ଅମରେଶ ନାୟକ ହତ୍ୟାକାଣ୍ଡ: ୩ ମାସ ପରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ୨୦/୨: ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ୩ ମାସ ପରେ ଏୟାରଫିଲ୍ଡ ଥାନା ପୁଲିସ ଧରିଛି । ସେ ହେଲେ ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ତଳ ସାହିର ରୋଶନ ଜେନା(୨୦) । ତାଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ରୋଶନଙ୍କୁ ମିଶାଇ ଏଯାବତ୍‌ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି ।

ପୁଲିସ କହିଛି, ହତ୍ୟା ଦିନ ରୋଶନ ଘଟଣାସ୍ଥଳରେ ଉପସ୍ଥିତ ଥିଲା । ଅମରେଶଙ୍କ ଅପରଗୋଷ୍ଠୀ ସହ ସେ ମଧ୍ୟ ପୂର୍ବରୁ ମିଶାମିଶି କରୁଥିଲା । ଘଟଣା ପରେ ସେ ଦୀର୍ଘ ୩ ମାସ ଧରି ରାଜ୍ୟ ବାହାରକୁ ଚାଲି ଯାଇଥିଲା । ଏବେ ଘରକୁ ଫେରିଥିବା ଖବର ପାଇ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପୂର୍ବରୁ ପୁଲିସ ସୁନ୍ଦରପଦାର ରଘୁନାଥ ବାରିକ ଓରଫ ରଘୁଆ, ରାକେଶ ନାୟକ ଓରଫ ବବୁଲି ଓ ବିଶ୍ୱଜିତ୍‌ ରାଉତ ଓରଫ ଉଙ୍କା, ପୁରୁଣା ଭୁବନେଶ୍ୱରର ହରଚଣ୍ଡିସାହିର ଶଙ୍କର ବସ୍ତିଆ, କପିଳପ୍ରସାଦର ଜଗଦୀଶ ଗଜେନ୍ଦ୍ର ଓରଫ ରାଜା ଓ ସୁନ୍ଦରପଦା ବେହେରାସାହିର ଜିତେନ୍ଦ୍ର ମଲ୍ଲିକଙ୍କୁ ଗିରଫ କରିଥିଲା । ଅନ୍ୟ ପକ୍ଷରେ ମୃତ ଅମରେଶଙ୍କ ପରିବାର ଲୋକେ ଏହି କାଣ୍ଡ ପାଇଁ ପୁଲିସକୁ ଦାୟୀ କରିଛନ୍ତି । ଘଟଣାକୁ ୩ ମାସ ବିତିବା ସତ୍ତେ୍ୱ ବି ଏଯାଏଁ ୩ରୁ ଅଧିକ ଅପରାଧୀ ଫେରାର୍‌ ଅଛନ୍ତିି । ଖୁବଶୀଘ୍ର ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି ।

ସୂଚନାଯୋଗ୍ୟ, ୨୦୧୯ ଦୀପାବଳି ରାତିରେ ୧୫ରୁ ଅଧିକ ଅଭିଯୁକ୍ତ ସଂଘବଦ୍ଧ ଭାବେ ଅମରେଶଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ କାଠ ଫାଳିଆରେ ପିଟି ପିଟି ମାରି ଦେଇଥିଲେ । ହତ୍ୟାକାଣ୍ଡ ଘଟଣାରେ ଏୟାରଫିଲ୍ଡ ଥାନା ପୁଲିସ ପୂର୍ବରୁ ୮ ଜଣଙ୍କୁ ଗିରଫ କରିଥିଲା ।

   ସମ୍ବନ୍ଧିତ ଖବର


ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି