PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଅମରେଶ ହତ୍ୟା ମାମଲା: ମାର୍ଚ୍ଚ ୧୩ରେ ଶୁଣାଣି, ୨ ମୁଖ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ ହେବ

ଭୁବନେଶ୍ୱର,୨୫/୦୨: ବହୁଚର୍ଚ୍ଚିତ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ମାମଲାର ବୁଧବାର ଶୁଣାଣି ତାରିଖ ଥିଲା । କିନ୍ତୁ ଅତିରିକ୍ତ ଦୌରାଜଜ୍‌(୨)ଙ୍କ କୋର୍ଟରେ ମରାମତି କାମ ଚାଲିଥିବାରୁ ଶୁଣାଣି ସମ୍ଭବ ହୋଇନଥିଲା। ଆସନ୍ତା ମାର୍ଚ୍ଚ ୧୩ ତାରିଖକୁ ଏହା ଧାର୍ଯ୍ୟ କରାଯାଇଛି । ସେହିଦିନ ସାକ୍ଷୀମାନେ ଅଦାଲତରେ ହାଜର ହୋଇ ବୟାନ ରଖିବେ । ତାଙ୍କ ବୟାନକୁ ଆଧାର କରି ପରବର୍ତ୍ତୀ ଶୁଣାଣି ପ୍ରକ୍ରିୟା ଚାଲିବ ।

ଏୟାରଫିଲ୍ଡ ଥାନା ପୁଲିସ ୨୦୨୦ ଫେବ୍ରୁଆରୀରେ ଅଦାଲତରେ ମାମଲା ସମ୍ପର୍କିତ ସାନି ଅଭିଯୋଗପତ୍ର (ଚାର୍ଜସିଟ୍‌) ଦାଖଲ କରିଥିଲା । ଚାର୍ଜସିଟ୍‌ରେ ମୋଟ ୨୮ଜଣ ସାକ୍ଷୀ ଥିବା ପୁଲିସ ଦର୍ଶାଇଛି । ଯେଉଁଥିରେ ୨ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଅଛନ୍ତି । ଏମାନେ ଅମରେଶଙ୍କ ଘନିଷ୍ଠ ସହଯୋଗୀ । ଆକ୍ରମଣ ବେଳେ ୨ଜଣ ଉପସ୍ଥିତ ଥିଲେ । ଏହାବାଦ୍‌ ଅମରେଶ ଗୋଷ୍ଠୀର ୧୨ଜଣ ସମର୍ଥକ ମଧ୍ୟ ସାକ୍ଷୀ ଭାବେ ଅଦାଲତରେ ହାଜର ହେବେ । ଘଟଣାସ୍ଥଳକୁ ଯାଇଥିବା ପିସିଆର୍‌-୧୩ର କର୍ମଚାରୀଙ୍କୁ ମଧ୍ୟ ସାକ୍ଷୀ ଭାବେ ରଖାଯାଇଛି । ଏଯାଏଁ ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୦ଜଣ ଅଭିଯୁକ୍ତ ଗିରଫ ହୋଇ ସାରିଛନ୍ତି । ହାଇକୋର୍ଟରୁ ସମସ୍ତଙ୍କୁ ଜାମିନ ମଧ୍ୟ ମିଳିଛି । କିନ୍ତୁ ୩ଜଣ ଏବେ ବି ଫେରାର ଅଛନ୍ତି । ଅଭିଯୁକ୍ତ ଫେରାର ଥିବାରୁ ପୁଲିସ ପକ୍ଷରୁ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ କରାଯାଇନି ।

ସୂଚନା ଥାଉ କି, ୨୦୧୯ ମସିହା ଅକ୍ଟୋବର ୨୭ ତାରିଖ ଦୀପାବଳି ରାତିରେ ଏକାମ୍ର କଲେଜ ସାମ୍ନାରେ ଅମରେଶଙ୍କ ଗୋଷ୍ଠୀ ପକ୍ଷରୁ ଏକ ଭୋଜି ଚାଲିଥିଲା । ଅମରେଶର ଶତ୍ରୁ ତଥା ଶଙ୍କର ଗୋଷ୍ଠୀର ୧୫ରୁ ୧୭ ଯୁବକ ସେଠାରେ ପହଞ୍ଚି ସଂଘବଦ୍ଧ ଆକ୍ରମଣ କରିଥିଲେ । ଆକ୍ରମଣରେ ଅମରେଶ ଗୋଷ୍ଠୀର କିଛି ସଦସ୍ୟ ଛତ୍ରଭଙ୍ଗ ଦେଇଥିଲେ । ଆକ୍ରମଣକାରୀମାନେ ବହ୍ଲା, କାଠ ଫାଳିଆରେ ପିଟି ପିଟି ଅମରେଶକୁ ହତ୍ୟା କରିଥିଲେ । ପୁଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆ, କପିଳ ପ୍ରସାଦର ଜଗଦୀଶ ଗଜେନ୍ଦ୍ର ଓ ସୁନ୍ଦରପଦାର ଜିତେନ୍ଦ୍ର ମଲ୍ଲିକଙ୍କୁ ପ୍ରଥମେ ଗିରଫ କରିଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ହାଇକୋର୍ଟରୁ ଜାମିନ ପାଇ ୪ଜଣ ଝାରପଡା ଜେଲ୍‌ରୁ ମୁକୁଳି ଥିଲେ । ଝାରପଡ଼ା ଜେଲ୍‌ରୁ ପୁରୁଣା ଭୁବନେଶ୍ୱର ଯାଏଁ ଏମାନେ ବାଇକ୍‌ ଶୋଭାଯାତ୍ରାରେ ଯାଇଥିଲେ । ଯାହାକି ଆଇନଶୃଙ୍ଖଳା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ପରେ କମିଶନରେଟ୍‌ ପୁଲିସ ରୋଶନ ନାମକ ଅଭିଯୁକ୍ତକୁ ଏନ୍‌ଏସ୍‌ଏରେ ବୁକ୍‌ କରିଥିଲା ।