ବିଗିଡିଲା ବିଗ୍ ବିଙ୍କ ସ୍ଵାସ୍ଥ୍ୟବସ୍ଥା, କରିବାକୁ ପଡିବ ସର୍ଜରୀ, ବ୍ଲଗରେ ଲେଖିଲେ ଏମିତି…

ନୂଆଦିଲ୍ଲୀ, ୨୮/୨ : ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ଅମିତାଭ ବଚ୍ଚନଙ୍କ ଏକ ବ୍ଲଗ ଏବେ ଚିନ୍ତା ବଢାଇଛି। ତାଙ୍କର ଏକ ବ୍ଲଗରୁ ଜଣା ପଡିଛି ଯେ, ବିଗ୍ ବିଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡିଛି। ଏବେ ତାଙ୍କୁ ସର୍ଜରୀ କରିବାକୁ ପଡିବ। ୭୮ ବର୍ଷୀୟ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଶନିବାର ତାଙ୍କ ବ୍ଲଗରେ ଲେଖିଛନ୍ତି ଯେ, ମେଡିକାଲ କଣ୍ଡିସନ୍… ସର୍ଜରୀ… ମୁଁ ଲେଖି ପାରିବି ନାହିଁ, ଏବି। ତେବେ ଅମିତାଭ ଏତଦ୍ ବ୍ୟତୀତ ଅନ୍ୟ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି।
ତେବେ ଅମିତାଭ ବଚ୍ଚନଙ୍କ ଏହି ବ୍ଲଗ ପରେ ତାଙ୍କର ପ୍ରଶଂସକମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଗ୍ ବି ସୋସିଆଲ ମିଡିଆରେ ତାଙ୍କର ଛୋଟରୁ ଅତି ଛୋଟ କଥା ସବୁ ସେୟାର କରନ୍ତି। ତେବେ ଏଯାଏଁ ସ୍ପଷ୍ଟ ହୋଇନାହିଁ ଯେ, ସେ କେଉଁ ପ୍ରକାରର ସର୍ଜରୀ କରିବେ। ତେବେ ସେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି।
T 3826 –
— Amitabh Bachchan (@SrBachchan) February 26, 2021
कुछ ज़रूरत से ज़्यादा बढ़ गया है ; कुछ काटने पर सुधरने वाला है ;
जीवन काल का कल है ये , कल ही पता चलेगा कैसे रहे वे
❤️🌹
ଏହି ଟ୍ଵିଟ୍ ପୂର୍ବରୁ ଅମିତାଭ ବଚ୍ଚନ ଲେଖିଥିଲେ ଯେ, କିଛି ଆବଶ୍ୟକତା ଠାରୁ ଅଧିକ ବଢିଯାଇଛି। କିଛି କାଟିବା ପରେ ସୁଧୁରିବ। ଜୀବନ କାଳର କଳ, କାଲି ହିଁ ଜଣା ପଡିବ ସେ କେମିତି ଅଛି।