PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

CAA ବିରୋଧୀ ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଉଚିତ୍‌ ଶିକ୍ଷା ଦେବାର ସମୟ ଆସିଯାଇଛି: ଅମିତ ଶାହ

ନୂଆଦିଲ୍ଲୀ ୨୭/୧୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି ଯେ ଦିଲ୍ଲୀରେ ନିକଟରେ ଘଟିଥିବା ହିଂସାକାଣ୍ଡ ପଛରେ କଂଗ୍ରେସ ଏବଂ ଟୁକଡେ ଟୁକଡେ ଗ୍ୟାଙ୍ଗର ହାତ ରହିଛି । ସେମାନଙ୍କୁ ଉଚିତ୍‌ ଶିକ୍ଷା ଦେବାର ସମୟ ଆସିଯାଇଛି। ଦିଲ୍ଲୀବାସୀ ସେମାନଙ୍କୁ ଉଚିତ୍‌ ଶିକ୍ଷା ଦିଅନ୍ତୁ ।

ଏଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ଶାହ କହିଥିଲେ ଯେ ନିକଟରେ ନାଗରିକତା ଅଧିକାର ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ସଂଘଟିତ ହୋଇଥିଲା । ଯେତେବେଳେ ସଂସଦରେ ଏହା ଉପରେ ଆଲୋଚନା ହେଉଥିଲା, କଂଗ୍ରେସ ନେତାମାନେ ଏବିଷୟରେ କିଛି କହୁନଥିଲେ । କିନ୍ତୁ ଯେମିତି ଏହି ଆଇନ ପ୍ରଣୟନ ହୋଇଗଲା, ସେମାନେ ଏନେଇ ଅପପ୍ରଚାର ଆରମ୍ଭ କରିଦେଲେ ଯାହାଯୋଗୁ ଏଠାରେ ଦଙ୍ଗା ହେଲା । ଦିଲ୍ଲୀ ଦଙ୍ଗା ପଛରେ କଂଗ୍ରେସ ସହ ଟୁକଡେ ଟୁକଡେ ଗ୍ୟାଙ୍ଗର ହାତ ରହିଛି । ତେଣୁ ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଦିଲ୍ଲୀବାସୀ ଆଗାମୀ ବିଧାନସଭା ନିର୍ବାଚନରେ ଉଚିତ୍‌ ଶିକ୍ଷା ଦିଅନ୍ତୁ ।

ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କୁ ସମାଲୋଚନା କରି ଶାହ କହିଥିଲେ ଯେ ଏହି ଦଳ ଗତ ୫୩ ମାସ ଭିତରେ ଦିଲ୍ଲୀରେ କିଛି କରିନାହିଁ । କିନ୍ତୁ ଗତ ୩ ମାସ ଭିତରେ ବାରମ୍ବାର ବିଜ୍ଞାପନ ଦେଇ ଦିଲ୍ଲୀରେ ସବୁ କିଛି କରାଯାଇଛି ବୋଲି ଦାବି କରୁଛି ଏବଂ ସେଥିପାଇଁ ଶ୍ରେୟ ନେବାକୁ ଉଦ୍ୟମ କରୁଛି । ଆପ୍‌ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କେବଳ ଧାରଣ ଦେଇ ଆସେ । ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ହେଲେ ସେ ଏହି ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରିପାରିଲେ ନାହିଁ । ଆସନ୍ତା ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ତାଙ୍କ ଦଳ ବିଜୟୀ ହେବ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଥିଲେ ।