PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଟ୍ବିଟରରେ ନିଜର ଦୁଃଖ ପ୍ରକାଶ କଲେ ଅମିତାଭ, କହିଲେ ବୟସ ବଢିବା ସହ…

ନୂଆଦିଲ୍ଲୀ,୨।୪: ବଲିଉଡର ମହାନାୟକ ତଥା ବିଗ୍ ବି ଅମିତାଭ ବଚ୍ଚନ, ଯାହାଙ୍କର ଗୋଟେ ଝଲକ ଦେଖିବାକୁ ପ୍ରଶଂସକଙ୍କ ଭିତରେ ଲାଗିଯାଏ ଭିଡ। ପରିଣତ ବୟସରେ ମଧ୍ୟ ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଏବେ ବକ୍ସ ଅଫିସରେ ହିଟ୍ ହେଉଛି।  ନିକଟରେ ରିଲିଜ୍ ହୋଇଥିବା ‘ବଦଲା’ ଫିଲ୍ମ ବକ୍ସ ଅଫିସରେ ଖୁବ୍ ଭଲ ବ୍ୟବସାୟ କରିଛି। ତାଙ୍କର ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ବୟସ ଅଧିକ ହେବା ପରେ ବଲିଉଡରେ ସରିନି ତାଙ୍କର କ୍ରେଜ। ହେଲେ ବିଗ୍ ବିଙ୍କ ମନରେ କିଛି ଗୋଟେ ଦୁଃଖ ରହିଯାଇଛି। କାରଣ ନିକଟରେ ସେ ଏକ ଟ୍ବିଟ୍ ଯୋଗେ ନିଜ ମନର ଦୁଃଖକୁ ପ୍ରକାଶ କରିଛନ୍ତି। ଆପଣମାନେ ଭାବୁଥିବେ ହଜାର ହଜାର କୋଟି ଟଙ୍କାର ମାଲିକ ଓ ଏତେ ବଡ ଫିଲ୍ମଷ୍ଟାରଙ୍କ ମନ ଭିତରେ ପୁଣି କ’ଣ ଦୁଃଖ ଥାଇପାରେ?

ଅମିତାଭଙ୍କ ଦୁଃଖ ହେଉଛି ତାଙ୍କର ପରିଣତ ବୟସ। ଯାହାକୁ ନେଇ ସେ  ଦୁଃଖର ସହ ଏକ ଟ୍ବିଟ୍ କରିଥିଲେ। ଏବେ ତାଙ୍କର ଏହି ଟ୍ବିଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବିଗ୍ ବି ନିଜର ଟ୍ବିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ‘ବୟସ ବଢିବା ସହ ଗୋଟିଏ କଥାର ଦୁଃଖ ସବୁବେଳେ ରହିଯାଉଛି, ‘ତୁ’ ଡାକିବା ଲୋକମାନେ କମ୍ ହେବାରେ ଲାଗିଛନ୍ତି। ଏହି ଟ୍ବିଟ୍ ସହିତ ବିଗ୍ ବି ଏକ ଫଟୋ ସେୟାର କରିଛନ୍ତି। ସେଥିରେ ଅମିତାଭଙ୍କୁ ଧୋତି ଓ ଗାମୁଛାରେ ଦେଖିବାକୁ ମିଳିଛି। ହଁ ଆଜ୍ଞା ଏହା ହେଉଛି ଏକ ଦକ୍ଷିଣ ଭାରତୀୟ ଫିଲ୍ମର ଫଟୋ। ଏବେ ସେ ତାମିଲ ଫିଲ୍ମ ‘ୟୁୟାର୍ନଥା ମନିଥାନ୍’ ରୁ ସାଉଥ୍ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଛନ୍ତି।

ଏହା ପୂର୍ବରୁ ସେ ଆଉ ଏକ ଟ୍ବିଟ୍ ମଧ୍ୟ କରିଥିଲେ ଯେଉଁଥିରେ ସେ ଲେଖିଥିଲେ ’ପରିବାରର ହାତ ଧରି ଚାଲନ୍ତି, ଲୋକଙ୍କ ପାଦ ଧରିବାର ଆବଶ୍ୟକତା ପଡିବନି। ଆର୍ଥିକ ସ୍ଥିତି ଯେତେ ବି ଭଲ ହେଉ, ଜୀବନର ଆନନ୍ଦ ମାନସିକ ସ୍ଥିତି ଉପରେ ନିର୍ଭର କରେ। ସଫଳତାର ଯାତ୍ରାରେ ଖରା ଖୁବ୍ ବଡ କାମରେ ଆସିଲା, ଯଦି ଛାଇ ରହିଥାନ୍ତା ତେବେ କେବେ ଠାରୁ ଶୋଇ ପଡିଥାନ୍ତି।’

source: https://www.pinkvilla.com/

ଉଲ୍ଲେଖନୀୟ ଯେ ଅମିତାଭ ବଚ୍ଚନଙ୍କୁ ଯଦିଓ ଏ​‌ବେ ୭୬ ବର୍ଷ କିନ୍ତୁ ତାଙ୍କ ଉପରେ ବୟସର କୌଣସି ପ୍ରଭାବ ପଡିନାହିଁ। ଅଭିନୟ ଦୁନିଆରେ ଏବେ ବି ସେ ମୋଷ୍ଟ ଓ୍ବାଣ୍ଟେଡ ଅଭିନେତା ଅଛନ୍ତି। ସେ ଖୁବ୍  ଶୀଘ୍ର ଆଲିଆ ଏବଂ ରଣବୀର କପୁରଙ୍କ ସହିତ ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବେ। ଏହାଛଡା ଅମିତାଭ’ ସୈରାଟ’ ଓ ‘ଫଣ୍ଡରି’ ଫିଲ୍ମର ନିର୍ଦେଶକ ନାଗରାଜ ମଞ୍ଜୁଲେଙ୍କ ‘ଝୁଣ୍ଡ’ ମଧ୍ୟ କରୁଛନ୍ତି। ଏହା ସହ ତାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଯେ ସେ ନିଜର ଗେମ୍ ଶୋ ‘କୌନ ବନେଗା କରୋଡପତି’ର ଆଗାମୀ ସିଜିନରେ ଫେରୁଛନ୍ତି।