ପ୍ରମୁଖ ଖବର
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

‘ମୋଦୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରନ୍ତୁ, ଆମେ ଗୋ ହତ୍ୟାକାରୀଙ୍କୁ ଓଲଟା ଟଙ୍ଗାଇଦେବୁ’: ଅମିତ୍ ଶାହ

Image Courtesy: aajtak

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରୁଛନ୍ତି । ଏହି ସମୟରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ବିହାରର ମଧୁବନୀରେ ରାଲିକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲେ । ଏହି ଅବସରରେ ସେ ଗୋହତ୍ୟାରେ ଜଡିତ ରହିଥିବା ବ୍ୟକ୍ତିଙ୍କୁ କଡା ଚେତାବନୀ ଦେଇଛନ୍ତି । ଏଥି ସହ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ, ଗୋହତ୍ୟାରେ ଜଡିତ ଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୋଦୀଙ୍କୁ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ କରନ୍ତୁ । 

ବିହାରର ମଧୁବନୀରେ ଜନସାଧାରଣଙ୍କୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, " ପୂର୍ବରୁ ଏହି ଅଞ୍ଚଳରେ ବହୁ ମାତ୍ରାରେ ଗୋ ହତ୍ୟା ମାମଲା ସାମ୍ନାକୁ ଆସୁଥିଲା । ଆପଣ ମୋଦୀ ଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରନ୍ତୁ, ଗୋ ହତ୍ୟାକାଣ୍ଡ ଘଟାଇଥିବା ଲୋକଙ୍କୁ ଆମେ ଓଲଟା ଟଙ୍ଗାଇ ସିଧା କରିଦେବୁ । 

ଏହି ରାଲିରେ ସମ୍ବୋଧିତ କରିବାବେଳେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "‘ଇଣ୍ଡିଆ’ ମେଣ୍ଟର ଲୋକମାନେ ଆଜି କହୁଛନ୍ତି ଯେ ପିଓକେ ବିଷୟରେ କଥାବାର୍ତ୍ତା କରନ୍ତୁ ନାହିଁ, ପାକିସ୍ତାନରେ ପରମାଣୁ ବୋମା ଅଛି । ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଆପଣ ପାକିସ୍ତାନର ପରମାଣୁ ବୋମାକୁ ଭୟ କରିବା ଉଚିତ୍, ମୋଦୀ ଜିଙ୍କ ନେତୃତ୍ୱରେ ଭାରତ ଏତେ ଶକ୍ତିଶାଳୀ ହୋଇଛି ଯେ, ପରମାଣୁ ବୋମାକୁ କେହି ବି ଭୟ କରିବା ଆବଶ୍ୟକ ନାହିଁ, ମୁଁ ଆଜି ଏଠାରେ କହୁଛି ଯଯେ, ପିଓକେ ଆମର । ଆମେ ଏହାକୁ ନିଶ୍ଚୟ ହାସଲ କରିବୁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.