ବର୍ଷା ଯୋଗୁଁ ଅମିତାଭଙ୍କ ଘର ଆଗରେ ଆଣ୍ଠୁଏ ପାଣି,ଦେଖନ୍ତୁ ଏହି ଭିଡିଓ

ମୁମ୍ବାଇ,୫।୯: ମୁମ୍ବାଇରେ ଲଗାତାର ଭାବରେ ହେଉଥିବା ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାସ୍ତା ହେଉ କିମ୍ବା ରେଳ ଲାଇନ୍ ସବୁଆଡେ ପାଣି ଜମି ରହିଛି। କାର କିମ୍ବା ବସ୍ ଏପରିକି ଲୋକଙ୍କ ଘର ମଧ୍ୟ ପାଣିରେ ବୁଡି ଯାଇଛି। ତେବେ ମୁମ୍ବାଇର ଏହି ବର୍ଷାରୁ ବାଦ ପଡିନି ବଲିଉଡ ସୁପରଷ୍ଟାର ଅମିତଭ ବଚ୍ଚନଙ୍କ ଘର ‘ପ୍ରତୀକ୍ଷା’। ବିଗ୍ ବି ଅମିତାଭ ବଚ୍ଚନଙ୍କ ଘର ଚାରିପଟେ ଦେଖିବାକୁ ମିଳିଛି ଆଣ୍ଠୁଏ ପାଣି। ଆଉ ଏହାର ଏକ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା।

ଏତେ ପାଣି ଭିତରେ ଲୋକମାନେ ନିଜର ଗାଡିକୁ ଦେବା ଖୁବ୍ କଷ୍ଟକର ହୋଇପଡିଛି। ବହୁ ଲୋକ କଷ୍ଟରେ ନିଜର ଗାଡିକୁ ପାଣି ଭିତରେ ନେଉଥିବାର ଦେଖିବାକୁ ମିଳୁଛି। ଜୁହୁ ସ୍ଥିତି ଅମିତାଭଙ୍କ ଏହି ବଙ୍ଗଳା ପ୍ରବଳ ବର୍ଷା କାରଣରୁ ଚାରିଆଡୁ ପାଣିରେ ଘେରିଯାଇଛି। କେବଳ ଅମିତାଭ ନୁହେଁ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଏକ ଭିଡିଓ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ରାସ୍ତା ଉପରେ ପାଣି ଥିବାର ଦେଖିବାକୁ ମିଳିଛି। ଲୋକମାନେ ଜଳମଗ୍ନ ଅବସ୍ଥାରେ ଫଶି ରହିଛନ୍ତି।

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା

ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ପାଠ ପଢାଉଛନ୍ତି କଏଦୀ, ବାର୍ଷିକ ଦରମା ୮ ଲକ୍ଷ