PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଅମରେଶ ହତ୍ୟାକାଣ୍ଡ: ଅଭିଯୁକ୍ତ ଗଜେନ୍ଦ୍ରର ସାନଭାଇକୁ ହତ୍ୟା ଉଦ୍ୟମ, “ଭାଇର ଜନ୍ମଦିନରେ ତୋ’ ଠୁ ଏ ଅଭିଯାନ ଆରମ୍ଭ ଆଗକୁ ଆହୁରି ଗଡ଼ିବ ମୁଣ୍ଡ”

ଭୁବନେଶ୍ୱର ୧୨/୧୨: ଅମରେଶ ହତ୍ୟାକାଣ୍ଡକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗୱାର ଆଶଙ୍କା ଦେଖାଦେଇଛି । ଅମରେଶଙ୍କ ସହଯୋଗୀ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେଲା ଛକାପଞ୍ଝା ଲାଗି ରହିଥିଲା । ଗତକାଲି ରାଜଧାନୀ ଉପକଣ୍ଠ ମଦନପୁର ଅଞ୍ଚଳରେ ମୁହଁମୁହିଁ ହୋଇଥିଲେ । ଅମରେଶ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ଗଜେନ୍ଦ୍ରଙ୍କ ସାନଭାଇ ଜଗତ୍‌ଜିତ୍‌ଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅମରେଶଙ୍କ ଜନ୍ମଦିନ ଥିଲା । ପ୍ରତିଶୋଧ ନେବା ପାଇଁ ଅମରେଶଙ୍କ ଗୋଷ୍ଠୀର ସହଯୋଗୀମାନେ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ସେମାନେ ରକ୍ତର ଜବାବ୍‌ ରକ୍ତରେ ନେଇ ଅମରେଶଙ୍କୁ ଏଭଳି ଉପହାର ଦେବାକୁ ଦୀର୍ଘଦିନ ତଳୁ ପ୍ଲାନିଂ କରିଥିବା ସୂଚନା ମିଳିଛି । ପୂର୍ବ ଯୋଜନା ମୁତାବକ ଗତକାଲି ମଦନପୁରସ୍ଥିତ ଏକ ଘରୋଇ କଲେଜ ସାମ୍ନାରେ ୮-୧୦ ଦୁର୍ବୃତ୍ତ ଜଗତ୍‌ଜିତ୍‌ଙ୍କୁ ଘେରି ଯାଇଥିଲେ । ଖଣ୍ଡାରେ ଚୋଟ ପରେ ଚୋଟ ମାରି ଚାଲିଥିଲେ। ଜଗତ୍‌ଜିତ୍‌ ଭୟରେ ଏକ ଦୋକାନରେ ପଶିଯାଇଥିଲେ ବି ଦୁର୍ବୃତ୍ତମାନେ ଛାଡି଼ନଥିଲେ ।

ଜଗତଜିତ୍‌ ଏବେ ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ବାମହାତ, ଜଙ୍ଘ, ଗୋଡ ଓ କାନ୍ଧ ସମେତ ଏକାଧିକ ସ୍ଥାନରେ ଆଘାତ ହୋଇଛି । ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି, ଦୁର୍ବୃତ୍ତମାନେ ଆକ୍ରମଣ କରୁଥିବା ବେଳେ ଚିତ୍କାର କରି ବାରମ୍ବାର କହୁଥିଲେ, ଭାଇର ଜନ୍ମଦିନରେ ତୋ’ ଠୁ ଏ ଅଭିଯାନ ଆରମ୍ଭ ହେଲା । ଆଗକୁ ଆହୁରି କେତେ ମୁଣ୍ଡ ଗଡ଼ିବ । ଆକ୍ରମଣ ପାଇଁ ଅମରେଶଙ୍କ ଗୋଷ୍ଠୀ ଉପରକୁ ଜଗତଜିତ୍‌ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି। ଆକ୍ରମଣରେ ଭୟଭୀତ ହୋଇ ପଡ଼ିଥିବା ଜଗତଜିତ୍‌ଙ୍କ ମାଆ କହିଛନ୍ତି, ଦୀର୍ଘ ଦେଢ଼ମାସ ହେଲା ସାନ ପୁଅକୁ ବାହାରକୁ ଛାଡୁନଥିଲି । ଗତକାଲି ଫର୍ମ ଫିଲ୍‌ ଅଫ୍‌ ଥିଲା ବୋଲି କଲେଜ ଯାଇଥିଲା । ତେବେ ଆକ୍ରମଣ ପରେ ସେ ନିଜ ପୁଅ ସହ ପରିବାର ସଦସ୍ୟଙ୍କ ସୁରକ୍ଷା ଲୋଡି଼ଛନ୍ତି ।

ସେପଟେ ଅମରେଶ ହତ୍ୟାକାଣ୍ଡରେ ପ୍ରାୟ ୧୫ରୁ ଅଧିକ ଦୁର୍ବୃତ୍ତ ସାମିଲ୍‌ ଥିବା ଅଭିଯୋଗ ହୋଇଥିଲା । ଏୟାରଫିଲ୍ଡ ଥାନା ପୁଲିସ ୧୦ଜଣଙ୍କ ବିରୋଧରେ ଏତଲା ରୁଜୁ କରିଥିଲା । ହେଲେ ଏହି ହତ୍ୟାକାଣ୍ଡରେ ପୁଲିସ ୬ଜଣଙ୍କୁ ଗିରଫ କରିବା ପରେ ଏବେ ଚୁପ୍‌ ହୋଇ ବସିଯାଇଛି । ଆହୁରି କିଛି ଅଭିଯୁକ୍ତ ଏବେ ବି ଖୋଲାରେ ବୁଲୁଛନ୍ତି । ଯାହାକୁ ନେଇ ଅମରେଶଙ୍କ ଗୋଷ୍ଠୀ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଦିପାବଳୀ ରାତିରେ ସୁନ୍ଦରପଦାସ୍ଥିତ ଏକାମ୍ର କଲେଜ ନିକଟରେ କିଛି ଦୁର୍ବୃତ୍ତ ଅମରେଶ ନାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ । ଏହି ଘଟଣାରେ ପୁଲିସ ନଭେମ୍ବର ୬ ତାରିଖରେ ଜଗତ୍‌ଜିତଙ୍କ ବଡ ଭାଇ ଜଗଜିତ୍‌ ଗଜେନ୍ଦ୍ରଙ୍କ ସମେତ ଶଙ୍କର ବସ୍ତିଆ ଓ ଜିତେନ୍ଦ୍ର ମଲ୍ଲିକଙ୍କୁ ଗିରଫ କରିଥିଲା । ସପ୍ତାହେ ପରେ ରଘୁନାଥ ବାରିକ, ରାକେଶ ନାୟକ ଓ ବିଶ୍ୱଜିତ ରାଉତଙ୍କୁ ହତ୍ୟାକାଣ୍ଡ ମାମଲାରେ ଧରି ଜେଲ୍‌ ପଠାଇଥିଲା ।

ସମ୍ବନ୍ଧିତ ଖବର