ଏହି କାରଣରୁ ଅମିତାଭ ବଚ୍ଚନ ରିଷି କପୁରଙ୍କୁ ଦେଖିବାକୁ ହସ୍ପିଟାଲ ଯାଇନଥିଲେ !

ମୁମ୍ୱାଇ ୦୧ /୫ : ଆମେ ସମସ୍ତେ ଜାଣିଛେ ରିଷି କପୁରଙ୍କର ଗତ ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି। ସମଗ୍ର ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି । ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ବନ୍ଧୁ ରିଷି କପୁରଙ୍କ ବିଷୟରେ ନିଜର ବ୍ଲଗ୍‌ରେ ଏକ ଭାବପ୍ରବଣର ନୋଟ୍‌ ଲେଖିଛନ୍ତି । ବିଗ୍‌ ବି କହିଛନ୍ତି , ସେ ହସ୍ପିଟାଲରେ ଦିଂବଗତ ଏହି ପ୍ରସିଦ୍ଧ  ଷ୍ଟାରଙ୍କୁ କେବେ ବି ଭେଟିବାକୁ ଯାଇନଥିଲେ। କାରଣ ସେ ରିଷି କପୁରଙ୍କର ହସ ହସ ଚେହେରାରେ ଯନ୍ତ୍ରଣା ଦେଖିବାକୁ ଚାହୁଁନଥିଲେ।

ଅମିତାଭ ନିଜର ବ୍ଲଗ୍‌ରେ ଲେଖିଛନ୍ତି , ମୁଁ ଯେବେ ବି ରାଜ୍‌ଙ୍କର ଚେମ୍ବୁର ସ୍ଥିତ ତାଙ୍କର  ଘର ଦେଓନାର କଟେଜ୍‌କୁ ଯାଇଛି, ମୁଁ ସେହି ମୂଲ୍ୟବାନ କ୍ଷଣରେ ତାଙ୍କୁ ଜଣେ ଯୁବା ଉର୍ଜାବାନ , ଚୁଲବୁଲ,  ନିଜର ଆଖିରେ ମଜାକ କରୁଥିବା ଚିଣ୍ଟୁ ରୂପରେ ଦେଖେ ।

ଅମିତାଭ କହିଛନ୍ତି , “ ମୁଁ ତାଙ୍କୁ ଆର୍‌କେ ଷ୍ଟୁଡ଼ିଓରେ ଅନେକ ଥର ଦେଖିଛି , ଯେତେବେଳେ ସେ ଫିଲ୍ମ ‘ବବି’ ପାଇଁ ଅଭିନେତା ଭାବେ ଟ୍ରେନିଂ ନେଉଥିଲେ …ଜଣେ ପରିଶ୍ରମୀ ଉତ୍ସାହୀ  ଯୁବକ , ପ୍ରତି ଜିନିଷକୁ ଶିଖିବା ପାଇଁ ପ୍ରସ୍ତୁତ ଥିଲେ । “

ଅମିତାଭ ରିଷିଙ୍କ ବିଷୟରେ ଆଉ ଏକ କଥା ସେୟାର କରିଛନ୍ତି କି , ତାଙ୍କର ଆଗକୁ ବଢ଼ିବାର ଏକ ସ୍ୱତନ୍ତ୍ର ତରିକା ଥିଲା “ଆଶ୍ୱସ୍ତ ଓ ଦୃଢ଼ ମନୋବଳ” । “ ଏକ ଷ୍ଟାଇଲ୍‌ ଥିଲା ଯାହା ତାଙ୍କର ଜେଜେ ବାପା ପୃଥିରାଜଙ୍କ ସହ ସମାନ ଥିଲା। ଗୋଟିଏ ଟ୍ରିକ୍‌ ଯାହା ତାଙ୍କର ପୂର୍ବର ଫିଲ୍ମଗୁଡ଼ିକ ମଧ୍ୟରୁ ଗୋଟିଏରେ  ଦେଖିଥିଲି । ସେହି ଟ୍ରିକ୍‌ ଯାହା ମୁଁ କେବେ ଆଉ କହା ଠାରୁ ପାଇନାହିଁ ।

ଅମର ଅକବର ଏନ୍ଥୋନୀ, ନସିବ୍‌ , କଭି କଭି ଓ  ୧୦୨ ନିଟ୍‌ ଆଉଟ୍ ଭଳି ଫିଲ୍ମରେ  ରିଷିଙ୍କ ସହ କାମ କରିଥିବା ଅମିତାଭ  ନିଜର ବ୍ଲଗ୍‌ରେ ତାଙ୍କର ଅଭିନୟ ଶୈଳୀକୁ ନେଇ ମଧ୍ୟ ବର୍ଣ୍ଣନା କରିଛନ୍ତି ।   

   ସମ୍ବନ୍ଧିତ ଖବର


ବିରାଟଙ୍କୁ ଆଉ ଏକ ସଫଳତା, ୫ମ ଖେଳାଳି ଭାବେ କଲେ ଏହି ରେକର୍ଡ

ଆପ୍‌ ମାଧ୍ୟମରେ ସ୍ତ୍ରୀଙ୍କ ସହ କରୁଥିଲେ ଲାଇଭ୍‌ ସେକ୍ସ –କମାଉଥିଲେ ଲକ୍ଷ ଲକ୍ଷ ଟଙ୍କା

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ