PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ମମତାଙ୍କୁ ଟକ୍କର ଦେବାକୁ ଶାହଙ୍କ ନୂଆ ଋଣନୀତି, ଶିଖୁଛନ୍ତି ବଙ୍ଗଳା ଭାଷା

ନୂଆଦିଲ୍ଲୀ,  ୦୧|୦୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ୧ ବର୍ଷ ବାକି ରହିଛି। କିନ୍ତୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେ ଋଣନୀତି ପ୍ରସ୍ତୁତ କରିବାରେ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାଁନ୍ତି। ଏଥିପାଇଁ ଅମିତ ଏବେ ବଙ୍ଗଳା ଭାଷା ଶିଖିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ସେ ଏହି ଭାଷାକୁ ବୁଝିବା ସହ ବିଭିନ୍ନ ସଭାରେ ବଙ୍ଗଳାରେ ଭାଷଣ ଦେବାକୁ ଚାହୁଁଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା ମାଟି ଓ ମାତୃଭାଷା ନାରା ନେଇ ନିର୍ବାଚନ ଲଢିଥାନ୍ତି। ଏବେ ସେ ନିକଟରେ ବଙ୍ଗାଳି ଅସ୍ମିତାକୁ ଗୁରୁତ୍ୱ ଦେଉଛନ୍ତି। ନିଜ ସଭାରେ ସେ ଅମିତଙ୍କୁ ବାହାର ରାଜ୍ୟର ଲୋକ ବୋଲି କହୁଛନ୍ତି।

ଅମିତ ଶାହଙ୍କୁ ନିର୍ବାଚନ ଋଣନୀତି ପ୍ରସ୍ତୁତ କରିବାରେ ମାହିର ବୋଲି କୁହାଯାଏ। ସେ ବିଭିନ୍ନ ନିର୍ବାଚନରେ ପୃଥକ ପୃଥକ ଋଣନୀତି ପ୍ରସ୍ତୁତ କରିଥାନ୍ତି। କିନ୍ତୁ ପ୍ରଥମେ ହରିୟାଣା, ମହାରାଷ୍ଟ୍ର ଓ ଏବେ ଝାଡଖଣ୍ଡରେ ବିଫଳ ହେବା ପରେ ଏବେ ପଶ୍ଚିମବଙ୍ଗ ନିର୍ବାଚନ ତାଙ୍କ ପାଇଁ ଗୁରୁତ୍ୱ ବହନ କରୁଛି। ସେ ଏଥିପାଇଁ ବଙ୍ଗଳା ଶିଖୁଛନ୍ତି।