ବିହାର ପରେ ଦକ୍ଷିଣ ମୁହାଁ ବିଜେପି, ଚେନ୍ନାଇରେ ଶାହଙ୍କ ରୋଡ ଶୋ’

ଚେନ୍ନାଇ,୨୧/ ୧୧: ବିହାରରେ ପୁଣିଥରେ ଏନଡିଏ ସରକାର ଗଠନ କରିବା ପରେ ଏବେ ବିଜେପିର ନଜର ଦକ୍ଷିଣ ଭାରତ ଉପରେ ରହିଛି। ଏଥିପାଇଁ ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ଏବେର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜେ ଦାୟିତ୍ବ ନେଇଛନ୍ତି। ଶନିବାର ଦିନ ଅମିତ ଶାହ ଚେନ୍ନାଇରେ ପହଁଞ୍ଚିବା ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଭିବାଦନ ଜଣାଇବା ପାଇଁ ପ୍ରୋଟୋକଲକୁ ଅଣଦେଖା କରିଥିଲେ। ସେ ଗାଡ଼ିରୁ ବାହାରି ଚାଲି ଚାଲି ରାସ୍ତାରେ ଯାଉଥିବାର ଦେଖିବାକୁ ମିଳିଥିଲା। ସୂଚନାଥାଉକି, ଶାହ ୨ଦିନିଆ ଗସ୍ତରେ ତାମିଲନାଡୁ ଯାଇଛନ୍ତି। ପାଦରେ ଚାଲି ଚାଲି ବୁଲିବା ପରେ ଲୋକଙ୍କ ଧନ୍ୟବାଦ ଜଣାଇଛନ୍ତି ଅମିତ ଶାହ। ସେ ଆହୁରି କହିଛନ୍ତି ଆପଣ ମନଙ୍କ ଭଲ ପାଇବା ପାଇଁ ମୁଁ ଆଜ ତାମିଲନାଡ଼ୁରେ ପହଁଞ୍ଚିଛି ବୋଲି କହିଛନ୍ତି।

ଅମିତ ଶାହଙ୍କ ଗସ୍ତକୁ ନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସ୍ବାମୀ କହିଛନ୍ତି ଯେ, ବିଜେପି ସହିତ ଗଠବନ୍ଧନ ଜାରି ରହିବ। ସେ ଆହୁରି କହିଛନ୍ତି ଯେ, ୨୦୨୧ ନିର୍ବାଚନରେ ବିଜୟୀ ହେବୁ। ତାମିଲନାଡୁ ସର୍ବଦା ପିଏମ୍‌ ମୋଦୀଙ୍କୁ ସମର୍ଥନ କରିବ।

ଅନ୍ୟପଟେ ଅମିତ ଶାହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ସାରା ବିଶ୍ବ କରୋନାର କରାଲ ରୂପ ଦେଖି ସାରିଛି। ପୁରା ଦେଶ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏହି ମହାମାରୀର କଡ଼ା ମୁକାବିଲା କରିଛନ୍ତି। ଯଦି ଅନ୍ୟ ବିକଶିତ ଦେଶ ଗୁଡ଼ିକୁ ଦେଖିାବ ତାଙ୍କଠୁ ଭାରତ ଭଲ ଭାବେ କରୋନା ମୁକାବିଲା କରିବାରେ ସଫଳ ହୋଇଛି ବୋଲି ଅମିତ କହିଛନ୍ତି।

ସୂଚନାଥାଉକି, ୨ଦିନିଆ ତାମିଲନାଡ଼ୁ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

   ସମ୍ବନ୍ଧିତ ଖବର


ଆକାଶଙ୍କ ପ୍ରେମିକାଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ସେପଟେ କଂଗ୍ରେସ ପଚାରିଲା- ପାଠକଙ୍କ ସହ କେଉଁ ବିଧାୟକଙ୍କ ରହିଛି ସମ୍ପର୍କ ?

କୃଷକ ଆନ୍ଦୋଳନ; ଦିଲ୍ଲୀ ପୋଲିସକୁ କେଜ୍ରିଓ୍ବାଲ ସରକାରଙ୍କ ବଡଝଟକା, ଷ୍ଟାଡିୟମରେ ତିଆରି ହେବନି ଅସ୍ଥାୟୀ ଜେଲ୍…

ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା