କିଏ ହେବେ ଅମିତାଭ ବଚ୍ଚନଙ୍କ ସମ୍ପତ୍ତିର ଉତ୍ତରାଧିକାରୀ,କହିଲେ-ମୋ ଅନ୍ତେ ସବୁ କିଛି ଅଭିଷେକଙ୍କର ନୁହେଁ… ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୫।୮: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଶହ ଶହ କୋଟି ଟଙ୍କାର ମାଲିକ। ତାଙ୍କ ପାଖରେ ଦାମୀ ବଙ୍ଗଳା ଠାରୁ ନେଇ କାର ଏବଂ ବହୁତ କିଛି ସମ୍ପତ୍ତି ରହିଛି। ତାଙ୍କ ପରେ ତାଙ୍କର ଏକମାତ୍ର ପୁଅ ଅଭିଷେକ ବଚ୍ଚନ ହିଁ ଏହାର ଉତ୍ତରାଧିକାରୀ ହେବେ। କିନ୍ତୁ ଅମିତାଭ କହିଛନ୍ତି, ତାଙ୍କ ଅନ୍ତେ ତାଙ୍କ ସମସ୍ତ ସମ୍ପତ୍ତିର ମାଲିକ ଅଭିଷେକ ହେବନି। ଏ ବିଷୟରେ ନିଜେ ଅମିତାଭ ଏକ ରିୟଲିଟିରେ ଶୋ’ରେ କହିଥିଲେ। ଏହା ଶୁଣି ଆପଣମାନେ ଭାବୁଥିବେ ଅମିତାଭ କ’ଣ ତାଙ୍କ ପୁଅ ଅଭିଷେକଙ୍କ ଉପରେ ରାଗିଛନ୍ତି?

ତେବେ କଥା ହେଉଛି କିଛି ଅଲଗା। ତାହା ହେଲା ଅମିତାଭ ଏହି ଶୋ’ରେ କହିଥିଲେ ତାଙ୍କ ପାଖରେ ଯାହା କିଛି ସମ୍ପତ୍ତି ରହିଛି ସେ ସମାନ ପରିମାଣରେ ତାଙ୍କୁ ଦୁଇ ସନ୍ତାନଙ୍କ ଭିତରେ ବାଣ୍ଟି ଦେବେ। ଏହାର ଅର୍ଥ ଅମିତାଭଙ୍କ ସମ୍ପତ୍ତିରେ ସମାନ ପରିମାଣର ଅଧିକାର ପୁଅ ଅଭିଷେକ ଏବଂ ଝିଅ ଶ୍ବେତାଙ୍କର ରହିବ। ଅମିତାଭ ଏଭଳି କହିବାର କାରଣ ହେଉଛି ସେ ଦେଶର ଅନ୍ୟ ଲୋକଙ୍କୁ ଏହି ବାର୍ତ୍ତା ଦେବାକୁ ଚାହାନ୍ତି ବାପର ସମ୍ପତ୍ତି ଉପରେ ଝିଅର ସମାନ ଅଧିକାର ରହିଛି।

   ସମ୍ବନ୍ଧିତ ଖବର


‘ଡାଏଲ୍ ୧୦୦’ ଗୁଜବରୁ ଉଠିଲା ପରଦା, ଶେଷ ଥର ଦିଶା କାହାକୁ କଲ୍‌ କରିଥିଲେ କହିଲା ମୁମ୍ବାଇ ପୋଲିସ

ବିଗ୍‌ ବସ୍‌-୧୪ରେ ନଜର ଆସିବେ ‘ସାଥ୍‌ ନିଭାନା ସାଥିୟା’ର ଗୋପି ବୋହୂ

ପ୍ରଖ୍ୟାତ ଫ୍ୟାସନ୍‌ ଡିଜାଇନର ଶରବରୀ ଦତ୍ତାଙ୍କ ଦେହାନ୍ତ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭଙ୍ଗା କାର୍ଯ୍ୟାଳୟର ଫଟୋ ସେୟାର କରି ଭଡ଼କିଲେ କଙ୍ଗନା, କହିଲେ- ଏହା କ’ଣ ଦୁଷ୍କର୍ମ ନୁହେଁ ?

ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ହାଇକୋର୍ଟର ଦ୍ୱାରସ୍ଥ ହେଲେ ରକୁଲପ୍ରୀତ୍‌ ସିଂହ

ଏବେ ବହି ଲେଖୁଛନ୍ତି ଶାହାରୁଖଙ୍କ ପତ୍ନୀ ଗୌରୀ