ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସକ୍ୟୁରି

ନୁଆଦିଲ୍ଲୀ ୫/୩: ସୁପ୍ରିମକୋର୍ଟରେ ରିପୋର୍ଟ ପ୍ରଦାନ କଲେ ଆମିକସକ୍ୟୁରି । ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟରେ ମଙ୍ଗଳବାର ରିପୋର୍ଟ ପ୍ରଦାନ କରିଛନ୍ତି ଆମିକସକ୍ୟୁରି । ଫେବ୍ରୁଆରୀ ୨୭ ତାରିଖରେ ହୋଇଥିବା ଶୁଣାଣୀରେ ରିପୋର୍ଟ ଦାଖଲ ପାଇଁ ସମୟ ମାଗିଥିଲେ । ଗତ ଫେବ୍ରୁଆରୀ ୨୨ରେ ପୁରୀ ଗସ୍ତରେ ଆସି ଅନୁଧ୍ୟାନ କରିଥିଲେ ଆମିକସକ୍ୟୁରି । ଆଜି ରିପୋର୍ଟ ଦାଖଲ କରିଛନ୍ତି । ତେବେ ପକ୍ଷଭୁକ୍ତ ହେବାକୁ ଆବେଦନ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଉତ୍ତର ରଖିବାକୁ ସମସ୍ତ ପକ୍ଷକୁ ୪ ସପ୍ତାହ ସମୟ ଦେଲେ କୋର୍ଟ । ଆସନ୍ତା ୨ରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।