ଆଇସବାଥ୍ ପରେ ୧ କପ୍ ୟୁରିନ୍ ପିଅନ୍ତି ଏହି ଆମେରିକାନ୍ ସିଙ୍ଗର, ଭାଇରାଲ ହେଉଛି ତାଙ୍କର ଏହି ଭିଡିଓ

ନ୍ୟୁୟର୍କ,୧୯।୧୧: ପ୍ରସିଦ୍ଧ ଆମେରିକୀୟ ପପ୍ ସିଙ୍ଗର ମାଡୋନା ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଆଇସବାଥ୍ କରିବା ପରେ ଏକ କପ୍ ୟୁରିନ(ମୁତ୍ର) ପିଉଥିବାର ଦେଖିବାକୁ ମିଳୁଛି। ମାଡୋନା ୧୭ ନଭେମ୍ବର ଅର୍ଥାତ ଗତ ରବିବାର ଓ୍ବାର୍ଲ୍ଡ ଟଏଲେଟ୍ ଡେ ଅବସରରେ ଏହି ଭିଡିଓକୁ ପୋଷ୍ଟ କରିଥିଲେ।

ମାଡୋନା ଏବେ ମ୍ୟୁଜିକାଲ ଇଭେଣ୍ଟ ପାଇଁ ’ମ୍ୟାଡାମ ଏକ୍ସ ଟୁର’ରେ  ଅଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, -ICE TRAY-NEW DRIP-3:am Ice bath. ଭିଡିଓରେ ଦେଖିବାକୁ ମିଳୁଛି ସେ ପରଫର୍ମର ଅହଲମାଲିକ ଓ୍ବିଲିୟମ୍ସଙ୍କ ସହିତ ହୋଟେଲ ବାଥରୁମରେ ଅଛନ୍ତି।

ଭିଡିଓରେ ସେ ଆଇସ୍ ବାଥ୍ ଟବରୁ ବାହାରିବା ପରେ ନିଜର ମୋଜା ବାହାର କରିନିଅନ୍ତି ଓ ଏହାପରେ ଏକ ଧଳା କପରେ ହଳଦିଆ ରଙ୍ଗର ପାନୀୟ ପଦାର୍ଥ ପିଉଥିବାର ଦେଖିବାକୁ ମିଳୁଛି, ଯାହାକି ଏହି ଟ୍ରିଟମେଣ୍ଟର ଏକ ଅଂଶ। କୁହାଯାଏ ଯେ, ବରଫ ପାଣିରୁ ବାହାରିବା ପରେ ୟୁରିନ୍ ପିଇବା ଖୁବ୍ ଭଲ।’  ସୋସିଆଲ ମିଡିଆରେ ଏହି ସିଙ୍ଗରଙ୍କ ଭିଡିଓ ଯୋରଦାର ଭାବରେ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖନୀୟ ଯେ, ଏହା ପ୍ରଥମ ଥର ନୁହେଁ, ଯେତେବେଳେ ମାଡୋନା ମେଡିକାଲ ଟ୍ରିଟମେଣ୍ଟ ଭାବରେ ୟୁରିନ୍ ବ୍ୟବହାର କରୁଛନ୍ତି। ଏହା ପୂର୍ବରୁ ସେ ପାଦର ଘା’ ଠିକ୍ କରିବାପାଇଁ ୟୁରିନ୍ ବ୍ୟବହାର କରିଥିଲେ।  ଉଲ୍ଲେଖନୀୟ ଯେ, ମାଡୋନା ହେଉଛନ୍ତି ଆମେରିକାର ପ୍ରସିଦ୍ଧ ଗାୟିକା ଏବଂ ଅଭିନେତ୍ରୀ। ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲେ ମଧ୍ୟ ଏବେ ବି ଖୁବ୍ କମ ବୟସର ଯୁବତୀଙ୍କ ଭଳି ଦେଖାଯାଆନ୍ତି।

   ସମ୍ବନ୍ଧିତ ଖବର


ଚାଇନିଜ୍ କମ୍ପାନୀ ସହିତ କଣ୍ଟ୍ରାକ୍ଟ ଭାଙ୍ଗିବେ କି ସେଲିବ୍ରିଟି ?

ଲଞ୍ଚ୍ ହେବା ମାତ୍ରେ ୫୦ ହଜାର ଡାଉନଲୋଡ୍, ବିଲକୁଲ୍ TikTok ଭଳି କିନ୍ତୁ ମେଡ୍ ଇନ୍ ଇଣ୍ଡିଆ ଆପ୍

ସୁଶାନ୍ତଙ୍କ ଭିଣୋଇ ଲଞ୍ଚ କରିବେ ‘ନେପୋମିଟର’ ଆପ୍

ଖୋଲୁଛି ସେଲିବ୍ରିଟିଙ୍କ ଗୁମର : ‘ନିର୍ମାତାଙ୍କୁ ଫୋନ୍ କରିକି ମୋଠାରୁ ବି ଛଡ଼ାଇ ନେଇଥିଲେ ପ୍ରୋଜେକ୍ଟ’ : ସୈଫ୍‌

ଫ୍ଲୋରକୁ ଫେରିବେ କିଙ୍ଗ୍‌ ଖାନ୍‌

ନିଜ ଫ୍ୟାନ୍ସଙ୍କ ସହିତ ଅନଲାଇନ୍ ଲୁଡୋ ଖେଳିଲେ କିଆରା, ଫଟୋ ଭାଇରାଲ