ଆପଣ କେବେ ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି ?, ପ୍ରଶଂସକ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ ୧୮/୪ : ସେ ବଲିଉଡର ସେହେନ୍ସା , ସୁପରଷ୍ଟାର , ବିଗ୍ ବି । ଏମିତି ଅନେକ ଟାଗ୍ ଲାଇନ ତାଙ୍କ ନାଁ ଆଗରେ । ଆପଣ ଜାଣି ସାରିବେଣି ସେ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ । ଯାହାଙ୍କ ନାଁ ହିଁ କେବଳ ତାଙ୍କର ପରିଚୟ ପାଇଁ ଯଥେଷ୍ଟ।

ଆଜିକାଲି ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ବିଗ୍ ବି । ପ୍ରଶଂସକଙ୍କ ସହ ବାରମ୍ବାର କଥାବାର୍ତ୍ତା ହେଉଥିବା ଅମିତାଭ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଆଶ୍ଚର୍ଯ୍ୟକର ପ୍ରଶ୍ନର ଉତ୍ତର ଦେଇଛନ୍ତି।

ଶୁକ୍ରବାର ଦିନ, ବିଗ୍ ବି ତାଙ୍କ ବ୍ଲଗକୁ ୧୨ବର୍ଷ ପୂରଣ କରିବାକୁ ନେଇ ଏକ ପୋଷ୍ଟ ସେୟାର କରିଥିଲେ । ଆଉ ସେଥିରେ ଜଣେ ପ୍ରଶଂସକ ଅମିତାଭଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଏହି ଅପ୍ରତ୍ୟାଶିତ ପ୍ରଶ୍ନର ଉତ୍ତର ମଧ୍ୟ ଚତୁରତାର ସହ ମଜାଳିଆ ଢ଼ଙ୍ଗରେ ସେ ଦେଇଥିଲେ ।

ବଲିଉଡର ଏହି ଭେଟେରାନଙ୍କୁ ପ୍ରଶଂସକ ଜଣଙ୍କ ପଚାରିଥିଲେ ଯେ ସେ କେବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି କି? ” ଏହି ପ୍ରଶ୍ନର ଏକ ହାସ୍ୟସ୍ପଦ ପ୍ରତିକ୍ରିୟା ଦେଇଥିଲେ ଅମିତାଭ । ସେ ଲେଖିଥିଲେ : ଆରେ ୟାର, ସୁଭା ସୁଭା ଶୁଭ ଶୁଭ ବୋଲୋ …।

ଉଲ୍ଲେଖନୀୟ ଯେ, ଏକଦା ରାଜନୀତିରେ ଅମିତାଭ ବଚ୍ଚନ ମଧ୍ୟ ପାଦ ଥାପିଥିଲେ। ଏହି ଅଭିନେତା ୧୯୮୪ ରେ ଆହ୍ଲାବାଦ (ପ୍ରୟାଗରାଜ) ରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଅନେକ ଭୋଟରେ ଜିତିଥିଲେ। ହେଲେ ସେ ୩ ବର୍ଷ ପରେ ଇସ୍ତଫା ଦେଇଥିଲେ।

   ସମ୍ବନ୍ଧିତ ଖବର


ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ ଅଗ୍ରୱାଲ

ଜାଣିଛନ୍ତି କି ‘ମିର୍ଜାପୁର’ କଳାକାର କେତେ ପାରିଶ୍ରମିକ ନେଇଛନ୍ତି ?

ଚା’ ବଗିଚାରେ ଭୂମିକା

ମହିମାଙ୍କ ପାଇଁ ବଲିଉଡ- ଓଲିଉଡରୁ ଆସୁଛି ଅଫର୍‌ ପରେ ଅଫର୍‌

‘ତାରକ ମେହେଟା କା ଉଲଟା ଚଷମା’ର ଗୋଗିଙ୍କ ଉପରେ ଆକ୍ରମଣ, ଜୀବନରେ ମାରିବାକୁ ମିଳିଲା ଧମକ

ଦିନେ ଶାହାରୁଖଙ୍କ ପାଇଁ ଗୀତ ଗାଉଥିଲେ ଅଭିଜିତ୍, ଏମିତି କ’ଣ ହେଲା ଯେ ଅଭିନେତାଙ୍କ ପାଇଁ ଗୀତ ଛାଡ଼ିବାକୁ ନେଲେ ନିଷ୍ପତ୍ତି