PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଆଜି ତାମିଲନାଡୁ ଓ କେରଳ ଗସ୍ତ କରିବେ ଅମିତ ଶାହା, କନ୍ୟାକୁମାରୀରୁ ଦେବେ ନିର୍ବାଚନୀ ରଣହୁଙ୍କାର

ନୂଆଦିଲ୍ଲୀ, ୦୭/୦୩ : ଏବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଖୁବ୍ ଚର୍ଚ୍ଚାରେ। ରାଜ୍ୟରେ ମମତା ଦିଦିଙ୍କ ଗଡ ଭାଙ୍ଗିବାକୁ ଜୋରଶୋରରେ ଚେଷ୍ଟା ଚଳାଇଛି ବିଜେପି। କେବଳ ପଶ୍ଚିମବଙ୍ଗ ନୁହେଁ ବିଧାନସଭା ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବାଜିମାତ୍ କରିବାକୁ ଆପ୍ରାଣ ଉଦ୍ୟମ କରୁଛି ବିଜେପି। ତେବେ ଏହି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି କେରଳ ଏବଂ ତାମିଲନାଡୁ ଗସ୍ତରେ ଯିବେ।

ଅମିତ ଶାହା ତାଙ୍କର ରବିବାରର କାର୍ଯ୍ୟକ୍ରମ କନ୍ୟାକୁମାରୀ ଠାରୁ ଆରମ୍ଭ କରିବେ। କନ୍ୟାକୁମାରୀରେ ଏକ ନିର୍ବାଚନୀ ରାଲିରେ ରଣହୁଙ୍କାର ଦେବେ ଶାହା। ସେ ସକାଳ ୧୦ଟାରେ ସୁଚିନ୍ଦ୍ରମ ମନ୍ଦିର ଯିବେ। ଏହି ଠାରୁ ଡୋର ଟୁ ଡୋର ଅଭିଯାନ ବିଜୟ ସଙ୍କଳ୍ପ ମହାସମ୍ପର୍କ ଅଭିଯାନ ଆରମ୍ଭ କରିବେ। ଏହାପରେ ୧୧ଟାରେ ଏକ ରୋଡ ଶୋ କରିବେ। ରୋଡ ଶୋ ସରିବା ପରେ ଦ୍ଵିପ୍ରହର ସାଢେ ୧୨ଟାରେ କନ୍ୟାକୁମାରୀରେ ଉଡୁପ୍ପୀ ହୋଟେଲରେ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ସଭା କରିବେ ଶାହା। ଏହି ସଭା ସରିବା ପରେ ସେ କେରଳ ଫେରିଯିବେ ବୋଲି ସୂଚନା ମିଳିଛି।

ସନ୍ଧ୍ୟା ସାଢେ ୪ଟାରେ ଅମିତ ଶାହା କେରଳର ତ୍ରିବେନ୍ଦପୁରମରେ ଶ୍ରୀରାମକୃଷ୍ଣ ମଠ ଯିବେ। ଏହା ପରେ ସେ ତ୍ରିବେନ୍ଦପୁରମରେ ସନ୍ଧ୍ୟା ୬ଟାରେ କେରଳର ଏକ ବିଜୟ ଯାତ୍ରାରେ ସାମିଲ ହେବେ। ଏକ ବିଶାଳ ରାଲିରେ ସମ୍ବୋନ୍ଧିତ କରି ଦିଲ୍ଲୀ ଫେରିଯିବେ ଶାହା।