ଅମିତ୍ ଶାହ କହିଲେ ଏୟାରଷ୍ଟ୍ରାଇକରେ ମଲେ ୨୫୦ ଆତଙ୍କୀ: ବିରୋଧୀଙ୍କୁ ହେଲାନି ହଜମ, କଲେ ପ୍ରଶ୍ନବାଣ

source:www.indiatoday.in
ନୁଆଦିଲ୍ଲୀ ୪/୩: ପାକିସ୍ତାନର ବାଲାକୋଟରେ ପଶି ଭାରତୀୟ ବାୟୁସେନାଙ୍କ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ୍ ସମସ୍ତଙ୍କୁ ଚକିତ କରିଦେଇଛି । ଏହି ଏୟାର ଷ୍ଟ୍ରାଇକରେ କେତେ ଆତଙ୍କବାଦୀ ମଲେ, ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଅନେକ ମିଡିଆ ରିପୋର୍ଟ୍ସ ଅନୁସାରେ ଏହା ପୂର୍ବରୁ ମଧ୍ଯ କୁହାଯାଇଥିଲା ଏବଂ ମୃତକଙ୍କ ସଂଖ୍ଯା ମଧ୍ୟ ଭିନ୍ନ ଭିନ୍ନ ଥିଲା । କିନ୍ତୁ ଏବେ ବିଜେପି ଅଧ୍ଯକ୍ଷ ଅମିତ ଶାହ ଏନେଇ ବୟାନ ଦେଇଛନ୍ତି । ଅମିତ ଶାହ କହିଛନ୍ତି ଯେ ବାୟୁସେନାର ଏୟାର ଷ୍ଟ୍ରାଇକରେ ୨୫୦ରୁ ଅଧିକ ଆତଙ୍କବାଦୀ ମରିଛନ୍ତି ।

ଅମିତ ଶାହଙ୍କ ଏହି ବୟାନ ଉପରେ ଏବେ ରାଜନୀତି ଜୋର୍ ଧରିଛି । ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ଯ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ କଣ ଅମିତ ଶାହଙ୍କ ସେନାଙ୍କ ବୟାନ ଉପରେ ଭରସା ନାହିଁ ? କଣ ଅମିତ ଶାହଙ୍କ ଅନୁସାରେ ସେନା ମିଛ କହୁଛନ୍ତି ? ସେନା ସଫା ସଫା କହିଥିଲେ ଯେ କେହି ମରିନାହାନ୍ତି କିମ୍ବା କେତେ ମରିଛନ୍ତି ତାହା କିଛି କୁହାଯାଇପାରିବ ନାହିଁ । ନିର୍ବାଚନରେ ନିଜ ଫାଇଦା ପାଇଁ ଅମିତ ଶାହ ଓ ବିଜେପି ସେନାକୁ ମିଛୁଆ ବୋଲି କହୁଛନ୍ତି । ଦେଶ ସେନା ଉପରେ ଭରସା କରେ । କଣ ଅମିତ ଶାହ ଓ ବିଜେପି ସେନା ଉପରେ ଭରସା ନାହିଁ ?
क्या अमित शाह के मुताबिक़ सेना झूठ बोल रही है?
— Arvind Kejriwal (@ArvindKejriwal) March 4, 2019
सेना ने साफ़ साफ़ कहा है कि कोई मरा या नहीं मरा या कितने मरे, ये नहीं कहा जा सकता।
अपने चुनावी फ़ायदे के लिए क्या अमित शाह और भाजपा सेना को झूठा बोल रहे हैं?
देश को सेना पर भरोसा है। क्या अमित शाह और भाजपा को सेना पर भरोसा नहीं? https://t.co/IkBh92hT5e
ଗୁଜରାତର ଅହମଦାବାରେ ଏକ ରାଲିରେ ନିଜ ଭାଷଣ ସମୟରେ ଅମିତ ଶାହ କହିଥିଲେ ଯେ ପୁଲୱାମା ଆତଙ୍କୀ ହମଲା ପରେ ସମସ୍ତଙ୍କୁ ଲାଗୁଥିଲା ଯେ ଏଥର ସର୍ଜିକାଲ ଷ୍ଟ୍ରାଇକ୍ ହୋଇପାରିବ ନାହିଁ, କିନ୍ତୁ ଏହା ହେଲା । ପୁଲୱମା ଆତଙ୍କୀ ହମଲାର ୧୩ ଦିନରେ ମୋଦିସରକାରଙ୍କ ଏୟାରଷ୍ଟ୍ରାଇକରେ ୨୫୦ରୁ ଅଧିକ ଆତଙ୍କୀ ମଲେ ।
ଅମିତ ଶାହ କହିଲେ ଯେ ଯେତେବେଳେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନ କବଜାରେ ରହିଲେ, ସେତେବେଳେ ଲୋକେ ଆଲୋଚନା କରିବାରେ ଲାଗିଲେ, କିନ୍ତୁ ଯୁଦ୍ଧ ହେଲେ ତ ଜଣେ ଯବାନ ଅନ୍ଯ ଏକ ଦେଶରେ ଧରା ପଡିଯାଇପାରେ । ଶାହ କହିଲେ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପ୍ରଭାବ ଏମିତି ଥିଲା ଯେ ବିଶ୍ୱରେ ଯଦି ସବୁଠାରୁ କୌଣସି ଯୁଦ୍ଧ କଏଦୀ ନିଜ ଦେଶକୁ ଫେରିଆସିଥାଏ ତେବେ ସେ ହେଉଛନ୍ତି ଅଭିନନ୍ଦନ ।
AVM RGK Kapoor said "it would be premature to say that what is the number of casualties that we have been able to inflict on those camps and what is the number of deaths," BUT @AmitShah says over 250 Terrorists killed in airstrike. Is this not milking Air Strikes for Politics????
— Manish Tewari (@ManishTewari) March 4, 2019
ଅମିତ ଶାହଙ୍କ ବୟାନରେ କଂଗ୍ରେସ ନେତା ମନିଷ ତିୱାରୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ବାୟୁସେନା ଅଧିକାରୀ କୌଣସି ବି ପ୍ରକାର ଆକଳନ ଦର୍ଶାଇବା ପାଇଁ ମନା କରିଦେଇଥିଲେ, ତେବେ ଅମିତ ଶାହ କେମିତି ଏହି ବୟାନ ଦେଉଛନ୍ତି । କଣ ଏହା ଏୟାରଷ୍ଟ୍ରାଇକ୍ ସହିତ ରାଜନୀତି ଯୋଡିବା ନୁହେଁ ?
ମନିଷ ତିୱାରୀଙ୍କ ବ୍ଯତୀତ କପିଲ ସିବ୍ବଲ ମଧ୍ୟ ମୋଦି ସରକାର ଉପରେ ପ୍ରଶ୍ନବାଣ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଅନେକ ଖବରକାଗଜ କହୁଛନ୍ତି ଯେ ବାଲାକୋଟରେ କିଛି ହୋଇନି, ତେବେ ସେମାନେ କଣ ପାକିସ୍ତାନ ସମର୍ଥକ ?
Modiji :
— Kapil Sibal (@KapilSibal) March 4, 2019
Is international media :
1) New York Times
2) London based Jane's Information Group
3) Washinton Post
4) Daily Telegraph
5) The Guardian
6) Reuters
reporting no proof of militant losses at Balakot pro-Pakistan ?
You are guilty of politicising terror ?
୨୬ ଫେବୃୟାରୀରେ ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା ଜୈଶ-ଏ-ମହମ୍ମଦର ଆଡାସ୍ଥଳୀକୁ ଧ୍ୱସଂ କରିଥିଲେ । ବାୟୁସେନା ନିଜ ବୟାନରେ କହିଥିଲେ ଯେ ତାଙ୍କ ଲକ୍ଷ୍ଯ ସମ୍ପୂର୍ଣ୍ଣ ହୋଇଥିଲା, ଟାର୍ଗେଟ୍ ଧ୍ୱସଂ ହୋଇଥିଲା, ତେବେ କିଛି ଆକଳନ ଜାରି କରାଯାଇନଥିଲା ।
ଏୟାରଷ୍ଟ୍ରାଇକ୍ ପରେ କଂଗ୍ରେସ ସମେତ ଅନେକ ବିରୋଧୀ ପାର୍ଟିର ନେତାମାନେ ଏୟାରଷ୍ଟ୍ରାଇକର ପ୍ରମାଣ ମାଗିସାରିଛନ୍ତି । କଂଗ୍ରେସ ନେତା ଦିଗବିଜୟ ସିଂହ ରବିବାର ନିଜ ବୟାନରେ କହିଥିଲେ ଯେ ଯେଉଁଭଳି ଆମେରିକା ଓସାମା ବିନ୍ ଲାଡେନକୁ ମାରିଥିବାର ପ୍ରମାଣ ଦେଖାଇଥିଲା, ସେହିଭଳି ଭାରତ ସରକାର ମଧ୍ଯ ଏୟାରଷ୍ଟ୍ରାଇକର ପ୍ରମାଣ ଦେବା ଉଚିତ୍ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ଯ କେନ୍ଦ୍ର ସରକାରଙ୍କୁ ଏୟାର ଷ୍ଟ୍ରାଇକର ପ୍ରମାଣ ଦେବାପାଇଁ କହିଥିଲେ । ତେବେ ବିରୋଧୀଙ୍କ ଏହି ପ୍ରଶ୍ନର ଉତ୍ତର ଦେଇସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରବିବାର ପାଟଣା ରାଲିରେ ପିଏମ୍ ମୋଦି କହିଥିଲେ ଯେ ବିରୋଧୀ କିଛି ଏଭଳି ପ୍ରଶ୍ନ ଉଠାଉଛନ୍ତି, ଯାହା ଫଳରେ ପାକିସ୍ତାନ ସଂସଦ, ମିଡିଆକୁ ଫାଇଦା ମିଳୁଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଏଭଳି ବୟାନ ମାଧ୍ୟମରେ ସେନାଙ୍କ ମନୋବଳ ଦୁର୍ବଳ କରାଯାଉଛି ।