ମହାବିନାଶର କାଉଣ୍ଟଡାଉନ୍ ! ପୃଥିବୀ ଆଡକୁ ମାଡିଆସୁଛି ଏକ ବିଶାଳ ଧୂମକେତୁ, ପୂର୍ବରୁ ଏପରି କାରଣରୁ ଘଟିଥିଲା ଡାଇନୋସର ଯୁଗର ଅନ୍ତ

ନୂଆଦିଲ୍ଲୀ,୯।୩: ଆସୁଛି ମହାବିନାଶ! ହୋଇପାରେ ମହାପ୍ରଳୟ। କୋଟି କୋଟି ବର୍ଷ ପୂର୍ବେ ଯେଉଁଭଳି ହୋଇଥିଲା ବିନାଶ ଠିକ୍ ସେଭଳି ହେବାକୁ ଯାଉଛି। କାରଣ ଆସନ୍ତା ଅପ୍ରେଲ ମାସରେ ଏକ ବୃହତ୍ତ ଆକାରର ଆଷ୍ଟ୍ରଏଡ୍(ଧୂମକେତୁ) ପୃଥିବୀ ସହିତ ମାଡ଼ ହୋଇପାରେ। ଏହି ଆଷ୍ଟ୍ରଏଡର ଆକାର ମାଉଣ୍ଟ ଏଭରେଷ୍ଟ ଆକାରର ଅଧା ହେବ। ଏହି ଆଷ୍ଟ୍ରଏଡର ବେଗ ଘଣ୍ଟା ପ୍ରତି ୩୧ ହଜାର କିଲୋମିଟର ରହିଛି ବୋଲି କୁହାଯାଉଛି। ବୈଜ୍ଞାନିକଙ୍କ ଆଶଙ୍କା ଯେ, ଯଦି ଏହି ଆଷ୍ଟ୍ରଏଡ୍ ପୃଥିବୀ ସହ ମାଡ ହୁଏ ତେବେ ମହାବିନାଶ ହେବ। ହୋଇପାରେ ବିଶ୍ବରୁ ମାନବ ସଭ୍ୟତାର ଅନ୍ତ ହୋଇଯିବ। ତେବେ ସତରେ କ’ଣ ଆମ ପୃଥିବୀ ଏବେ ଖରାପ ସ୍ଥିତି ଦେଇ ଗତି କରୁଛି? ଆମ ପାଖରେ କ’ଣ ଆଉ ମାତ୍ର ୧ ମାସ ରହିଲା?

କୋଟି କୋଟି ବର୍ଷ ପୂର୍ବେ ମହାବିନାଶ ହୋଇଥିଲା। ପୃଥିବୀରେ ପ୍ରଳୟ ସୃଷ୍ଟି କରିବାରେ ମୁଖ୍ୟ ଥିଲା ଏହି ଆଷ୍ଟ୍ରଏଡ୍। ପୃଥିବୀ ସହ ଏହା ମାଡ ହେବା ଫଳରେ ଡାଇନୋସର ଯୁଗର ଅନ୍ତ ହୋଇଥିଳା। ୨୦୨୦ରେ ଏଭଳି ଏକ ଭୟ ରହିଛି, ଏଭଳି ଭୟ ପୁଣିଥରେ ସାରା ବିଶ୍ବ ଉପରେ ରହିଛି। ବଡ ବଡ ବୈଜ୍ଞାନିକଙ୍କର ମଧ୍ୟ ନିଦ ଉଡିଯାଇଛି। ସୁପରପାଓ୍ବାର ଆମେରିକା ମଧ୍ୟ ଭୟଭୀତ ହୋଇପଡିଛି। କାରଣ ନାସା ପକ୍ଷରୁ କୁହାଯାଇଛି ଏକ ବିଶାଳକାୟ ଆଷ୍ଟ୍ରଏଡ୍ ପୃଥିବୀ ପାଖ ଦେଇ ଗତି କରିବ। ସାରା ବିଶ୍ବରେ ଆସନ୍ତା ଅପ୍ରେଲ ୨୯ ତାରିଖରେ ହୋଇପାରେ ବହୁତ ବଡ ପରିବର୍ତ୍ତନ। ନାସାର କହିବା ଅନୁସାରେ ଏବେ କିଛି ଚିନ୍ତାର କଥା ନାହିଁ। କିନ୍ତୁ ବହୁ ବୈଜ୍ଞାନିକ ଏହାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ବୈଜ୍ଞାନିକଙ୍କ ମତରେ ଏହାର ଟାଇମିଂରେ ଯଦି କିଛି ସେକେଣ୍ଡର ପ୍ରାର୍ଥକ୍ୟ ହୁଏ ତେବେ ଆଷ୍ଟ୍ରଏଡ ପୃଥିବୀ ସହ ମାଡ ହୋଇପାରେ ଓ ଆଶା କରାଯାଉଛି ଡାଇନୋସର ଭଳି ମାନବ ସଭ୍ୟତାର ଅନ୍ତ ହୋଇପାରେ।

ଏହି ଆଷ୍ଟ୍ରଏଡର ନାଁ ଆମେ ପ୍ରଥମେ ଆପଣଙ୍କୁ କହିବାକୁ ଯାଉଛୁ। ତାହା ହେଲା 52768(1998IR2)। ଏହାର ବେଗ ୧୯ ହଜାର ମାଇଲ୍/ଘଣ୍ଟା ରହିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ଆଷ୍ଟ୍ରଏଡ୍ ମାଉଣ୍ଟ ଏଭରେଷ୍ଟର ଅଧା ଆକାର ରହିଛି। ପୃଥିବୀ ସହ ଧକ୍କା ହେଲେ ପ୍ରଳୟ ସୃଷ୍ଟି ହେବ। ୬.୬ କୋଟି ବର୍ଷ ପୂର୍ବେ ଯେଉଁ ଆଷ୍ଟ୍ରଏଡ୍ ପୃଥିବୀରେ ମାଡ ହୋଇ ଡାଇନୋସର ଶେଷ ହୋଇଯାଇଥିଲା ତା’ର ବେଗ ଘଣ୍ଟା ପ୍ରତି ୪୦ ହଜାର ମାଇଲ୍ ଥିଲା। ସେତେବେଳେ ଆଷ୍ଟ୍ରଏଡର ଧକ୍କା ଏତେ ଯୋରଦାର ଥିଲା ଯେ, ପୃଥିବୀ ପୃଷ୍ଠରେ ଜୀବନ ସତ୍ତାକୁ ୩ ଥର ଶେଷ କରିହୋଇଥାନ୍ତା। ତେବେ ୨୦୨୦ରେ ପୃଥିବୀ ସହ ମାଡ ହେବାକୁ ଥିବା ଏହି ଆଷ୍ଟ୍ରଏଡ ବିଷୟରେ କୁହାଯାଉଛି ଯେ, ଏହାର ବେଗ ଡାଇନୋସର ଯୁଗକୁ ଶେଷ କରିଥିବା ଆଷ୍ଟ୍ରଏଡର ବେଗଠାରୁ ଅଧା ରହିଛି। କିନ୍ତୁ ଚିନ୍ତା କରନ୍ତୁ ଯେ, ସାରା ବିଶ୍ବକୁ ମହାକାଶରୁ ଆସିବାକୁ ଯାଉଥିବା ବିପଦ କେତେ ବଡ ଓ ବୈଜ୍ଞାନିକମାନେ ଏହାକୁ ନେଇ କେବେ ଅଧିକ ଚିନ୍ତିତ ରହିଛନ୍ତି।

୬.୬ କୋଟି ବର୍ଷ ପୂର୍ବେ ମେକ୍ସିକୋର ୟୁକଟନ୍ ପ୍ରାୟଦ୍ବୀପ ସହିତ ଆଷ୍ଟ୍ରଏଡ୍ ମାଡ ହୋଇଥିଲା। ଯାହାଫଳରେ ୧୧୧ ମାଇଲ୍ ଚଉଡା ଓ ୨୦ ମାଇଲ ଖାତ ତିଆରି ହୋଇଯାଇଥିଲା। ବୈଜ୍ଞାନିକମାନେ ଏହି ଗାତର ଯାଞ୍ଚ କରି ସେଠାର ଚଟାଣରେ ସଲପର କମ୍ପାଉଡ ପାଇଥିଲେ। ଆଷ୍ଟ୍ରଏଡକୁ ଧକ୍କା ଦେବାଫଳରେ ଚଟାଣ ବାସ୍ପରେ ପରିଣତ ହୋଇ ବାୟୁମଣ୍ଡରେ ମିଶିଯାଇଥିଲା। ଯାହାଫଳରେ ପୃଥିବୀର ତାପମାତ୍ରା ଖୁବ୍ କମ୍ ହୋଇଯାଇଥିଲା ଓ ୧ ଦଶକ ପର୍ଯ୍ୟନ୍ତ ଏହି ସ୍ଥିତି ରହିଥିଲା। ଏଭଳି ସ୍ଥିତିରେ ଅଧିକାଂଶ ଜୀବଙ୍କର ମୃତ୍ୟୁ ହୋଇଥିଲା ଓ ଡାଇନୋସର ଯୁଗର ମଧ୍ୟ ଅନ୍ତ ହୋଇଥିଲା।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍