ଲକ୍ଷ୍ମଣ ଝୁଲା ବ୍ରିଜରେ ଆମେରିକୀୟ ମହିଳାଙ୍କ ଅଶ୍ଲୀଳ ଭିଡିଓ ସୁଟ୍, ଗିରଫ କଲା ପୋଲିସ

ଋଷିକେଶ,୧୮।୧୦: ଫ୍ରାନ୍ସର ମହିଳାଙ୍କ ପରେ ଏବେ ଆଉ ଜଣେ ଆମେରିକୀୟ ମହିଳା ଋଷିକେଶର ଲକ୍ଷ୍ମଣଝୁଲା ବ୍ରିଜ ଉପରେ ଅଶ୍ଲୀଳ ଭିଡିଓ ତିଆରି କରି ଗିରଫ।  ଋଷିକେଶର ମୁନିକିରେତି ପୋଲିସ ଶନିବାର ଦିନ ଏହି ମହିଳାଙ୍କୁ ଗିରଫ କରିଛି।  ଏହା ପୂର୍ବରୁ ଜଣେ ଫ୍ରାନ୍ସର ମହିଳା ଓ ସ୍ଥାନୀୟ ଫଟୋଗ୍ରାଫର ବିନୋଦ ସିଂଙ୍କୁ ଅଶ୍ଲୀଳ ଭିଡିଓ ତିଆରି କରିବା ନେଇ ଗିରଫ କରିଥିଲା।

ଏହି ମାମଲା ସାମନାକୁ ଆସିବା ପରେ ସ୍ଥାନୀୟ କାଉନସିଲର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଧାରଣାରେ ବସିଥିଲେ। ହଙ୍ଗାମା ସେତେବେଳେ ବଢିଥିଲା ଯେତେବେଳେ କିଛି ବିଦେଶୀ  ମହିଳା ସ୍ଥାନୀୟ ଫଟୋଗ୍ରାପରଙ୍କ ସହିତ ଲକ୍ଷ୍ମଣଝୁଲା ବ୍ରିଜ ଉପରେ ଓ ଏକ ହୋଟେଲ ରୁମରେ କିଛି ଅଶ୍ଲୀଳ ଭିଡିଓ ସୁଟ୍ କରିଥିଲେ।

ଗିରଫ ହେବାପରେ ଆମେରିକୀୟ ମହିଳା ଜଣକ ପୋଲିସକୁ କହିଛନ୍ତି, ସେ ଅନଲାଇନ୍ ମାଳ ବିକ୍ରିର ପ୍ରମୋଟ କରିବା ପାଇଁ ଏହି ଭିଡିଓ ସୁଟ୍ କରିଥିଲେ। ପରେ ମହିଳା ଜଣକ ନିଜର ବୟାନରୁ ପଲଟି ଯାଇଥିଲେ ଓ ଏହାପରେ ନୂଆ ବିବାଦ ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ଗିରଫ ହୋଇଥିବା ଫ୍ରାନ୍ସର ମହିଳା ଜଣକ କହିଥିଲେ, ସେ ଏହି ଭିଡିଓ  ଯୌନ ନିର୍ଯ୍ୟାତନା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ତିଆରି କରିଥିଲେ। ମହିଳାଙ୍କ ଏହି ବୟାନକୁ ନେଇ ତାଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

ମହାଜାଲିଆତି -ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ

ବିହାର ନିର୍ବାଚନୀ ପ୍ରତିଶ୍ରୁତିରେ କରୋନା ଭାକ୍‌ସିନ୍‌ – ମାଗଣାରେ ଲୋକଙ୍କୁ କୋଭିଡ୍‌-୧୯ ଟିକା ମିଳିବା ନେଇ ସ୍ପଷ୍ଟ କଲେ ନିର୍ମଳା ସୀତାରମଣ