ଏହାକୁ କୁହନ୍ତି ପ୍ରେମ : ତିନି ବର୍ଷ ତଳେ ମୃତ ସ୍ତ୍ରୀଙ୍କ ମହମ ମୂର୍ତ୍ତି ତିଆରି କରି ନୂଆ ଘରେ ପ୍ରବେଶ କଲେ ସ୍ବାମୀ

କର୍ଣ୍ଣାଟକ ୧୧।୮ :  ପ୍ରେମରେ ନା ଥାଏ ବାଡ଼ବତା ନା ଥାଏ ବୟସସୀମା। ସେଥିପାଇଁ ତ କୁହାଯାଏ ପ୍ରେମ ଶାଶ୍ବତ ପ୍ରେମ ହିଁ ଚିରନ୍ତନ, ପ୍ରେମ ମୁକ୍ତ ଆକାଶର ବିହଙ୍ଗ। ତେବେ ପ୍ରେମର ଅନେକ କାହାଣୀ ଆପଣ ଦେଖିଥିବେ। ତେବେ ଆପଣ ବି ଯଦି କେବେ କାହାକୁ ଭଲ ପାଉଛନ୍ତି, ତେବେ ଯେକୌଣସି ସମୟରେ ଆପଣ ନିଜର ପ୍ରିୟଜନଙ୍କ ସାମ୍ନାରେ ପ୍ରକାଶ କରିପାରିବେ। କର୍ଣ୍ଣାଟକର ଜଣେ ଶିଳ୍ପପତି ଏହାର ଏକ ଉଦାହରଣ, ଯିଏ ସ୍ୱର୍ଗୀୟ ପତ୍ନୀଙ୍କର ମୂର୍ତ୍ତି ତିଆରି କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କର୍ଣ୍ଣାଟକର ଜଣେ ଶିଳ୍ପପତି ଶ୍ରୀନିବାସ ଗୁପ୍ତା କୋପ୍ପଲରେ ନିର୍ମିତ ଏକ ନୂଆ ଘରେ ଗୃହପ୍ରବେଶ ପାର୍ଟି ସମୟରେ ତାଙ୍କ ସ୍ବର୍ଗୀୟ ପତ୍ନୀଙ୍କ ସିଲିକନ୍ ମହମ ମୂର୍ତ୍ତି ସ୍ଥାପନ କରିଛନ୍ତି। ୨୦୧୭ରେ ଶ୍ରୀନିବାସ ଗୁପ୍ତାଙ୍କ ପତ୍ନୀ ମାଧବୀଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ମାଧବୀଙ୍କ ସମ୍ମାନରେ ସେ ଏକ ମହମ ମୂର୍ତ୍ତି ତିଆରି କରି ନିଜ ଘରେ ଲଗାଇଛନ୍ତି।

ଜଣାଶୁଣା ସ୍ଥପତିଙ୍କ ସାହାଯ୍ୟରେ ମାଧବୀଙ୍କ ମହମ ମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ମହମ ମୂର୍ତ୍ତିରେ ମାଧବୀଙ୍କୁ ଏକ ଉଜ୍ଜ୍ୱଳ ମ୍ୟାଜେଣ୍ଟା ସାଢ଼ି ପିନ୍ଧାଯାଇଛି। ସୁନା ଅଳଙ୍କାର ପିନ୍ଧାଯାଇଛି। ମାଧବୀଙ୍କ ମୂର୍ତ୍ତିକୁ ଏକ ସୋଫା ଉପରେ ବସାଯାଇଛି। ଯେପରି ତଳେ ଥିବା ଫଟୋଗୁଡ଼ିକରେ ଦେଖାଯାଇପାରିବ।

ନିଜ ସ୍ବର୍ଗୀୟ ପତ୍ନୀଙ୍କ ମୂର୍ତ୍ତୀଙ୍କ ବିଷୟରେ ଶିଳ୍ପପତି ଶ୍ରୀନିବାସ ଗୁପ୍ତା କହିଛନ୍ତି କି, ତାଙ୍କର ଏହି ନୂଆ ଘର ମାଧବୀଙ୍କ ସ୍ବପ୍ନର ଘର ଅଟେ। ଶିଳ୍ପପତି କହିଛନ୍ତି କି ଏହି ପ୍ରତିମା ତିଆରି କରିବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିଛି। ଯାହାକୁ ବାଙ୍ଗାଲୁରୁର ଏକ କଳାକାର ଶ୍ରୀଧର ମୂର୍ତ୍ତି ତିଆରି କରିଛନ୍ତି।

   ସମ୍ବନ୍ଧିତ ଖବର


ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ମହଙ୍ଗା ହେଲା ରୋଷେଇ ଗ୍ୟାସ୍‌, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦର

‘ବିମାନରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ ନିଖୋଜ ପାଇଲଟ ’– ମିଗ୍‌-୨୯କେ’ର ବିଶେଷଜ୍ଞଙ୍କ ଠାରୁ ସ୍ପଷ୍ଟ

କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଧମକ ଦେଲା ଆରଏଲ୍‌ପିର

କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି