ରାଜ୍ଯ ସରକାରଙ୍କ ଉପରେ ବର୍ଷିଲେ, ଅନେକ ପ୍ରତିଶୃତି ଦେଲେ

ମୟୁରଭଞ୍ଜ ୨୭/୪: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଓଡିଶା ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ମୟୁରଭଞ୍ଜ ମୋରଡାରେ ଆୟୋଜିତ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶାହ । ସେ କହିଛନ୍ତି ଯେ କେବଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କଲେ ହେବନି, ଏ ବିଜୁ ଜନତା ଦଳକୁ ଉପାଡି ଫିଙ୍ଗିବା କାମ ବି ମୟୁରଭଞ୍ଜବାସୀଙ୍କୁ କରିବାକୁ ପଡିବ ।

‘ଭାରତ ମାତାକି ଜୟ’ କହି ଅଭିଭାଷଣ ଆରମ୍ଭ କଲେ ଶାହ । ଆରମ୍ଭରୁ ନବୀନ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ । ଓଡିଆ ଭାଷା କହିପାରୁନଥିବାରୁ ପୁଣି ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ଶାହ । ସେ କହିଛନ୍ତି ଯେ ଯିଏ ଓଡିଆ କହିପାରୁନାହାନ୍ତି, ଯେଉଁ ସରକାର ଭ୍ରଷ୍ଟାଚାର ହଟାଇ ପାରୁନାହାନ୍ତି ସେଭଳି ସରକାର କଣ ବିକାଶ କରିବ । ଏଭଳି ସରକାରକୁ ହଟାଇବାର ସମୟ ଆସିଯାଇଛି । ବିଜେପି ସରକାରଙ୍କ ସଫଲତା କଥା କହିଛନ୍ତି ଶାହ । ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ୍ ସିଲିଣ୍ଡର, ୨ କୋଟି ଗରିବଙ୍କୁ ବିଜୁଳି ବ୍ଯବସ୍ଥା, ଅଢେଇ କୋଟି ଗରିବଙ୍କୁ ଘର ଯୋଗାଇ ଦିଆଯାଇଛି । ଆୟୁଷ୍ମାନ ଯୋଜନା ପାଇଁ ୫୦ କୋଟି ଗରିବଙ୍କୁ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଓଡିଶାରେ ଏହା ଲାଗୁ ହୋଇପାରୁନି । ରାଜ୍ଯ ସରକାର ଏହାକୁ ରାଜ୍ଯରେ ଲାଗୁ କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଶାହ ।

ଚିଟଫଣ୍ଡ ଘୋଟାଲା ପ୍ରସଙ୍ଗ ମଧ୍ଯ ଉଠାଇଲେ ଶାହ । ସେ କହିଛନ୍ତି ଯେ ରାଜ୍ଯରେ ବିଜେପି ସରକାର ଆସିଲେ ୯୦ ଦିନ ଭିତରେ ଘୋଟାଲାକାରୀ ଜେଲରେ ପଶିବେ । ଏହା ସହି ଅନେକ ପ୍ରତିଶୃତି ମଧ୍ଯ ଦେଇଛନ୍ତି ଅମିତ ଶାହ । ସେ କହିଛନ୍ତି ଯେ ବିଜେପି ସରକାର ଆସିଲେ ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ । ଆଦିବାସୀ ଓ ଛୋଟ ଶ୍ରମିକଙ୍କୁ ମାସିକ ୩ ହଜାର ଟଙ୍କାର ପେନଶନ୍ ମିଳିବ । ପ୍ରତିଘରୁ ଜଣଙ୍କୁ ଚାକିରୀ ମିଳିବ ଏବଂ ବ୍ୟବସାୟୀ ପାଇଁ ଲୋନ୍ ମଧ୍ଯ ଦିଆଯିବ । କେନ୍ଦୁ ପତ୍ରରୁ ଜିଏସଟି ହଟାଇବା ପ୍ରତିଶୃତି ମଧ୍ଯ ଦେଇଛନ୍ତି ଶାହ । ଶେଷରେ ଦଳର ସବୁ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆବେଦନ କରି ଉଦବୋଧନ ଶେଷ କରିଥିଲେ ଶାହ ।

   ସମ୍ବନ୍ଧିତ ଖବର


ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର