PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ, ୨୯|୧୨:  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ଖାସ୍ କାର୍ଯ୍ୟକ୍ରମରେ ତାଙ୍କ ସହ ପତ୍ନୀ ଜୟା ବଚ୍ଚନ ମଧ୍ୟ, ପୁତ୍ର ଅଭିଷେକ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ।

ଏହି ସମ୍ମାନ ପାଇବା ପରେ ଅମିତାଭ କହିଛନ୍ତି ଯେ, ସେ ଭାରତ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ଅତିଥିମାନଙ୍କୁ ଜଣାଉଛନ୍ତି। ଏଥିପାଇଁ ଭଗବାନଙ୍କର ମଧ୍ୟ ଆଶୀର୍ବାଦ ରହିଛି। ମାତା ଓ ପିତାଙ୍କ ଆଶୀର୍ବାଦ ରହିଛି। ସବୁଠାରୁ ବଡ ଦେଶବାସୀଙ୍କ ସ୍ନେହ ଓ ଭଲପାଇବା ମିଳିଛି।  ଯେତେବେଳେ ତାଙ୍କ ନାମ ଏଥିପାଇଁ ଘୋଷଣା କରାଗଲା ତାଙ୍କ ମନରେ କଣ ସବୁ ସରିଗଲା କି ବୋଲି ପ୍ରଶ୍ନ ଆସିଥିଲା। କିନ୍ତୁ ଏବେ ଆହୁରି ଅନେକ କିଛି କରିବାକୁ ବାକି ଅଛି ବୋଲି ସେ କହିଛନ୍ତି।

ଡିସେମ୍ବର ୨୩ରେ ଆୟୋଜିତ ହେବାକୁ ଥିବା 66ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଅମିତାଭ ଉପସ୍ଥିତ ହୋଇପାରି ନଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ସେ ଗତ ୨୨ ତାରିଖରେ ଟ୍ୱିଟ୍ କରି ଦେହ ଖରାପ ବାବଦରେ ଅବଗତ କରିଥିଲେ।

ସମ୍ବନ୍ଧିତ ଖବର