ଜେଲରେ କାନ୍ଦିକାନ୍ଦି ଶବନମଙ୍କର କଟୁଛି ସମୟ: ସାଥୀ ମହିଳା କଏଦୀଙ୍କ ସହ କଥାବାର୍ତ୍ତା ବନ୍ଦ, ଛାଡି ସାରିଲେଣି ଖାଇବା-ପିଇବା

https://zeenews.india.com/
ରାମପୁର,୨୫।୨: ପ୍ରେମ ପାଇଁ ପରିବାରର ୭ ଜଣଙ୍କୁ ହତ୍ୟା କରି ଏବେ ରାମପୁର ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ଶବନମ। ଖୁବ୍ ଶୀଘ୍ର ଫାଶୀ ମଧ୍ୟ ମିଳିବ, କିନ୍ତୁ ନିଜର କଲା କର୍ମ ଓ ପୁଅର ଭବିଷ୍ୟତ ପାଇଁ ମନ ଭିତରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଶବନମ। କେବେ ଫାଶୀ ଦିଆଯିବ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ବକ୍ସର ଜେଲରୁ ରସିଦର ଏଷ୍ଟିମେଟ୍ ମଗାଯାଇଛି। ସେଭଳି ଶବନମଙ୍କୁ ମଥୁରା ଜେଲରେ ଫାଶୀ ଦିଆଯିବା କଥା ଜଣାପଡି ସାରିଛି। ଶବନମ ମହିଳା କଏଦୀଙ୍କ ଓ ଜେଲ କର୍ମଚାରୀଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଛି। ଜେଲରେ ଲୁଚି ଲୁଚି କାନ୍ଦୁଛନ୍ତି। ଏପରିକି ଖାଇବାକୁ ମଧ୍ୟ ମନ ଲାଗୁନି।

ଶବନମର ଡେଥ୍ ଓ୍ବାରେଣ୍ଟ ମଙ୍ଗଳବାର ଜାରି ହୋଇପାରିନି। ରାଜ୍ୟପାଳ ପୁନଃ ବିଚାର ଦୟା ଆବେଦନ ପଠାଯିବା କାରଣରୁ ଡେଥ୍ ଓ୍ବାରେଣ୍ଟ ଜାରି ଜାରି ହେବାର ପକ୍ରିୟା ବନ୍ଦ ହୋଇଯାଇଛି। ଜିଲ୍ଲା ସରକାରୀ ଓକିଲ (ଡିସିଜି)ଙ୍କ କହିବା ଅନୁସାରେ, ରାଜ୍ୟପାଳଙ୍କୁ ପଠାଯାଇଥିବା ପୁନଃ ବିଚାର ଆବେଦନ ଉପରେ ଫଳାଫଳ ସାମନାକୁ ଆସିବା ପରେ ଏହି ମାମଲାରେ ଆଗାମୀ ନିଷ୍ପତ୍ତି ନିଆଯିବ। ଏବେ ଡେଥ୍ ଓ୍ବାରେଣ୍ଟ ହୋଲ୍ଡ କରାଯାଇଛି।

ଉଲ୍ଲେଖନୀୟ ଯେ, ଉତ୍ତର ପ୍ରଦେଶର ଅମରୋହ ଜିଲାର ହସନପୁର ଅଞ୍ଚଳର ବାବନଖେଡିର ଶିକ୍ଷକ ସୌକତ ଅଲ୍ଲୀଙ୍କ ଏକମାତ୍ର ଝିଅ ଶବନମଙ୍କ ଉପରେ ୧୪ ଅପ୍ରେଲ ୨୦୦୮ ରାତିରେ ନିଜର ପ୍ରେମିକ ସଲିମ ସହିତ ମିଶି ପରିବାରର ୭ ଜଣ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଏପରିକି ୧୦ ମାସର ଶିଶୁକୁ ମଧ୍ୟ ଛାଡିନଥିଲେ, ଯେଉଁ କାରଣରୁ ଜିଲା ବିଚାରପତି ଅମରୋହ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ରାୟକୁ ହାଇକୋର୍ଟ, ସୁପ୍ରିମକୋର୍ଟ ବଳବତ୍ତର ରଖିଥିଲେ। ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ରାଜକ୍ଷମା ଆବେଦନ କରାଯାଇଥିଲେ ମଧ୍ୟ ରାଷ୍ଟ୍ରପତି ଏହାକୁ ଖାରଜ୍ କରିଦେଇସାରିଛନ୍ତି। ଗତ ରବିବାର ଶବନମଙ୍କ ପୁଅ ନିଜର ମା’ଙ୍କୁ ଜେଲରେ ଦେଖା କରିବାକୁ ଆସିଥିଲା। ଶବନମଙ୍କ ପୁଅ ତାଜ୍କୁ ଏବେ ୧୨ ବର୍ଷ, ସେ ନିଜ ମା’ଙ୍କୁ ଫାଶୀ ଦିଆନଯାଉ ବୋଲି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ନିବେଦନ କରିଛି।
