ସର୍ଜରୀ ପରେ ପ୍ରଥମ ଫଟୋ ସେୟାର କଲେ ବିଗ୍ ବି, ଫ୍ୟାନ୍ସଙ୍କୁ କହିଲେ ‘ଧନ୍ୟବାଦ’

ମୁମ୍ବାଇ ୨।୩ : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କେବଳ ପ୍ରଶଂସକଙ୍କ ହୃଦୟକୁ ରାଜ୍କରନ୍ତି ନାହିଁ ବରଂ ସେମାନଙ୍କର ଜୀବନ ମଧ୍ୟ । ୭୮ ବର୍ଷିୟ ଏହି ଅଭିନେତାଙ୍କୁ କିଛି ବି ଅସୁବିଧା ହେଲେ ସମସ୍ତଙ୍କର ମନ ବିଚଳିତ ହୋଇଯାଏ ଏବଂ ଲୋକେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବାକୁ ଆଗ୍ରହ କରିଥାନ୍ତି । ନିକଟରେ ବିଗ୍ ବିଙ୍କର ଆଖି ସର୍ଜରୀ କରାଇଛନ୍ତି। ସର୍ଜରୀ ଖବର ଶୁଣି ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସମାନେ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଥିଲେ। ସର୍ଜରୀ ପରେ ଅମିତାଭ ବଚ୍ଚନ ନିଜେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି।

ଅମିତାଭ ବଚ୍ଚନ ତାଙ୍କ ନୂଆ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅମିତାଭଙ୍କର ଏହି ଫଟୋ ମୋନୋକ୍ରୋମ୍ ଏବଂ ସର୍ଜରୀ ପରେ ମଧ୍ୟ ତାଙ୍କର ଚେହେରାର ଚମକ କମି ନାହିଁ । ଅମିତାଭ ବଚ୍ଚନଙ୍କ ସର୍ଜରୀ ସଫଳ ହୋଇଛି ଏବଂ ସେ ଖୁବ୍ଶୀଘ୍ର ଘରକୁ ଫେରିବେ। ଏକ ଖବର ଅନୁଯାୟୀ, ବିଗ୍ ବିଙ୍କ ଆଖିରେ ମୋତିଆବିନ୍ଦୁ ହୋଇଥିଲା, ଯାହାର ସର୍ଜରୀ କରାଯାଇଛି।