ନିର୍ବାଚନ ଖବର
  • ଭୁବନେଶ୍ୱର: ଅପରାହ୍ନ ୪ଟା ୪୫ରେ ଶପଥ ନେବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ନରେନ୍ଦ୍ର ମୋଦି, ମନ୍ତ୍ରୀମଣ୍ଡଳର ହେବ ବିଭାଗ ବଣ୍ଟନ
  • ||
  • ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ଜଣେ ଆଶାକର୍ମୀ ଅଟକ
  • ||
  • ଦିଲ୍ଲୀରୁ ଫେରିଲେ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀ ଚେହେରା ନେଇ କହିଲେ ଏମିତି..
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ନାସାଓରେ ସାମ୍ନାସାମ୍ନି ହେବେ ଦକ୍ଷିଣ ଆଫ୍ରିକା - ବାଂଲାଦେଶ
  • ||
  • ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା: ସରିଲା ଦେବ ନିମନ୍ତ୍ରଣ, ଆଜି ବାରାତ୍‌ରେ ବାହାରିବେ ମହାଦେବ
  • ||
  • ସୋମବାର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ଆଲର୍ଟ ଜାରି
  • ||

ରାଜ୍ୟରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡିବ ନାହିଁ : ଶାହ

ବ୍ରହ୍ମପୁର, ୧୫।୫ : ଓଡ଼ିଆ ସମ୍ମାନ ପାଇଁ  ପ୍ରଧାନମନ୍ତ୍ରୀ ମୋଦୀ ସବୁ କିଛି କରିଛନ୍ତି। ୧୦ ବର୍ଷରେ ମୋଦୀ ସବୁ କିଛି କରିଛନ୍ତି। ୨୫ ବର୍ଷ ଆଗକୁ ନେବେ ମୋଦୀ ବୋଲି ସୋରଡାରେ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। 

ପ୍ରଥମେ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆରମ୍ଭ କରିଥିଲେ ଅଭିଭାଷଣ।ଆସିକା ପବିତ୍ର ମାଟିରେ ଜଗନ୍ନାଥ, ମାଆ କାନ୍ଧୁଣୀ ଦେବୀ, ମାଆ ତାରାତାରିଣୀଙ୍କୁ ସ୍ମରଣ କରିଥିଲେ। ଏହା ପରେ ନିଜର ଅଭିଭାଷଣରେ କହିଥିଲେ ଯେ ମୋଦୀ ଭାରତକୁ ସୁରକ୍ଷା ଦେଇଛନ୍ତି ।ନକ୍ସଲ, ଆତଙ୍କବାଦକୁ ସଫା କରିଛନ୍ତି ମୋଦୀ ସରକାର। ପାକିସ୍ତାନରେ ସର୍ଜିକାଲ, ଏୟାର ଷ୍ଟ୍ରାଇକ କରି ଆତଙ୍କୀବାଦୀକୁ ସଫା କରିଲେ ମୋଦୀ ।

ରାଜ୍ୟ ସରକାର ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିନାହାନ୍ତି। ନବୀନ ସରକାର ଯିବ ଓଡ଼ିଶାରେ ଵିଜେପି ସରକାର ଗଠନ ହେବ।   ଆୟୁଷ୍ମାନ ଯୋଜନା ଲାଗୁ ହେବ। ଵିଜେପି ସରକାର ଆସିଲେ ଦୁଇ ବର୍ଷରେ ସବୁ ଗାଁକୁ ରାସ୍ତା ହେବ। ଛତିଶଗଡ଼ ଭଳି ଓଡିଶାରେ ଧାନ କୁଇଣ୍ଟାଲ ୩୧୦୦ ଟଙ୍କାରେ ପାଇବେ। ପାଣି ପାଇଁ ଗାଁ ଗାଁ ରେ ବିରୋଧ।ଓଡ଼ିଶାରେ ଜୁନ ୧ ପରେ ସବୁ ଘରେ ପାଣି ପହଂଚିବ।

ବିଜେପି ସରକାର ଆସିଲେ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିବା ସହ ରତ୍ନ ଭଣ୍ଡାର ଖୋଲିବା ଏବଂ ଏହାର ଯାଞ୍ଚ ରିପୋର୍ଟ ୬ଦିନରେ ଖୁଲାସା କରାଯିବ। ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ଭାଜପା ସରକାର ସୁରକ୍ଷା ଦେବ।

ଏକ ଦେଶ ଏକ କାର୍ଡ ମୋଦୀ ଜୀ କରିଛନ୍ତି କିନ୍ତୁ ନବୀନ ବାବୁ କରୁ ନାହାନ୍ତି । ବିଜେପି ସରକାର ଓଡ଼ିଶାରେ ଏକ ଦେଶ ଏକ ରେଶନ କାର୍ଡ ଲାଗୁ କରିବ। ବିଜେପି ସରକାର ଆସିଲେ ଦାଦନ ପାଇଁ ବାହାରକୁ ଯିବାକୁ ପଡିବ ନାହିଁ। ଜଳସେଚନ ବ୍ୟବସ୍ଥା ସହ ଶିଳ୍ପ ପ୍ରତିଷ୍ଠା କରିବ ଭାଜପା ସରକାର. । ବିଜେପି ସାଂସଦ, ବିଧାୟକ ପ୍ରାର୍ଥୀଙ୍କୁ ଜିତାଇ ସରକାର ଗଠନ ହେଲେ ଏଠାରେ ସବୁ ବିକାଶ ହେବ ବୋଲି ସେ କହିଥିଲେ।

୬ ଲକ୍ଷ ୩୧ ହଜାର କୋଟି ଟଙ୍କା ୧୦ ବର୍ଷରେ ମୋଦୀ ଓଡିଶା ବିକାଶ ପାଇଁ ଅନୁଦାନ ଦେଇଛନ୍ତି।   ଆସିକା, ଭଞ୍ଜନଗର ଜାତୀୟ ରାଜପଥ ପାଇଁ ୯୦ କୋଟି ଟଙ୍କା ମୋଦୀ ଦେଇଛନ୍ତି। ଗରିବଙ୍କ ଚିଟଫଣ୍ଡ ଫେରସ୍ତ ପାଇଁ ଭାଜପା ସରକାର ପଦକ୍ଷେପ ନେବ।  ବିଜେପି ସରକାର ଓଡିଶାରେ ଆସିଲେ ଓଡିଶାଙ୍କ ମାଆ ଭଉଣୀ ପାଇଁ ବର୍ଷକୁ ୫୦ ହଜାର ଟଙ୍କା ସୁଭଦ୍ରା ଯୋଜନାରେ ଭାଉଚର ଦିଆଯିବ। ମତ୍ସଜିବୀଙ୍କ ପାଇଁ ସୁବିଧା କରାଯିବ। ଆସିକାରେ ଟେକଷ୍ଟାଇଲ ଶିଳ୍ପ ପ୍ରତିଷ୍ଠା କରାଯିବ।ଦେଢ଼ ଲକ୍ଷ ବେକାରୀ ଯୁବକଙ୍କ ପାଇଁ ନିଯୁକ୍ତି ଦିଆଯିବ. ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱରରେ ଆଇ ଟି ପାର୍କ ହେବ। ଡବଲ ଇଂଜିନ ସରକାର ଗଠନ ହେବ।ମୋଦୀ ଜୀ ଙ୍କୁ ପ୍ରଧାନମନ୍ତ୍ରୀ ବନେଇବା ପାଇଁ ସାଂସଦ ପ୍ରାର୍ଥୀ ଏବଂ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ବନେଇବା ପାଇଁ ବିଧାୟକ ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ ଦେବାକୁ  କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.