୩୬ ବର୍ଷ ତଳେ ଏହି ଫିଲ୍ମର ଶୁଟିଂ ବେଳେ ଆହତ ହୋଇଥିଲେ ଅମିତାଭ, ଯାହାର ଗୋଟିଏ ସଟ୍ ପାଇଁ ବିପଦରେ ପଡିଥିଲା ବଚ୍ଚନଙ୍କ ଜୀବନ

ମୁମ୍ବାଇ, ୦୨|୧୨:   ବଲିଉଡର ‘ବିଗ୍ ବି’ ଅମିତାଭ ବଚ୍ଚନଙ୍କୁ ବିଷୟରେ କିଏ ବା ନଜାଣେ। ଦୀର୍ଘ ୫୦ ବର୍ଷ ଧରି ସେ ଭାରତୀୟ ଫିଲ୍ମ ଜଗତରେ ଜଡିତ ହୋଇ ରହିଛନ୍ତି। ଲୋକଙ୍କ ମନୋରଞ୍ଜନ ମଧ୍ୟ କରୁଛନ୍ତି। ସେ ତାଙ୍କ କାମ ପାଇଁ ଢେର ପରିଶ୍ରମ କରିଥାନ୍ତି। ଏହା ତାଙ୍କର ଫିଲ୍ମରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ।  କିନ୍ତୁ ଅମିତାଭଙ୍କର ଏପରି ଏକ ଫିଲ୍ମ ରହିଛି ଯାହା ତାଙ୍କୁ ଅନେକ ସଫଳତା ଦେବା ସହ ମୃତ୍ୟୁମୁଖରେ ପହଁଚାଇ ଦେଇଥିଲା। ଆମେ ‘ବିଗ୍ ବି’ଙ୍କ  ଫିଲ୍ମ ‘କୁଲି’ କଥା କହୁଛୁ।

ଏହି ଫିଲ୍ମଟି ୧୯୮୩ ମସିହା ଡିସେମ୍ବର ୨ ତାରିଖରେ ରିଲିଜ ହୋଇଥିଲା। ଏହି ଫିଲ୍ମର ଶୁଟିଂ ସମୟରେ ଏକ ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ଅମିତାଭ ମୃତ୍ୟୁର ନିକଟତର ହୋଇଯାଇଥିଲେ।

କଣ ଘଟିଥିଲା ଫିଲ୍ମରେ?

ଫିଲ୍ମର ଶୁଟିଂ ସମୟରେ ଏକ ସର୍ଟରେ ଅମିତାଭଙ୍କ ସହ ଅଭିନେତା ତାଙ୍କୁ ଏକ ଧକ୍କା ମାରିଥାନ୍ତେ। ଏହି ସମୟରେ ଅମିତାଭ ଆହତ ହୋଇଯାଇଥିଲେ। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ଅମିତାଭଙ୍କୁ ମୃତ ଘୋଷିତ କରାଯାଇଥିବା ମଧ୍ୟ କୁହାଯାଉଛି। ତାଙ୍କ ପେଟରେ ଏତେ ଆଘାତ ଲାଗିଥିଲା ଯେ ଅନ୍ତନଳୀ ଛିଡି ଯାଇଥିଲା।

ଅମିତାଭଙ୍କୁ ୨୦୦ ଜଣ ୬୦ ବୋତଲ ରକ୍ତ ଦେଇଥିଲେ। କିନ୍ତୁ ଏହି ବୋତଲ ମଧ୍ୟରୁ କୌଣସୀ ଏକ ରକ୍ତ ସଂକ୍ରମିତ ଥିଲା। ଯେଉଁଥିରେ ହେପାଟାଇଟିସ୍-ବି ଭୂତାଣୁ ରହିଥିଲା। ୨୦୦୦ ମସିହାରେ ହେପାଟାଇଟିସ-ବି ଭୂତାଣୁ ପାଇଁ ତାଙ୍କର ଲିଭର ୭୫ ପ୍ରତିଶତ ଖରାପ ହୋଇଯାଇଥିଲା। କିନ୍ତୁ ସେ ହାର ମାନିନଥିଲେ। ସେ ଆଜି ବି ଲଗାତାର ଭାବେ କାମ କରୁଛନ୍ତି।

   ସମ୍ବନ୍ଧିତ ଖବର


ସଲମାନ ଖାନଙ୍କ ଘରେ ବମ୍ ଥିବା ସୂଚନା, ପୋଲିସକୁ ମେଲ୍ କରି ନାବାଳକ କହିଲା – ୨ ଘଣ୍ଟା ଭିତରେ ବ୍ଲାଷ୍ଟ ହେବ

ନିର୍ମାଣ ହେବ ମନୋହର ପାରିକରଙ୍କ ବାୟୋପିକ୍, ଏହି ଦିନ ହେବ ରିଲିଜ୍

ଟେଲିଭିଜନ୍‌ ସ୍କ୍ରିନ୍‌କୁ ପୁଣି ଫେରୁଛନ୍ତି ଗୁଥ୍‌ଥି!

ନିଜର ସବୁ ଫିଲ୍ମର ହିରୋଇନଙ୍କୁ ରାଜ କପୁର କାହିଁକି ପିନ୍ଧାଉଥିଲେ ଧଳା ଶାଢୀ? କାରଣ ଥିଲା ଏହା…