PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଯୋଗ ଶିଖାଉ ଥିବା ବେଳେ ମହିଳାଙ୍କୁ ଦୁର୍ବ୍ୟବହାର … ସିଙ୍ଗାପୁରରେ ଜଣେ ଭାରତୀୟଙ୍କ ନାଁରେ ଅଭିଯୋଗ , ମାମଲା ରୁଜୁ

ସିଙ୍ଗାପୁର : ସିଙ୍ଗାପୁରରେ ଜଣେ ଭାରତୀୟଙ୍କ ନାଁରେ ଅଭିଯୋଗ। ଏକ ଷ୍ଟୁଡିଓରେ ଯୋଗ ଶିଖାଉଥିବା ବେଳେ ୫ଜଣ ମହିଳାଙ୍କୁ  କରିଛନ୍ତି ଦୁର୍ବ୍ୟବହାର । ଏନେଇ ଏବେ ରୁଜୁ ହୋଇଛି ମାମଲା । ଚ୍ୟାନେଲ ନ୍ୟୁଜ୍‌ ଏସିଆର ଖବର ଅନୁସାରେ , ପୀଡ଼ିତାଙ୍କର ପରିଚୟ ଗୋପନ ରଖିବା ନେଇ ଏକ ଗ୍ୟାଗ୍‌ ଅର୍ଡର ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ ।   ଛାତ୍ରଙ୍କୁ ନିଜର ଉଲଗ୍ନ ଫଟୋ ପଠାଉଥିଲେ ଶିକ୍ଷୟିତ୍ରୀ…

ଉଲ୍ଲେଖନୀୟଯେ, ଜୁନ୍‌ ୨୦୧୯ ଓ ଜୁଲାଇ ୨୦୨୦ ମଧ୍ୟରେ ଏକ ଯୋଗ ଷ୍ଟୁଡିଓରେ ୨୪ରୁ ୨୯ବର୍ଷ ବୟସର  ଦୁଇ ମହିଳାଙ୍କୁ ଅନୁଚିତ ଉପାୟରେ ସ୍ପର୍ଶ କରିବାର ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଛି । ପୁଲିସର ଏକ ପୂର୍ବବର୍ତ୍ତୀ ବୟାନ ଅନୁସାରେ , ବ୍ୟକ୍ତି କଥିତ ରୂପେ ଯୋଗ ଶିଖାଇବା ବେଳେ ପୀଡ଼ିତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ଅଭିଯୁକ୍ତ ଭିଡ଼ିଓ ଲିଙ୍କ୍ ଜରିଆରେ କୋର୍ଟରେ ଉପସ୍ଥିତ ହୋଇଥିଲେ ଏବଂ ତାଙ୍କୁ ୧୫,୦୦୦ସିଙ୍ଗାପୁର ଡଲାରରେ ଜାମିନ୍ ଦିଆଯାଇଛି । ମାମଲାର ଶୁଣାଣି ବର୍ତ୍ତମାନ ୧୪ ଡିସେମ୍ୱର ଯାଏ ସ୍ଥଗିତ ରଖା ଯାଇଛି ।

ସୂଚନା ଯେ, ସିଙ୍ଗାପୁରରେ ଦୁର୍ବ୍ୟବହାର ପାଇଁ ୨ବର୍ଷ ଯାଏ ଜେଲ ଦଣ୍ଡ , ଜରିମାନା , ବେତରେ ମାଡ଼ ମାରିବା ବା କୌଣସି  ଦୁଇଟି ଦଣ୍ଡ ଦେବାର ପ୍ରାବଧାନ ରହିଛି ।