PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଅମୁଲ କ୍ଷୀରରେ ପ୍ଲାଷ୍ଟିକ୍? ଭିଡିଓ ଭାଇରାଲ କରିଥିବା ବ୍ୟକ୍ତି ବିରୋଧରେ କମ୍ପାନୀ ଦେଲା ଏଫଆଇଆର

ନୂଆଦିଲ୍ଲୀ,୩୦।୧୨: ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଯୋରଦାର ଭାବରେ  ଭାଇରାଲ ହୋଇଥିଲା। ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି, ଅମୁଲ କମ୍ପାନୀ ଅପମିଶ୍ରତ କ୍ଷୀର ବିକ୍ରି କରିଥାନ୍ତି। ଅମୁଲ ଗୋଲ୍ଡ କ୍ଷୀରରେ ପ୍ଲାଷ୍ଟିକ୍ ମିଶାଯାଇଛି। ବ୍ୟକ୍ତିଜଣଙ୍କର ଏହି କଥା ପରେ ଗୁଜରାଟର ଆଣନ୍ଦର ଅମୁଲ ବ୍ରାଣ୍ଡର କ୍ଷୀର ଉତ୍ପାଦକ ସଂଗଠନର ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି।

ଅମୁଲ ଗୋଲ୍ଡ କ୍ଷୀର ବିରୋଧରେ ସୋସିଆଲ ମିଡିଆରେ ମିଛ ଅଭିଯୋଗ ଲାଗିବା ଉପରେ ଜଣେ ବ୍ୟକ୍ତିଙ୍କ ବିରୋଧରେ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅମୁଲବ୍ରାଣ୍ଡ ଦୁଗ୍ଧ ଉତ୍ପାଦର ମାଲିକ୍ ଆନନ୍ଦ ସ୍ଥିତ ଗୁଜରାଟ କୋ-ଅପରେଟିଭ ମିଲକ୍ ମାର୍କେଟିଂ ଫେଡେରେସନ୍ (ଜିସିଏମଏମଏଫ୍) ଶନିବାର ପ୍ରୟାଗରାଜରେ ଏହି ମାମଲା ରୁଜୁ କରିଛି।

ଉଲ୍ଲେଖନୀୟ ଯେ, ପ୍ରୟାଗରାଜ ନିବାସୀ ଆଶୁତୋଷ ଶୁକ୍ଲା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ଦାବି କରି ଏକ ପୋଷ୍ଟ କରିଥିଲେ ଯେ, ଅମୁଲ କ୍ଷୀରରୁ ଦହି ଏଥିପାଇଁ ତିଆରି କରାଯାଏ, କାରଣ ଏଥିରେ ପ୍ଲାଷ୍ଟିକ୍ ରହିଥାଏ ଓ ଏହା ବିଷାକ୍ତ ହୋଇପାରେ।

ଅଭିଯୋଗ ଅନୁସାରେ, ଜିସିଏମଏମଏଫ ଅଧିକାରୀ ଯେତେବେଳେ ଅଭିଯୁକ୍ତଙ୍କୁ ଭିଡିଓ ହଟାଇବା ଓ ମିଛ ସୂଚନା ପ୍ରଚାର କରିବା ବନ୍ଦ କରିବାକୁ କହିଥିଲେ, ସେ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଶୁକ୍ଲାଙ୍କ ବିରୋଧରେ ଆଇପିସିର ଧାରା ୩୮୬ (ଆଦାୟ), ଧାରା ୪୯୯(ମାନହାନୀ) ସହିତ ସୂଚନା ପ୍ରଯୁକ୍ତି ପ୍ରାଦ୍ୟୋଗିକ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ଜିସିଏମଏମଏଫର ପ୍ରବନ୍ଧ ନିର୍ଦେଶକ ଆର.ଏସ୍ ସୋଢି କହିଛନ୍ତି, ଅମୁଲ ଏହି ବାର୍ତ୍ତ ଦେବାକୁ ଚାହେଁ ଯେ, ତାଙ୍କର ଉତ୍ପାଦ ସମ୍ପର୍କରେ ସୋସିଆଲ ମିଡିଆରେ କେହି ତାଙ୍କ ଉପଭୋକ୍ତଙ୍କୁ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରନ୍ତି ତାଙ୍କୁ ଛଡାଯିବନି।

ସମ୍ବନ୍ଧିତ ଖବର