ହୋଶଙ୍ଗବାଦ ୨୨।୩: କୁହାଯାଏ ପ୍ରେମ ଜାତି ଧର୍ମ ବର୍ଣ୍ଣ କିଛି ମାନେନା। ଆଉ ସେହି ପ୍ରେମକୁ ପାଇବାକୁ ହେଲେ ପ୍ରେମିକ ଓ ପ୍ରେମିକା ସାତ ସମୁଦ୍ର ବି ପାର କରିଦେବେ ଏଥିରେ କୈାଣସି ସନ୍ଦେହ ନାହିଁ। ଏମିତି ହିଁ ଏକ ମାମଲା ମଧ୍ୟପ୍ରଦେଶର ହୋଶଙ୍ଗବାଦରେ ଦେଖିବାକୁ ମିଳିଛି। ନିଜ ସ୍ବପ୍ନର ସାଥୀକୁ ପାଇବା ପାଇଁ ପ୍ରେମିକା ଆମେରିକାରୁ ବାହାରି ହୋଲି ଦିନ ଭାରତରେ ପହଞ୍ଚିଛି।

ସିଓ୍ବନୀ ମାଲଓ୍ବା ସ୍ଥିତ ବିସୈାନିକଲାର ନିବାସୀ ଦୀପକ ରାଜପୁତ ଓ ଦକ୍ଷିଣ ଆମେରିକାର ଆବଲୀ ଟାସ ବେଲବିଆ ସହରର ଜେଲିକା ଲିଜେଥ ଟେରାଜସଙ୍କ ସହିତ ଚାଲିଥିଲା ପ୍ରେମ ସମ୍ପର୍କ । ୩ ବର୍ଷ ଧରି କ୍ଷେତରେ କାମ କରୁଥିବା କୃଷକ ଦୀପକଙ୍କ ପ୍ରେମ ଫେସବୁକରୁ ଆରମ୍ଭ ହୋଇଥିଲା। ସେହି ପ୍ରେମ ଆଜି ଭଳି ପବିତ୍ର ଦିନରେ ବିବାହରେ ପରିଣତ ହୋଇଥିଲା। ଜେଲିକା ଲିଜେଥ ଆମେରିକାର ମାନବ ସମ୍ଭଳ ବିଭାଗର ଅଧିକାରୀ ।

{"id":8577,"width":737,"height":413}

ଦୀପକ ଓ ପ୍ରେମିକା ଜେଲିକା ଲିଜେଥଙ୍କ ଦୋସ୍ତୀ ୬ ମାସ ତଳେ ଆରମ୍ଭ ହୋଇଥିଲା। ପ୍ରଥମେ ଫେସବୁକରେ ଚାଟିଂ ହେବା ପରେ ହ୍ବାଟସଅପ୍ ଚାଟିଂ ହୋଇଥିଲା। ଯେବେଠୁ ଫୋନରେ କଥା ହେବା ଆରମ୍ଭ କଲେ ସେବେଠୁ ଦୁହିଁଙ୍କ ଦୋସ୍ତୀ ପ୍ରେମରେ ପରିଣତ ହେଲା।

ଗତ ଦୁଇ ମାସ ହେଲା ଜେଲିକା ଲିଜେଥ ଭାରତ ଭ୍ରମଣରେ ଆସୁଛନ୍ତି। ଦୁହେଁ ଦୁହିଁଙ୍କୁ ଦେଖା ମଧ୍ୟ କରିଥାନ୍ତି। ଆଜି ଭଳି ପବିତ୍ର ଦିନରେ ଦୁହେଁ ନର୍ମଦା ନଦୀ ସ୍ଥିତ ଚିତ୍ରଗୁପ୍ତ ମନ୍ଦିରରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଏହା ପରେ ଜେଲିକା ଏବଂ ଦୀପକ ପରଷ୍ପରକୁ ଅବିର ଲଗାଇଥିଲେ ଏବଂ ସାତ ଜନ୍ମ ପର୍ଯ୍ୟନ୍ତ ଦୁହେଁ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଦୀପକ ଓ ଜେଲିକାଙ୍କ ପରିବାର ଲୋକଙ୍କ ସହମତିରେ ଏହି ବିବାହ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.