PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଡିସେମ୍ବର ୨୯ରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେବେ ଅମିତାଭ- ପ୍ରକାଶ ଜାବଦେକର

ନୂଆଦିଲ୍ଲୀ, ୨୩|୧୨:   ଅସୁସ୍ଥ ଥିବା ବଲିଉଡ୍ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଡିସେମ୍ବର ୨୯ ତାରିଖରେ ଦାଦା ସାହେବ ଫାଲକେ ସମ୍ମାନ ପ୍ରଦାନ କରାଯିବ। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଦେକର ସୂଚନା ଦେଇଛନ୍ତି। କାରଣ ଅସୁସ୍ଥତା ହେତୁ ଅମିତାଭ ସୋମବାର ଜାତୀୟ ଚ୍ଚଳଚିତ୍ର  ପୁରସ୍କାର ସମାରୋହରେ ଉପସ୍ଥିତ ରହିପାରିବେ ନାହିଁ।

ଜାବଦେକର କହିଛନ୍ତି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସଂକ୍ଷିପ୍ତ ସମାରୋହରେ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିବେ। ୨୦୧୮ ପାଇଁ ଏହି ସମ୍ମାନ ଅମିତାଭଙ୍କୁ ଦିଆଯାଇଥାନ୍ତା। କିନ୍ତୁ ସେ ଅସୁସ୍ଥତା ହେତୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ନାହିଁ।ରାଷ୍ଟ୍ରପତି ସୋମବାର ନୂଆଦିଲ୍ଲୀ ବାହାରେ ଅଛନ୍ତି। ତେଣୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ବିଜେତାଙ୍କୁ ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯିବ। ସେଠାରେ ଅମିତାଭଙ୍କୁ ସମ୍ମାନିତ କରାଯିବ।

ସୂଚନାଯୋଗ୍ୟ, ଅମିତାଭ ଟ୍ୱିଟ୍ କରି ଅସୁସ୍ଥତା ହେତୁ ସମ୍ମାନ ଗ୍ରହଣ କରିବା ପାଇଁ ଦିଲ୍ଲୀରେ ପହଁଚି ପାରିବେ ନାହିଁ ବୋଲି କହିଥିଲେ। ତାଙ୍କୁ ଜ୍ୱର ହେତୁ ସେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଚଳଚ୍ଚିତ୍ର ସମ୍ମାନ ଉତ୍ସବରେ ଯୋଗଦେଇପାରିବେ ନାହିଁ। ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଥିଲେ।  

ସମ୍ବନ୍ଧିତ ଖବର