ସାଥୀର ସନ୍ଧାନ​‌ରେ ଗଲା ଜୀବନ:୧୪ ହଜାର କିଲୋମିଟର,୯ ଦେଶ ଚାଲିବା ପରେ ମାଇ ଗଧିଆର ମିଳିଲା ମୃତଦେହ

କାର୍ଲିଫର୍ଣ୍ଣିଆ,୧୫।୨: ଏବେ ଯାଇଛି ଭାଲେଣ୍ଟାଇନ୍ ଡେ। ପ୍ରେମ ଦିବସକୁ ସମସ୍ତେ ନିଆରା ଭାବରେ ପାଳନ କରିଛନ୍ତି। ତେବେ ପ୍ରେମ କେବଳ ମଣିଷକୁ ହୁଏନି, ବଂର ପଶୁମାନଙ୍କର ମନ ଭିତରେ ମଧ୍ୟ ଭରି ରହିଥାଏ ପ୍ରେମର ପରିଭାଷା। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ଏକ ମାଇ ଗଧିଆ, ଯିଏକି ନିଜର ସାଥୀଙ୍କୁ ଖୋଜିବାକୁ ଚାଲିଚାଲି ୧୪ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ଶେଷରେ ମରିଯାଇଛି। ଗତ ସପ୍ତାହରେ ଏହି ମାଇ ଗଧିଆର ମୃତ୍ୟୁ ହୋଇଥିଲା। ବୈଜ୍ଞାନିକମାନେ ଏହି ମାଇ ଗଧିଆ((OR-54,ବୈଜ୍ଞାନିକମାନେ ଦେଇଥିବା ନାଁ)କୁ ତାର ବେକରେ ଲାଗିଥିବା ଟ୍ରାନ୍ସମିଟର କଲରୁ ଟ୍ରାକ୍ କରୁଥିଲେ। ବୈଜ୍ଞାନିମାନେ ଏବେ ଏହାର କାରଣ ଖୋଜୁଛନ୍ତି ଏହି ମାଇ ଗଧିଆଟି ନିଜର ସାଥୀଙ୍କୁ ନପାଇବା ଦୁଃଖରେ ନା ଅତ୍ୟାଧିକ ବାଟ ଚାଲିଚାଲି ଯିବା କାରଣରୁ ମରିଯାଇଛି।

ରିପୋର୍ଟ ଅନୁସାରେ, ଏହି ମାଇ ଗଧିଆ  ସାଥୀକୁ ଖୋଜିବା ପାଇଁ ନିଜର ପରିବାର ଛାଡି ଦେଇଥିଲା। ନିଜର ପରିବାରକୁ ଛାଡି କାର୍ଲିଫର୍ଣ୍ଣିଆ ରାଜ୍ୟର ସୀମା ପାର କରିଥିଲା। ଅକ୍ଟୋବର ୨୦୧୭ରୁ ଜିପିଏସ୍-ରେଡିଓ କଲରରୁ ଟ୍ରାକ୍ ହୋଉଥିବା ଏହି ମାଇ ଗଧିଆ ୨୦୧୮ରେ ଗୋଟେ ଦିନକୁ ୨୧ କିଲୋମିଟର ଚାଲିଚାଲି ଯାଉଥିଲା। ଗତ ୨ ବର୍ଷ ଭିତରେ OR-54, ପାହାଡ ଓ ଜଙ୍ଗଲରେ ବୁଲୁଥିଲା। ସେ କେବେ କେବେ ଖାଇବା ପାଇଁ ପଶୁଙ୍କୁ ମାରୁଥିଲା।

ଏହି ମାଇ ଗଧିଆ ନିଜର ସାଥୀକୁ ପାଇବା ପାଇଁ  ୨୦୧୮ ପରେ ପ୍ରାୟ ୯ଟି ଦେଶ ଦେଇ ଯାଇଥିଲା ଓ ପୁଣି ଦୁଇଥର କାର୍ଲିଫର୍ଣ୍ଣିଆ ମଧ୍ୟ ଫେରିଥିଲା। ଏହି ମାଇ ଗଧିଆ କିଛି ସମୟ ପାଇଁ ନେଓ୍ବାଦରେ ମଧ୍ୟ ରହିଥିଲା। ବୈଜ୍ଞାନିକଙ୍କ ମତରେ ଏକ ଗଧିଆ ସାଧାରଣତ ନିଜର ସାଥୀଙ୍କୁ ଖୋଜିବାପାଇଁ ୫୦ ରୁ ୧୦୦ ମାଇଲ୍ ଯାତ୍ରା କରିଥାନ୍ତି ଓ କିଛି ଶତାଧିକ ମାଇଲ ମଧ୍ୟ ଯାତ୍ରା କରିଛନ୍ତି। କିନ୍ତୁ ଏବେ ବାଟ ଚାଲିବା ଅସମ୍ଭବ।

ବାୟୋଲୋଜିଷ୍ଟଙ୍କ ମତରେ ଯୁବ ଗଧିଆମାନେ ସାଥୀ ଖୋଜିବାକୁ ନିଜର ପରିବାର ଛାଡିବ ଏକ ସାଧାରଣ କଥା। ଯେତେବେଳେ ଗଧିଆକୁ ଦେଢରୁ ଦୁଇ ବର୍ଷ ହୋଇଯାଏ ସେ ନିଜର ସାଥୀକୁ ଖୋଜିବାରେ ବାହାରିପଡେ ଓ ନିଜର ଏକ ଇଲାକା ମଧ୍ୟ ତିଆରି କରିଦିଏ।  ତେବେ OR-54 ନିଜ ବାପା ଭଳି ନଥିଲା।  ଗତ ବୁଧାର ’ଶାସ୍ତା କାଉଣ୍ଟି’ରେ ତା’ର ମୃତଦେହ ମିଳିଥିଲା। ତାକୁ ମାତ୍ର ୩ ବର୍ଷ ହୋଇଥିଲା। କାର୍ଲିଫର୍ଣ୍ଣିଆର ‘ଫିଶ୍ ଓ ଓ୍ବାଇଲ୍ଡ ଲାଇଫ୍ ଡିପାର୍ଟମେଣ୍ଟ’ ତା’ର ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହା ସହ ସେ ସମ୍ପର୍କିତ କେହି ସୂଚନା ଦେବେ ୧ ଲକ୍ଷ ୮୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି।

   ସମ୍ବନ୍ଧିତ ଖବର


ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍